ଆଜି ବି କୁହୁଡି ଚାଦର: କାଲିଠୁ ବଢିବ, ୨୧ରୁ ଖସିବ ପାରଦ
Advertisement

ଆଜି ବି କୁହୁଡି ଚାଦର: କାଲିଠୁ ବଢିବ, ୨୧ରୁ ଖସିବ ପାରଦ

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୫ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ଏହାସହ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା ଅପରିବର୍ତ୍ତିତ ରହିବ ।

ଆଜି ବି କୁହୁଡି ଚାଦର: କାଲିଠୁ ବଢିବ, ୨୧ରୁ ଖସିବ ପାରଦ

ଶାନ୍ତ ସ୍ୱରୁପ ରାଉତ, ଭୁବନେଶ୍ବର; ଥଣ୍ଡାରେ ଥରହର ରାଜ୍ୟ । ସେପଟେ ଦାଉ ସାଧୁଛି ଘନ କୁହୁଡ଼ି । ରାଜଧାନୀ ଭୁବନେଶ୍ୱରରେ ଆଜି ମଧ୍ୟାହ୍ନ ଯାଏଁ କୁହୁଡି ଦେଖିବାକୁ ମିଳିଥିଲା । ସେପଟେ ରାଜ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ତଳମୁହାଁ ହେଉଛି । ଆଜି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ରେକର୍ଡ କରାଯାଇଛି । 

ତେବେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୫ ଜିଲ୍ଲାକୁ ଘନ କୁହୁଡ଼ି (Severe Fog) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ସେହି ଜିଲ୍ଲା ଗୁଡ଼ିକ ହେଲେ ବୌଦ୍ଧ (Boudh), ନୟାଗଡ (Nayagarh), କନ୍ଧମାଳ (Kandhamal) , ପୁରୀ (Puri) ଓ କଳାହାଣ୍ଡି (Kalahandi) । ଏହାସହ କଟକ (Cuttack), ଜଗତସିଂହପୁର (Jagatsinghpur), ଖୋର୍ଦ୍ଧା (Khordha), ଅନୁଗୋଳ (Anugul), ରାୟଗଡା (Rayagada), କୋରାପୁଟ (Koraput) , ମାଲକାନଗିରି (Malkangiri), ନବରଙ୍ଗପୁର (Nabarangpur), ଓ ଗଂଜାମ (Ganjam) ଜିଲ୍ଲାରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି । 

Also Read; ହ୍ୱାଟସ ଆପ୍ ର ୟୁ ଟର୍ଣ୍ଣ, Users ଙ୍କ ଭରସା ଜିତିବ କିଏ ?

ଏହାସହ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ତାପମାତ୍ରା (Tempreture) ଅପରିବର୍ତ୍ତିତ ରହିବ । ଏହାପରେ ଆଭ୍ୟନ୍ତରୀଣ ଓଡିଶାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବା ସହ ଉପକୂଳ (Coastal)ରେ ୨ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଉପରମୁହାଁ ହେବ । ପୁନର୍ବାର ୨୧ ତାରିଖରୁ ଥଣ୍ଡା ବାହୁଡିବା ସହ ସର୍ବନିମ୍ନ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ଖସିବା ନେଇ ପାଣିପାଗ କେନ୍ଦ୍ର ଆକଳନ କରିଛି । 

Edited; Zee Odisha Desk