ଲଘୁଚାପ ଘନୀଭୂତ, ଆଗାମୀ ୨୪ ଘଣ୍ଟା ବର୍ଷିବ

ଲଘୁଚାପ ଘନୀଭୂତ (Low Presure)। ୨୪ ଘଣ୍ଟାରେ ଅବପାତ, ୨୩ ଯାଏଁ ବର୍ଷିବ (Heavy Rain)।

ଲଘୁଚାପ ଘନୀଭୂତ, ଆଗାମୀ ୨୪ ଘଣ୍ଟା ବର୍ଷିବ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଲଘୁଚାପ ଘନୀଭୂତ (Low Presure)। ୨୪ ଘଣ୍ଟାରେ ଅବପାତ, ୨୩ ଯାଏଁ ବର୍ଷିବ (Heavy Rain)। କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ଲଘୁଚାପ ଘନୀଭୂତ ହୋଇ ଆଜି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର (Bay of Bengal) ତଥା ଆଖପାଖ ଅଞ୍ଚଳରେ ୱେଲମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି । ଯାହା ଆଗାମୀ ୨୪ ଘଣ୍ଟାରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପରବର୍ତ୍ତି ସମୟରେ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଗତି କରିବ । 

ଏହାସହ ଓଡିଶା ଉପକୂଳ ଦେଇ ଆଗାମୀ ୪୮ ଘଣ୍ଟା ମଧ୍ୟରେ ପଶ୍ଚିମବଙ୍ଗ ଏବଂ ବଙ୍ଗଳାଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଆସନ୍ତାକାଲି ଏହା ଅବପାତ ଏବଂ ତା ପର ୨୪ ଘଣ୍ଟାରେ ଗଭୀର-ଅବପାତ ରେ ପରିଣତ ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେବେ ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳ ଓ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । 

ସକାଳ ୮ଟା ୩୦ ପର୍ଯ୍ୟନ୍ତ ଗଞ୍ଜାମ ଓ ଗଜପତି ଜିଲ୍ଲା ଅତି ପ୍ରବଳ ବର୍ଷା ସହ ତଳିଆ ଅଂଚଳରେ ଜଳମଗ୍ନ ସ୍ଥିତି, ଭୁସ୍ଖଳନ, ମାଟି ଘର ଓ ରାସ୍ତା ଭାଙ୍ଗିବା ଏବଂ ସହରାଂଚଳରେ ଟ୍ରାଫିକ୍ ଜାମ୍ ସ୍ଥିତି ଉପୁଜିବା ନେଇ ଅରେଂଜ ୱାର୍ଣ୍ଣିଂ ଜାରି କରାଯାଇଛି, ଏହାସହ ୮ ଜିଲ୍ଲା ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । 

ସେହିପରି ୨୨ତାରିଖ ପାଇଁ ୬ ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଏବଂ ଆଉ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହାସହ ଉପକୂଳ ଓଡିଶାରେ ସର୍ବାଧିକ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି ଏବଂ ସମୁଦ୍ର ଅଶାନ୍ତ ସହ ଉତ୍ତର ବଙ୍ଗୋପସାଗରରେ ସର୍ବାଧିକ ୬୫ କିଲୋମିଟର ବେଗରେ ପବନ ଆଶଙ୍କା ହେତୁ ୨୪ ତାରିଖ ପର୍ଯ୍ୟନ୍ତ ସମୁଦ୍ର ପ୍ରବେଶ ନେଇ ମସ୍ତ୍ରଜୀବୀଙ୍କୁ ବାରଣ କରାଯାଇଛି ।