• ଅଭୟକାନ୍ତ ପାଠକଙ୍କ ଘରେ ପୁଣି ଭିଜିଲାନ୍ସର ଚଢ଼ାଉ
  • ସରକାରୀ ବାସଭବନରେ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ରେଡ଼
  • ବାରଣାସୀରେ ଦେବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
  • ରାଜ୍ୟରେ ଆଉ ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି କରୋନା ନେଲା ୫ ଜୀବନ
  • ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ
  • ଆଜି ବିଶ୍ୱ ଏଡ୍‌ସ ଦିବସ: ଗଞ୍ଜାମରେ ସର୍ବାଧିକ ୧୬,୫୧୫ ରୋଗୀ
  • କୋଭିଡ କଟକଣା ମଧ୍ୟରେ ଆଜିଠାରୁ କୋଣାର୍କ ମହୋତ୍ସବ
  • ଦେଶରେ ଦିନକରେ ୩୧,୧୧୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ
  • ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

ମହାନଦୀ ଜଳବିବାଦ; ୨ ବର୍ଷରେ ୧୬ ଶୁଣାଣି, କେବେ ଚୂଡନ୍ତ ନିଷ୍ପତ୍ତି?

ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦର ଶୁଣାଣିକୁ ପୁରିଲା ୨ ବର୍ଷ। ଏହି ସମୟ ସୀମାରେ ୧୬ ଥର ମାମଲାର ଶୁଣାଣି ହୋଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲଙ୍କ କୌଣସି ଚୂଡାନ୍ତ ରାୟ ପ୍ରକାଶ ପାଇ ନାହିଁ। ବାରମ୍ବାର ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏହାର ରାୟ ଆସିବାକୁ ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି।

ମହାନଦୀ ଜଳବିବାଦ; ୨ ବର୍ଷରେ ୧୬ ଶୁଣାଣି, କେବେ ଚୂଡନ୍ତ ନିଷ୍ପତ୍ତି?

ଭୁବନେଶ୍ୱର: ଟ୍ରିବ୍ୟୁନାଲରେ ମହାନଦୀ ଜଳବିବାଦର ଶୁଣାଣିକୁ ପୁରିଲା ୨ ବର୍ଷ। ଏହି ସମୟ ସୀମାରେ ୧୬ ଥର ମାମଲାର ଶୁଣାଣି ହୋଇଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଟ୍ରିବ୍ୟୁନାଲଙ୍କ କୌଣସି ଚୂଡାନ୍ତ ରାୟ ପ୍ରକାଶ ପାଇ ନାହିଁ। ବାରମ୍ବାର ଆପୋଷ ବୁଝାମଣା ପାଇଁ ପରାମର୍ଶ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଏହାର ରାୟ ଆସିବାକୁ ଆହୁରି ବିଳମ୍ବ ହେବ ବୋଲି କୁହାଯାଉଛି।

ମହାନଦୀର ଉପରମୁଣ୍ଡରେ ଡ୍ୟାମ ନିର୍ମାଣକୁ ବିରୋଧ କରି ଓଡିଶା ସୁପ୍ରିମକୋର୍ଟ ଯାଇଥିଲା। ଅନ୍ତଃରାଜ୍ୟ ଜଳ ବିବାଦ ଆଇନ ୧୯୫୬ ଅନୁସାରେ ନିର୍ମାଣ ଉପରେ ରହିତାଦେଶ ଲଗାଇବାକୁ ଆବେଦନ କରାଯାଇଥିଲା। ଏହି ମାମଲାର ବିଚାର କରି ଟ୍ରିବୁନାଲ ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ସୁପ୍ରିମ କୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲା।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ୨୦୧୮ ମାର୍ଚ୍ଚ ୧୨ ତାରିଖରେ ଟ୍ରିବୁନାଲର ଗଠନ ହେଲା। କିନ୍ତୁ ସାତ ମାସ ପରେ ଅର୍ଥାତ ୨୦୧୮ ଅକ୍ଟୋବର ୧୩ରୁ ଏହାର ଶୁଣାଣି ଆରମ୍ଭ କରାଗଲା। ଏହାରି ମଧ୍ୟରେ ୧୬ ଥର ଶୁଣାଣି ସରିଛି। ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ମାନେ ଏତାଧିକ ଥର କ୍ଷେତ୍ର ପରିଦର୍ଶନ ବି କରିଛନ୍ତି। ହେଲେ ବର୍ତ୍ତମାନ ସୁଦ୍ଧା ରାୟ ପ୍ରକାଶ ପାଇ ନାହିଁ।

ସବୁବେଳେ ଆପୋସ ବୁଝାମଣା ପାଇଁ ପରାମର୍ଶ ଦେଇ ଟ୍ରିବୁନାଲ ସମୟ ଗଡାଇ ନେଉଛନ୍ତି। ମୂଳ ପ୍ରସଙ୍ଗ ସହ ମହାନଦୀ ଜଳବିବାଦ ସମ୍ପର୍କୀତ ଆହୁରି ଅନେକ ପିଟିସନ ଟ୍ରିବୁନାଲରେ ଲମ୍ବିତ ଅଛି। ସେଗୁଡିକର ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇନଥିବା ବେଳେ ଶୁଣାଣି କେବେ ସରିବ ତାହାକୁ ନେଇ ପ୍ରଶ୍ନ ଉଠିଛି।

ସେପଟେ ସମସ୍ତ ଜଳବିବାଦର ସମାଧାନ ପାଇଁ ଲୋକସଭାରେ ଏକକ ଟ୍ରିବୁନାଲବଲି ବିଲ ପାରିତ ହୋଇଛି। ଆସନ୍ତା ସଂସଦୀୟ ଅଧିବେଶନ ଏହା ରାଜ୍ୟସଭାରେ ଉପସ୍ଥାପନା କରାଯିବ। ଯଦି ରାଜ୍ୟସଭାରେ ବି ବିଲ୍ ପାସ ହୁଏ ତେବେ ଏକ ନିର୍ଦ୍ଧାରିତ ସମୟ ମଧ୍ୟରେ ଜଳବିବାଦର ସମାଧାନ ହୋଇପାରିବ ବୋଲି ଅନୁମାନ କରାଯାଉଛି।