Advertisement
Article Detail0/zeeodisha/odisha701802
Zee OdishaCity Newsଖୋଲିଲା ୧୦ଟି ଗେଟ

ଖୋଲିଲା ୧୦ଟି ଗେଟ

ହୀରାକୁଦ ଜଳ ଭଣ୍ଡାରରେ ୧ ଲକ୍ଷ ୮ ହଜାର ୪୬୫ କ୍ୟୁସେକ ଜଳ ପ୍ରବେଶ...

ଖୋଲିଲା ୧୦ଟି ଗେଟ

ସମ୍ବଲପୁର: ଆଜି ହୀରାକୁଦ ନଦୀ ବନ୍ଧର ୧୦ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଛି। ଗତକାଲି ଦିନ ୧୦ଟା ପରଠାରୁ ପର୍ଯ୍ୟାୟ କ୍ରମେ ୧୦ଟି ଗେଟ ଖୋଲାଯାଇଥିଲା। ପାରମ୍ପରିକ ପୂଜା ସହ ଗେଟ ଖୋଲାଯାଇଥିଲା।ଦିନ ୧୦ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ଲେଫ୍ଟ ସାଇଡ ଡେକର ୬ଟି ଏବଂ ରାଇଟ ସାଇଡର ୪ଟି ଗେଟ ଖୋଲାଯାଇଥିଲା।

ତାହା ଆଜି ସକାଳ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ନଦୀବନ୍ଧର ଜଳସ୍ତର ୬୧୭.୨୯ ଫୁଟ ରହିଛି। ହୀରାକୁଦ ଜଳଭଣ୍ଡାରକୁ ଉପର ମୁଣ୍ଡରୁ ୧ ଲକ୍ଷ ୮ ହଜାର ୪୬୫ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୭୧ ହଜାର ୪୨୭ କ୍ୟୁସେକ ଜଳ ନିଷ୍କାସନ କରାଯାଉଥିବାର ସୂଚନା ପ୍ରଦାନ କରାଯାଇଛି।

ଏହି ନିଷ୍କାସିତ ବନ୍ୟାଜଳ ମୁଣ୍ଡଳୀରେ ପହଞ୍ଚିବା ପାଇଁ ପ୍ରାୟ ୪୮ ଘଣ୍ଟା ସମୟ ଲାଗିବ ବୋଲି ବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Add Zee News as a Preferred Source
About the Author