ରାଜ୍ୟରେ ଆଉ ୫ କୋରୋନା ସଂକ୍ରମିତଙ୍କ ମୃତ୍ୟୁ, ୬୦ ଡେଇଁଲା ମୃତକଙ୍କ ସଂଖ୍ୟା

ରାଜ୍ୟରେ ଆଜି ଆଉ ୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ବିଭାଗ ଦେଇଥିବା ସୂଚନା ମୁତାବକ ୫ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି।  ଭଦ୍ରକ ଓ ଗଞ୍ଜାମରେ ବିଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗଞ୍ଜା

ରାଜ୍ୟରେ ଆଉ ୫ କୋରୋନା ସଂକ୍ରମିତଙ୍କ ମୃତ୍ୟୁ, ୬୦ ଡେଇଁଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ୱରେ: ରାଜ୍ୟରେ ଆଜି ଆଉ ୫ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ବିଭାଗ ଦେଇଥିବା ସୂଚନା ମୁତାବକ ୫ ଜଣ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୬୧ରେ ପହଞ୍ଚିଛି। 

ଭଦ୍ରକ ଓ ଗଞ୍ଜାମରେ ବିଗତ ୨୪ ଘଣ୍ଟାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୨ ଜଣ ରହିଥିବା ବେଳେ ଭୁବନେଶ୍ୱର, କଟକ ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି। ଗଞ୍ଜାମ ଜିଲ୍ଲାରେ ୭୨ ବର୍ଷ ଓ ୫୫ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି ଭୁବନେଶ୍ୱରରେ ୫୬ ବର୍ଷୀୟ ମହିଳା ମୃତ୍ୟୁ ବରଣ କରିଥିବା ବେଳେ କଟକରେ ଜଣେ ୪୬ ବର୍ଷୀୟ ଯ଼ୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। ସେହିପରି ପୁରୀ ଜିଲ୍ଲାରେ ୭୦ ବର୍ଷୀୟ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି। 

ସୂଚନା ଯୋଗ୍ୟ ଗଞ୍ଜାମରେ ମୃତକଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି। ସେପଟେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଜିଲ୍ଲାରେ ହୁହୁ ହୋଇ ବଢିଚାଲିଛି। ଆଜି ଜିଲ୍ଲାରୁ ପ୍ରାୟ ୨୧୬ ଜଣ ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିବା ପରେ ୩୬୩୪ରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି।