ରାଜ୍ୟରେ ୧୦୦ ଛୁଇଁଲା କୋରୋନା ମୃତ୍ୟୁ ସଂଖ୍ୟା
Advertisement

ରାଜ୍ୟରେ ୧୦୦ ଛୁଇଁଲା କୋରୋନା ମୃତ୍ୟୁ ସଂଖ୍ୟା

ରାଜ୍ୟରେ ଶହେ ଛୁଇଁଛି ମୃତ୍ୟୁ ସଂଖ୍ୟା। ଆଜି କୋରୋନାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ସେପଟେ ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡ଼ା, କଟକ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା ଓ ରାୟଗଡ଼ାରୁ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ହଟସ୍ପଟ ଜିଲ୍ଲା ଗଞ୍ଜାମରେ ଆଜି କୌଣସି ମୃ

ରାଜ୍ୟରେ ୧୦୦ ଛୁଇଁଲା କୋରୋନା ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଶହେ ଛୁଇଁଛି ମୃତ୍ୟୁ ସଂଖ୍ୟା। ଆଜି କୋରୋନାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ଚିଛି। ସେପଟେ ମୃତକଙ୍କ ମଧ୍ୟରେ କେନ୍ଦ୍ରାପଡ଼ା, କଟକ, ଗଜପତି, ଜଗତସିଂହପୁର, ଖୋର୍ଦ୍ଧା ଓ ରାୟଗଡ଼ାରୁ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ରାଜ୍ୟର ହଟସ୍ପଟ ଜିଲ୍ଲା ଗଞ୍ଜାମରେ ଆଜି କୌଣସି ମୃତ୍ୟ ହୌଇନଥିବା ଜଣାପଡ଼ିଛି। 

ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ରହିଥିବା ବେଳେ ଜଣେ ମହିଳା ରହିଛନ୍ତି। ଖୋର୍ଦ୍ଦା ମୃତକଙ୍କ ବୟସ ୭୫ ବର୍ଷ ବୟସ ହୋଇଥିବା ବେଳେ ରାୟଗଡ଼ାରେ ୭୪ ବର୍ଷ ବୟସ, ଗଜପତିରେ ମୃତକଙ୍କ ବୟସ ୬୮ ବର୍ଷ ବୟସ, କେନ୍ଦ୍ରାପଡ଼ା ଜିଲ୍ଲାରେ ମୃତକଙ୍କ ବୟସ ୬୩ ବର୍ଷୀୟ, ଜଗତସିଂହପୁରର ୫୮ ବର୍ଷୀୟ ଓ କଟକର ଜଣେ ୨୬ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। 

ଏହା ସହିତ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଗଞ୍ଜାମରେ ସର୍ବାଧିକ ୫୯ଜଣଙ୍କର ମୃତ୍ୟୁ ହୋଇଛି।  ସେପଟେ ଖୋର୍ଦ୍ଧାରେ ୧୪ ଓ କଟକରେ ୯ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି। ଗଜପତିରେ ୫ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ରାପଡ଼ା, ଜଗତସିଂହପୁର, ରାୟଗଡ଼ା, ସୁନ୍ଦରଗଡ, ପୁରୀ ଓ ଅନୁଗୋଳ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବରଗଡ଼, ଭଦ୍ରକ, ଯାଜପୁର ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ବିଭାଗ ସୂଚନା ଦେଇଛି।