ଅଧିକ ଘନୀଭୂତ ହେଉଛି ଲଘୁଚାପ କ୍ଷେତ୍ର; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଟ୍ୱିନସିଟିରେ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ (Low Pressure) କ୍ଷେତ୍ର ସୃଷ୍ଟି ବର୍ତ୍ତମାନ ମନସୁନ୍ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି। ଏସବୁ ପାଣିପାଗ ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି।

ଅଧିକ ଘନୀଭୂତ ହେଉଛି ଲଘୁଚାପ କ୍ଷେତ୍ର; ୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ଟ୍ୱିନସିଟିରେ ପ୍ରବଳ ବର୍ଷା ସମ୍ଭାବନା
ସୌ: ସୋସିଆଲ ମି଼ଡିଆ

ଭୁବନେଶ୍ୱର: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପ ସାଗର ଠାରେ ଶୁକ୍ରବାର ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ବର୍ତ୍ତମାନ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁ ଥିବା ବେଳେ ଅଧିକ ଘନୀଭୂତ ହେଉଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଲଘୁଚାପ କ୍ଷେତ୍ରର ପ୍ରଭାବରେ ରବିବାର ଟ୍ୱିନସିଟିରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ସମ୍ପୃକ୍ତ ବିଭାଗକୁ ଆଗୁଆ ସତର୍କ କରାଯାଇଛି।

ଲଘୁଚାପ (Low Pressure) କ୍ଷେତ୍ର ସୃଷ୍ଟି ବର୍ତ୍ତମାନ ମନସୁନ୍ ଟ୍ରଫ୍ ଲାଇନ ମଧ୍ୟ ସକ୍ରିୟ ରହିଛି। ଏସବୁ ପାଣିପାଗ ନିୟାମକ ପ୍ରଭାବରେ ରାଜ୍ୟରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ କେନ୍ଦ୍ର ୟେଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ରବିବାର ଭୁବନେଶ୍ୱର ଓ କଟକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି। ସକାଳ ୮ଟା ୩୦ ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି।

Also Read: ଆଗକୁ ଆସୁଛି ଲଘୁଚାପ; ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ-ୟେଲୋ ୱାର୍ଣ୍ଣିଂ ଜାରି

ଟ୍ୱିନସିଟି (Twin City)ରେ ବର୍ଷା ସହ ଘୁର୍ଣ୍ଣିଝଡ଼ (Thunderstower) ହେବ। ଘଣ୍ଟା ପ୍ରତି ୨ରୁ ୩ ସେଣ୍ଟିମିଟର ବର୍ଷା ହୋଇପାରେ। ଫଳରେ ଟ୍ରାଫିକ ସମସ୍ୟା ସହ ଲୋକଙ୍କୁ ଯାତାୟତରେ ଅସୁବିଧା ହେବ। କିଛି ସ୍ଥାନରେ ଦଳବନ୍ଦୀ ଭଳି ସ୍ଥିତି ଉପୁଜି ପାରେ। ତେଣୁ ସମ୍ପୃକ୍ତ ବିଭାଗ ଜଳନିଷ୍କାସନର ବ୍ୟବସ୍ଥା କରିବାକୁ ପାଣିପାଗ କେନ୍ଦ୍ର (IMD) ପରାମର୍ଶ ଦେଇଛି। ଏହା ସହ ବର୍ଷା ସମୟରେ ଯେତେ ସମ୍ଭବ ଯାତାୟତ ନ କରିବାକୁ ମଧ୍ୟ କୁହାଯାଇଛି।

 

ଅନ୍ୟପଟେ ରବିବାର ଠାରୁ ଲଘୁଚାପ ପ୍ରଭାବ ଅଧିକ ଦେଖାଦେବ। ଅତି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ଅରେଞ୍ଜ ଏବଂ ୭ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ସର୍ବାଧିକ ୬୫ କିଲୋମିଟର ବେଗରେ ପବନ ବହିବା ହେତୁ ୧୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ନେଇ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଅନ୍ୟପଟେ ଆଲର୍ଟ ଜାରି କରାଯାଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ପରାମର୍ଶ ଦେଇଛନ୍ତି।