Advertisement
Article Detail0/zeeodisha/odisha720327
Zee OdishaCity Newsରାଜ୍ୟରେ କୋରୋନା ଜନିତ ମୃତ୍ୟୁ: ଗଞ୍ଜାମରେ ଶତକ ମୁହାଁ, ସମ୍ବଲପୁରରେ ପ୍ରଥମ

ରାଜ୍ୟରେ କୋରୋନା ଜନିତ ମୃତ୍ୟୁ: ଗଞ୍ଜାମରେ ଶତକ ମୁହାଁ, ସମ୍ବଲପୁରରେ ପ୍ରଥମ

ରାଜ୍ୟରେ ଭୟଙ୍କର ରୂପନେଉଛି କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ଯେତିକି ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୧୦ଟି ମୁଣ୍ଡନେଇଛି କୋରୋନା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ଶତକ ମୁହାଁ। ଜିଲ୍ଲାରେ ୯୦ ଛୁଇଁଛି ମୃତ୍ୟୁ ସଂଖ୍ୟା। ଏହା ସହିତ ରାଜ୍ୟରେ ଜିଲ୍ଲାରେ ମୃତକଙ୍କ ତାଲିକାର

ରାଜ୍ୟରେ କୋରୋନା ଜନିତ ମୃତ୍ୟୁ: ଗଞ୍ଜାମରେ ଶତକ ମୁହାଁ, ସମ୍ବଲପୁରରେ ପ୍ରଥମ

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ରୂପନେଉଛି କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ଯେତିକି ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୧୦ଟି ମୁଣ୍ଡନେଇଛି କୋରୋନା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ଶତକ ମୁହାଁ। ଜିଲ୍ଲାରେ ୯୦ ଛୁଇଁଛି ମୃତ୍ୟୁ ସଂଖ୍ୟା। ଏହା ସହିତ ରାଜ୍ୟରେ ଜିଲ୍ଲାରେ ମୃତକଙ୍କ ତାଲିକାରେ ଶୀର୍ଷରେ ରହିଛି। ସେପଟେ ଏହି ତାଲିକାରେ ସମ୍ବଲପୁର ଜିଲ୍ଲାର ନାମ ସାମିଲ ହୋଇଛି। 

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ଆଜି ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ସମ୍ବଲପୁର, ଗଞ୍ଜାମ, ଭୁବନେଶ୍ୱର, ନୟାଗଡ଼, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ରହିଛନ୍ତି। ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ୮ ଜଣ ପୁରୁଷ ରହିଥିବା ବେଳେ ଦୁଇ ଜଣ ମହିଳା ରହିଛନ୍ତି। 

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ମୃତକଙ୍କ ବୟସ ୪୩,୪୭ ଓ ୩୩ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ୬୫ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ସେହିପରି ସୁନ୍ଦରଗଡ଼ରେ ୭୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱରରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ୬୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ବର୍ଷୀୟ ପୁରୁଷଙ୍କର ମଧ୍ୟ ମୃତ୍ୟୁ ହୋଇଛି। 

Add Zee News as a Preferred Source

ସମ୍ବଲପୁରରେ ଖାତା ଖୋଲିଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା। ସମ୍ବଲପୁରରେ ଜଣେ ୬୭ ବର୍ଷୀୟ ବୃଦ୍ଧିଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ନୟାଗଡ଼ରେ ୬୫ ବର୍ଷୀୟ କିଡନୀ ରୋଗରେ ପୀଡ଼ିତ ପୁରୁଷଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାରେ ମଧ୍ୟ ୫୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। 

ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୦ରେ ପହଞ୍ଚିଛି। ଖୋର୍ଦ୍ଧାରେ ୨୧ ଜଣଙ୍କର, କଟକରେ ୧୧ଜଣଙ୍କର, ଗଜପତିରେ ୯ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାରେ ଓ ସୁନ୍ଦରଗଡ଼ରେ ୭ ଜଣଙ୍କ ମୃତ୍ୟୁ ହୋଇଛି।ବାଲେଶ୍ୱର ଓ ପୁରୀରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, ନୟାଗଡ଼,କନ୍ଧମାଳ, ମାଲକାନଗିରି  ଓ ଭଦ୍ରକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଯାଜପୁର, ସମ୍ବଲପୁର, ଝାରସୁଗୁଡ଼ା, ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। 

About the Author