ସମ୍ବଲପୁର ସାକ୍ଷୀପଡା ଅଞ୍ଚଳରେ ହନୁଙ୍କ ଉତ୍ପାତ
Advertisement

ସମ୍ବଲପୁର ସାକ୍ଷୀପଡା ଅଞ୍ଚଳରେ ହନୁଙ୍କ ଉତ୍ପାତ

ସମ୍ବଲପୁର (Sambalpur) ବୃକ୍ସହିଲ ପାହାଡ଼ରେ ସାଧାରଣତଃ କେବେ ମାଙ୍କଡ଼ ଦେଖିବାକୁ ମିଳନ୍ତି ନାହିଁ। ତେଣୁ ଆଶଙ୍କା କରାଯାଉଛି ଯେ, ଏମାନେ ନିକଟସ୍ଥ ମୃଗ ବିହାର (ଡିଅର ପାର୍କରୁ ଖସି ଆସିଛନ୍ତି ନ ହେଲେ ଖାଦ୍ୟ ଅଭାବ କାରଣରୁ ସହର ମୁହାଁ ହେଉଛନ୍ତି ବନ୍ୟ ଜୀବଜନ୍ତୁ ବୋଲି ସାଧାରଣ ରେ ଆଶଙ୍କା ପ୍ରକାଶ କରାଯାଉଛି। 

ସମ୍ବଲପୁର ସାକ୍ଷୀପଡା ଅଞ୍ଚଳରେ ହନୁଙ୍କ ଉତ୍ପାତ

ସମ୍ବଲପୁର: ସହରର ସାକ୍ଷୀପଡା ଅଞ୍ଚଳରେ ମାଙ୍କଡ଼ ଉପଦ୍ରବ। ଗତ ୧୫ ଦିନରୁ ଊର୍ଦ୍ଧ୍ବ ସମୟ ହେବ ସାକ୍ଷୀପଡା ଅଞ୍ଚଳରେ ଅନେକ ସମୟରେ ହନୁ ମାଙ୍କଡ଼ ଦେଖିବାକୁ ମିଳୁଛନ୍ତି। 

ପ୍ରାୟ ୨/୩ ଦିନ ଅନ୍ତରରେ ଅପରାହ୍ନ ସମୟରେରେ ମାଙ୍କଡ଼ (Monkey) ଦଳ ବୃକ୍ସହିଲ ପାହାଡ଼ ଜଙ୍ଗଲ ଆଡୁ ଜନବସତି ଅଞ୍ଚଳକୁ ଆସୁଛନ୍ତି। ଲୋକଙ୍କ ବାଡ଼ି ବଗିଚାରେ ହୋଇଥିବା ପନିପରିବା ଫଳମୂଳ ଖାଇଦେଉଛନ୍ତି। ମାଙ୍କଡ଼ମାନଙ୍କ ଯିବା ଆସିବା ସମୟରେ ଚାଳଛପର ଛାଉଣୀ ହୋଇଥବା ମାଟି ଖପରା ଘର ବି ନଷ୍ଟ ହେଉଛି।

Also Read: କୋରୋନା ଆକ୍ରାନ୍ତଙ୍କ 'ଆଶାର ଆଲୋକ' ଡାକ୍ତର ଲତିଫ୍
 
ଯେହେତୁ ସମ୍ବଲପୁର (Sambalpur) ବୃକ୍ସହିଲ ପାହାଡ଼ରେ ସାଧାରଣତଃ କେବେ ମାଙ୍କଡ଼ ଦେଖିବାକୁ ମିଳନ୍ତି ନାହିଁ। ତେଣୁ ଆଶଙ୍କା କରାଯାଉଛି ଯେ, ଏମାନେ ନିକଟସ୍ଥ ମୃଗ ବିହାର (ଡିଅର ପାର୍କରୁ ଖସି ଆସିଛନ୍ତି ନ ହେଲେ ଖାଦ୍ୟ ଅଭାବ କାରଣରୁ ସହର ମୁହାଁ ହେଉଛନ୍ତି ବନ୍ୟ ଜୀବଜନ୍ତୁ ବୋଲି ସାଧାରଣ ରେ ଆଶଙ୍କା ପ୍ରକାଶ କରାଯାଉଛି। ତୁରନ୍ତ ବନ ବିଭାଗ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରି  ସମସ୍ୟାର ସମାଧାନ କରୁ ବୋଲି ସାଧାରଣରେ ଦାବି ହେଉଛି।

fallback