Advertisement
Article Detail0/zeeodisha/odisha711067
Zee OdishaCity Newsରାଜ୍ୟରେ ଆଉ ୪ କୋରୋନା ପଜିଟିଭଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ରାଜ୍ୟରେ ଆଉ ୪ କୋରୋନା ପଜିଟିଭଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ଆଉ ୪ ଆଖିବୁଜିଲେ...

ରାଜ୍ୟରେ ଆଉ ୪ କୋରୋନା ପଜିଟିଭଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ଭୟଙ୍କର ରୂପ ନେବାରେ ଲାଗିଛି।  ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କୋରୋନା ଆଉ ୪ଟି ମୁଣ୍ଡ ନେଇଛି।  ମୃତକଙ୍କ ମଧ୍ୟରେ କଟକ, ଖୋର୍ଦ୍ଧା, ଭୁବନେଶ୍ୱର ଓ ଗଞ୍ଜାମରୁ ଜଣେ ଲେଖାଏଁ କୋରୋନା  ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି।  

ବିଭାଗ ଦେଇଥିବା ସୂଚନା ମୁତାବକ ରାଜ୍ୟରେ ଆଉ ୬ କୋରୋନା ପଜିଟିଭଙ୍କ ମୃତ୍ୟୁ ହୋଇଛି।  ଗଞ୍ଜାମରୁ ୮୦ ବର୍ଷୀୟ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ସେ ଡାଇବେଟିସ ରୋଗରେ ମଧ୍ୟ ଆକ୍ରାନ୍ତ ରହିଥିବା ନେଇ ବିଭାଗ ସୂଚନା ଦେଇଛି। ସେହିପରି କଟକରେ ଜଣେ ୭୧ ବର୍ଷୀୟ ବୃଦ୍ଧଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଖୋର୍ଦ୍ଧାରେ ଜଣେ ୪୦ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଭୁବନେଶ୍ୱରରେ ଜଣେ ୭୧ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି। 

ଏହା ସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୪୪ଜଣଙ୍କର ମୃତ୍ୟୁ ହୋଇଛି।  ସେପଟେ ଖୋର୍ଦ୍ଧାରେ ୧୨ ଓ କଟକରେ ୮ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି। ପୁରୀରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ  ଅନୁଗୋଳ, ବରଗଡ଼, ଭଦ୍ରକ, ଗଜପତି, ଯାଜପୁର, କେନ୍ଦ୍ରାପଡ଼ା, ରାୟଗଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି।  

Add Zee News as a Preferred Source

 

 

About the Author