ଇତିହାସ ରଚିବେ ନବୀନ !
Advertisement

ଇତିହାସ ରଚିବେ ନବୀନ !

ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନରେ ସୃଷ୍ଟି ହେବ ଇତିହାସ। ରାଜ୍ୟ ବିଧାନସଭା ଇତିହାସରେ ଲେଖା ହେବ ନୂଆ ଅଧ୍ୟାୟ। କାରଣ ପୂର୍ବରୁ ଯାହା ହୋଇ ନଥିଲା ତାହା ଚଳିତ ଅଧିବେସନରେ ଘଟିବାକୁ ଯାଉଛି। 

ଇତିହାସ ରଚିବେ ନବୀନ !

ଭୁବନେଶ୍ୱର: ଷୋଡ଼ଶ ବିଧାନସଭାର ଚତୁର୍ଥ ଅଧିବେଶନରେ ସୃଷ୍ଟି ହେବ ଇତିହାସ। ରାଜ୍ୟ ବିଧାନସଭା ଇତିହାସରେ ଲେଖା ହେବ ନୂଆ ଅଧ୍ୟାୟ। କାରଣ ପୂର୍ବରୁ ଯାହା ହୋଇ ନଥିଲା ତାହା ଚଳିତ ଅଧିବେସନରେ ଘଟିବାକୁ ଯାଉଛି। ପୂର୍ବରୁ କୌଣସି ଜରୁରୀ ବିଲ କିମ୍ବା ଆଲୋଚନାରେ ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀଗଣ ଉପସ୍ଥିତ ରହୁଥିଲେ। ଏହି ପ୍ରମୁଖ କାର୍ଯ୍ୟଦିବସ ଗୁଡ଼ିକ ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗୃହକାର୍ଯ୍ୟ ଚାଲିଥାଏ। 

ଚଳିତ ଥର ଅଧିବେଶନ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଭିନ୍ନ ରହିଛି। ଚଳିତ ଅଧିବେଶନ ଗତ ସେପ୍ଟେମ୍ବର ୨୯ ତାରିଖରୁ ଆରମ୍ବ ହୋଇଛି। ଏହି ଅଧିବେଶନରେ ୯ଟି କାର୍ଯ୍ୟ ଦିବସ ରହିଥିବା ବେଳେ ମୋଟ ଏକାଧିକ ଗୁରୁତ୍ତ୍ୱପୂର୍ଣ୍ଣ ବିଲ ମଧ୍ୟ ଆସିଛି। ତେବେ କୋଭିଡ଼ ନିୟମ ପରିଚାଳନା, ବିଶ୍ୱବିଦ୍ୟାଳୟ ସଂଶୋଧିତ ବିଲ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଲ ରହିଛି। ତେବେ ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଅନେକ ମନ୍ତ୍ରୀ ଓ ବିଧାୟକ ଗୃହରେ ଉପସ୍ଥିତ ରହିନାହାନ୍ତି। 

କୋରୋନା କଟକଣା ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗୃହକୁ ଆସିନାହାନ୍ତି। ଅଧିବେଶନ ଆରମ୍ଭରୁ ବିଧାୟକଙ୍କର କୋରୋନା ଟେଷ୍ଟ କରାଯାଇଥିଲା। କୋରୋନା ଟେଷ୍ଟ ପରେ ସେମାନଙ୍କ ମଧ୍ୟରୁ ଏକାଧିକ ବିଧାୟକଙ୍କର କୋରୋନା ପଜିଟିଭି ଆସିଥିଲା। ଫଳରେ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକାଧିକ ବିଧାୟକ ମଧ୍ୟ ଗୃହରେ ଉପସ୍ଥିତ ନଥିଲେ। ଏପରିକି ମନ୍ତ୍ରୀ ମଧ୍ୟ ଉପସ୍ଥିତ ନଥିଲେ। ସେପଟେ ଆସନ୍ତାକାଲି ଚଳିତ ଅଧିବେଶନର ଶେଷ କାର୍ଯ୍ୟ ଦିବସ ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଗୃହକୁ ଆସି ନ ପାରନ୍ତି। 

ବିଧାନସଭା ଇତିହାସରେ ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଗୃହର ଅଧିବେଶନ କାର୍ଯ୍ୟ ଶେଷ ହେବ। ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଭିଡ଼ିଓ କନଫରେନସିଂ ଜରିଆରେ ଏହି ଅଧିବେଶନରେ ନିଜର କାର୍ଯ୍ୟ ତୁଲାଇଥିଲେ।