ରାଜ୍ୟରେ ୧୮୭ ଛୁଇଁଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଭୟଙ୍କର ରୂପନେଉଛି କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ଯେତିକି ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୧୦ଟି ମୁଣ୍ଡନେଇଛି କୋରୋନା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ଶତକ ମୁହାଁ। ଜିଲ୍ଲାରେ ୯୯ ଛୁଇଁଛି ମୃତ୍ୟୁ ସଂଖ୍ୟା। 

ରାଜ୍ୟରେ ୧୮୭ ଛୁଇଁଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ରୂପନେଉଛି କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେତିକି ଯେତିକି ବଢୁଛି କୋରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୧୦ଟି ମୁଣ୍ଡନେଇଛି କୋରୋନା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ଶତକ ମୁହାଁ। ଜିଲ୍ଲାରେ ୯୯ ଛୁଇଁଛି ମୃତ୍ୟୁ ସଂଖ୍ୟା। ଏହା ସହିତ ରାଜ୍ୟରେ ଜିଲ୍ଲାରେ ମୃତକଙ୍କ ତାଲିକାରେ ଶୀର୍ଷରେ ରହିଛି। ସେପଟେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୭ରେ ପହଞ୍ଚିଛି। 

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ଆଜି ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଭୁବନେଶ୍ୱର, ଗଞ୍ଜାମ, ସୁନ୍ଦରଗଡ଼, ଖୋର୍ଦ୍ଧା ଜିଲ୍ଲାର ରହିଛନ୍ତି। ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। 

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ମଧ୍ୟରେ ୩ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ମୃତକଙ୍କ ବୟସ ୪୪, ୬୩, ୭୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ୫୬ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି ସୁନ୍ଦରଗଡ଼ରେ ୫୬ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରେ ୪୦ ବର୍ଷୀୟ ଜଣେ ଡାଇବେଟିସ ପୁରୁଷ ରୋଗୀଙ୍କ ମୃତ୍ୟୁ ହୋଇଛି। ଗଜପତିରେ ୪୯ ବର୍ଷୀୟ ପୁରୁଷଙ୍କର ମଧ୍ୟ ମୃତ୍ୟୁ ହୋଇଛି। ସେହିପରି ଭୁବନେଶ୍ୱରରେ ୭୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। 

ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୯୯ରେ ପହଞ୍ଚିଛି। ଖୋର୍ଦ୍ଧାରେ ୨୫ ଜଣଙ୍କର, କଟକରେ ୧୧ଜଣଙ୍କର, ଗଜପତିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାରେ ୭ ଜଣ ଓ ସୁନ୍ଦରଗଡ଼ରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ନୟାଗଡ଼, ବାଲେଶ୍ୱର ଓ ପୁରୀରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କନ୍ଧମାଳ, ମାଲକାନଗିରି  ଓ ଭଦ୍ରକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଯାଜପୁର, ସମ୍ବଲପୁର, ଝାରସୁଗୁଡ଼ା, ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।