• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨୦୦ ପାର

ରାଜ୍ୟରେ ୨୦୦ ଛୁଇଁଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ କୋରୋନା ୧୦ଟି ମୁଣ୍ଡ ନେଇଛି। ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁନାହିଁ କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ପାଉଛି ଅନୁରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ସମାନ୍ତରାଳ ଭାବେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୧୦ଟି ମୁଣ୍ଡନେଇଛି କୋରୋନା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୨୦୦ ପାର

ଭୁବନେଶ୍ୱର: ରାଜ୍ୟରେ ୨୦୦ ଛୁଇଁଲା କୋରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ କୋରୋନା ୧୦ଟି ମୁଣ୍ଡ ନେଇଛି। ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁନାହିଁ କୋରୋନା। ସଂକ୍ରମିତଙ୍କ ସଂଖ୍ୟା ଯେଉଁଭଳି ଭାବରେ ବୃଦ୍ଧି ପାଉଛି ଅନୁରୂପ ଭାବେ ମୃତ୍ୟୁ ସଂଖ୍ୟା ମଧ୍ୟ ସମାନ୍ତରାଳ ଭାବେ ବୃଦ୍ଧି ପାଉଛି। ଆଜି ରାଜ୍ୟରେ ୧୦ଟି ମୁଣ୍ଡନେଇଛି କୋରୋନା। ଗଞ୍ଜାମ ଜିଲ୍ଲାରେ କୋରୋନା ମୃତ୍ୟୁ ସଂଖ୍ୟା ଶତକ ପାର। ଜିଲ୍ଲାରେ ୧୦୬ ଛୁଇଁଛି ମୃତ୍ୟୁ ସଂଖ୍ୟା। ଏହା ସହିତ ରାଜ୍ୟରେ ଜିଲ୍ଲାରେ ମୃତକଙ୍କ ତାଲିକାରେ ଶୀର୍ଷରେ ରହିଛି। ସେପଟେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୨୦୭ରେ ପହଞ୍ଚିଛି। 

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦେଇଥିବା ସୂଚନା ମୁତାବକ ଆଜି ରାଜ୍ୟରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ଗଞ୍ଜାମ, କଳାହାଣ୍ଡି, ଗଜପତି, ଖୋର୍ଦ୍ଧା ଓ ରାୟଗଡ଼ାର ଜିଲ୍ଲାର ରହିଛନ୍ତି। ସର୍ବାଧିକ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ୯ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। 

ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ମୃତ ପୁରୁଷଙ୍କ ବୟସ ୪୮ ଓ ୫୪ ବର୍ଷ ହୋଇଥିବା ବେଳେ ୫୪ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି କଳାହାଣ୍ଡିରେ ୬୬ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି। ଗଜପତିରେ ମଧ୍ୟ ଆଜି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାରେ ୩୪ ଓ ୪୮ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। ସେହିପରି ରାୟଗଡ଼ାରେ ୩ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଜିଲ୍ଲାରେ ୬୪, ୬୧ ଓ ୭୦ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରେ ୬୩ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି। 

ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦୬ରେ ପହଞ୍ଚିଛି। ଖୋର୍ଦ୍ଧାରେ ୨୯ ଜଣଙ୍କର, କଟକରେ ୧୧ଜଣଙ୍କର, ଗଜପତିରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ାରେ ୧୦ ଜଣ ଓ ସୁନ୍ଦରଗଡ଼ରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି। ନୟାଗଡ଼, ବାଲେଶ୍ୱର ଓ ପୁରୀରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ଅନୁଗୋଳ, କନ୍ଧମାଳ, କଳାହାଣ୍ଡି, ମାଲକାନଗିରି ଓ ଭଦ୍ରକରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ସମ୍ବଲପୁର, ଝାରସୁଗୁଡ଼ା, ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।