• ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍‌
  • ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ ମ୍ୟାଚ୍
  • ୨୪ ତାରିଖରେ ପାକିସ୍ତାନ ବିପକ୍ଷରେ ଅଭିଯାନ ଆରମ୍ଭ କରିବ ଟିମ୍‌ ଇଣ୍ଡିଆ
  • ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି
  • ଉତ୍ତର ଭାରତରେ ବର୍ଷାର ତାଣ୍ଡବ
  • ଲଗାଣ ବର୍ଷାରେ ବେହାଲ ରାସ୍ତାଘାଟ, ଜନଜୀବନ
  • ୨୪ ଘଣ୍ଟା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରୁ ଫେରିଲା ଭିଜିଲାନ୍ସ ଟିମ୍
  • ଗତକାଲି ସକାଳୁ ରେଡ୍‌ ଜାରି ରଖିଥିଲା ଭିଜିଲାନ୍ସ
  • କେରଳରେ ବର୍ଷା ପରେ ବନ୍ୟା ବିତ୍ପତ୍ତି

ମୁଣ୍ଡଳୀ ବ୍ୟାରେଜରେ ହାତୀ ଉଦ୍ଧାର ଘଟଣା: OTV ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ମୃତ

ମୁଣ୍ଡଳୀ ବ୍ୟାରେଜ୍ ଠାରେ ଫସି ରହିଥିବା ହାତୀଙ୍କୁ ଉଦ୍ଧାର କରିବା ଲାଗି ଯାଇଥିବା ଓଡ୍ରାଫ ବୋଟ୍ ଓଲଟି ପଡ଼ିଥିଲା। 

ମୁଣ୍ଡଳୀ ବ୍ୟାରେଜରେ ହାତୀ ଉଦ୍ଧାର ଘଟଣା: OTV ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ମୃତ
ମୁଣ୍ଡଳୀରେ ହାତୀ ଉଦ୍ଧାର ଘଟଣା: ଜଣେ ସାମ୍ବାଦିକ ମୃତ, ଅନ୍ୟଜଣେ ଗୁରୁତର

କଟକ: ମୁଣ୍ଡଳି ବ୍ରିଜରେ ହାତୀ ଫସିଯିବା ଘଟଣାରେ ଖବର ସଂଗ୍ରହ କରିବାକୁ ଯାଇଥିବା ଓଟିଭି ପ୍ରତିନିଧି ଅରିନ୍ଦମ ଦାସ ଡଙ୍ଗାରୁ ଖସି ପଡିବାରୁ ତାଙ୍କର ମୃତ୍ୟୁ ହୋଇଛି। ଫସି ରହିଥିବା ହାତୀକୁ ଉଦ୍ଧାର କରିବା ଘଟିଥିଲା ଏହି ଅଘଟଣ। ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲେ।

ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ହାତୀ ଉଦ୍ଧାର କାର୍ଯ୍ୟ ସମୟରେ ମହାନଦୀରେ ଓଲଟି ପଡିଥିଲା ବୋଟ। ମୁଣ୍ଡଳୀ ବ୍ୟାରେଜ୍ ଠାରେ ଫସି ରହିଥିବା ହାତୀଙ୍କୁ ଉଦ୍ଧାର କରିବା ଲାଗି ଯାଇଥିବା ଓଡ୍ରାଫ ବୋଟ୍ ଓଲଟି ପଡ଼ିଥିଲା। ହାତୀକୁ କୂଳକୁ ଘଉଡ଼ାଇବା ବେଳେ ମୁଣ୍ଡଳୀ ବ୍ୟାରେଜ ନିକଟରେ ପାଣିର ପ୍ରଖର ସ୍ରୋତରେ ଏହି ବୋଟ୍ ଓଲଟି ପଡ଼ିଲା। ଗୋଟିଏ ପଟେ ନଦୀରେ ଫସି ରହିଥିବା ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ କର୍ମଚାରୀ ଉଦ୍ୟମ ଜାରି ରଖିଥିବା ବେଳେ ବୋଟ ଯୋଗେ ନଦୀକୁ ଯାଇଥିଲା ଓଡ୍ରାଫ୍ ଟିମ୍।  

ହେଲେ ମହାନଦୀରେ ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ବୋଟରୁ ଖସି ପଡ଼ିଥିଲେ ଓଡ୍ରାଫ୍ ଟିମ୍ ସମେତ ଓଟିଭିର ୨ ପ୍ରତିନିଧି। ଏହି ଦୁର୍ଘଟଣା ଘଟିବା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଓଟିଭି ପ୍ରତିନିଧି ଅରିନ୍ଦମ ଦାସଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ଛାଡି଼ ଓଟିଭି ପ୍ରତିନିଧି ପ୍ରଭାତ ସିହ୍ନା ମଧ୍ୟ ଏ ଘଟଣାରେ ଗୁରୁତର ହୋଇଥିଲେ। ଶୁକ୍ରବାର ଭୋର ସମୟରେ ମୁଣ୍ଡଳୀ ବ୍ୟାରେଜ ଠାରେ ମହାନଦୀରେ ଫସି ଯାଇଥିଲେ ହାତୀ। ସେମାନଙ୍କୁ କୂଳକୁ ଆଣିବାକୁ ବନ ବିଭାଗ ସହ ଓଡ୍ରାଫ ଟିମ୍‌ ଦୀର୍ଘ ସମୟ ଧରି ପ୍ରୟାସ କରିଥିଲେ।