)
ଭୁବନେଶ୍ୱର: ରାଜ୍ୟରେ ଶହେ ଛୁଇଁଛି ମୃତ୍ୟୁ ସଂଖ୍ୟା। ଆଜି କୋରୋନାରେ ୬ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୪ରେ ପହଞ୍ଚିଛି। ସେପଟେ ଗଞ୍ଜାମରୁ ପୁଣି ୫ଟି ମୁଣ୍ଡ କୋରୋନା ନେଇଥିବା ବେଳେ ଖୋର୍ଦ୍ଧାରେ ଜଣକର ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ରହିଥିବା ବେଳେ ଦୁଇଜଣ ମହିଳା ରହିଛନ୍ତି। ଫଳରେ ଗଞ୍ଜାମ ଜିଲ୍ଲରେ ଜଣେ ମହିଳାଙ୍କ ସହିତ ୩ ଜଣ ପୁରୁଷଙ୍କର ମୃତ୍ୟୁ ହୋଇଛି। ମହିଳାଙ୍କ ବୟସ ୫୧ ବର୍ଷ ହୋଇଥିବା ବେଳେ ୬୯,୬୩ ଓ ୪୧ ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ଜଣେ ୮୬ ବର୍ଷୀୟ ମହିଳାଙ୍କର ମୃତ୍ୟୁ ହୋଇଛି।
ସେପଟେ ରାଜ୍ୟରେ ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ କୋରୋନା ଜନିତ ମୃତ୍ୟୁ ହୋଇଛି। ଜିଲ୍ଲାରେ ମୋଟ ୬୭ ଜଣକର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୫ ଜଣଙ୍କର, କଟକରେ ୯ ଜଣଙ୍କର ଗଜପତିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଅନୁଗୋଳ ଓ ସୁନ୍ଦରଗଡ଼ରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଯାଜପୁର, ଭଦ୍ରକ, ନୟାଗଡ଼, କନ୍ଧମାଳ ଓ ବରଗଡ଼ରେ ଜଣେ ଲେଖାଏଁ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି।