• କଳାହାଣ୍ଡି: ସନସାଇନ୍ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ନିଖୋଜ ମାମଲା
  • ମହାଲିଙ୍ଗ ସ୍ଥିତ ନିର୍ମାଣାଧୀନ ଷ୍ଟାଡିୟମରୁ ମିଳିଲା ପୋଡ଼ାକାଠ, ପାଉଁଶ
  • ଜେସିବି ଦ୍ୱାରା ମାଟି ଖୋଳି ପୋଡ଼ାକାଠ, ପାଉଁଶ ଉଦ୍ଧାର
  • ମମିତାଙ୍କୁ ହତ୍ୟା କରି ପୋତି ଦିଆଯାଇଥିବା ସନ୍ଦେହ
  • ଦରଦାମ ବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନ
  • ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତଳିକା ଦାହ କଲା ଯୁବ କଂଗ୍ରେସ
  • ମମିତା ମେହେର ଅପହରଣ ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ରାଜ୍ୟ ବିଜେପି ସଭାପତି
  • କେରଳରେ ବନ୍ୟାର ତାଣ୍ଡବ: ୪୧ ମୃତ, ୧୧ଟି ଡ୍ୟାମ୍ ପାଇଁ ରେଡ୍‌ ଆଲର୍ଟ ଜାରି
  • ଗୋଟିଏ ସ୍ଥାନରେ ମିଳିପାରିବ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀର ସମସ୍ତ କଳା କୌଶଳ
  • ପୁରାତନ ଗୁରୁଙ୍କ କାଳଜୟୀ କଳାର ସମାହାର ସାଙ୍ଗକୁ ଏ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ନୃତ୍ୟ ଚାତୁରୀ

ଏମିତି ପାଳନ୍ତି ଜନ୍ମଦିନ! Cake କାଟି କାଟି ଥକି ଗଲେ Birthday Boy

ମାମଲା ମୁମ୍ବାଇର କାଣ୍ଡିଭାଲି ୱେଷ୍ଟ ଷ୍ଟେସନ ଅଞ୍ଚଳର ଅଟେ। ଏକାସାଙ୍ଗରେ ବିପୁଳ ସଂଖ୍ୟକ କେକ୍ କାଟିଥିବା ବ୍ୟକ୍ତିଙ୍କ ନାମ ହେଉଛି ସୂର୍ଯ୍ୟ ରତୁଡୀ। ଗତ ମଙ୍ଗଳବାର ସୂର୍ଯ୍ୟଙ୍କ ଜନ୍ମଦିନ ଥିଲା।

ଏମିତି ପାଳନ୍ତି ଜନ୍ମଦିନ! Cake କାଟି କାଟି ଥକି ଗଲେ Birthday Boy
ସୌ: ସୋସିଆଲ ମି଼ଡିଆ

ମୁମ୍ବାଇ: ପ୍ରାୟ ପ୍ରତ୍ୟେକ ଲୋକ ସେମାନଙ୍କର ଜନ୍ମଦିନକୁ ଆଡମ୍ବର ସହିତ ବହୁତ ଆନନ୍ଦରେ ପାଳନ କରିବାକୁ ଇଚ୍ଛା କରନ୍ତି। ଏହି ଦିନକୁ ସର୍ବୋତ୍ତମ ଏବଂ ସ୍ମରଣୀୟ କରିବା ପାଇଁ ଲୋକମାନେ ନାନା ଉପାୟ ଆପଣାନ୍ତି। କିନ୍ତୁ ମୁମ୍ବାଇର ଜଣେ ବ୍ୟକ୍ତି ତାଙ୍କ ଜନ୍ମଦିନରେ ଏପରି କିଛି କରିଥିଲେ ଯାହା ଜାଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବାସ୍ତବରେ, ବ୍ୟକ୍ତି ଏକକାଳୀନ ଏତେ ସଂଖ୍ୟକ କେକ୍ କାଟିଥିଲେ ଯେ ତାଙ୍କୁ ଏଥିପାଇଁ ପ୍ରାୟ ୧୦ ମିନିଟ ସମୟ ଲାଗିଥିଲା।

ସୂଚନା ଅନୁଯାୟୀ, ମାମଲା ମୁମ୍ବାଇର କାଣ୍ଡିଭାଲି ୱେଷ୍ଟ ଷ୍ଟେସନ ଅଞ୍ଚଳର ଅଟେ। ଏକାସାଙ୍ଗରେ ବିପୁଳ ସଂଖ୍ୟକ କେକ୍ କାଟିଥିବା ବ୍ୟକ୍ତିଙ୍କ ନାମ ହେଉଛି ସୂର୍ଯ୍ୟ ରତୁଡୀ। ଗତ ମଙ୍ଗଳବାର ସୂର୍ଯ୍ୟଙ୍କ ଜନ୍ମଦିନ ଥିଲା। ଏହି ସମୟରେ ସେ ୫୫୦ଟି କେକ୍ ଅର୍ଡର କରିଥିଲେ। ଆଉ ସେହି କେକ୍ ଗୁଡିକୁ ସୂର୍ଯ୍ୟ ଏକାଠି କାଟିଲେ। ଦୁଇ ହାତରେ ଦୁଇଟି ଛୁରୀ ଧରି କେକ୍ କାଟିଥିଲେ ସୁଦ୍ଧା ତାଙ୍କୁ ଏଥିପାଇଁ ଅନେକ ସମୟ ଲାଗିଥିଲା। ଏବେ ସୂର୍ଯ୍ୟଙ୍କ କେକ୍ କାଟିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Also Read: 'ମହାଭାରତ' ପରେ ଆସୁଛି 'ରାମାୟଣ'; ପରଦାରେ କିଏ ହେବେ ସୀତା-ରାମ-ରାବଣ?

ଭାଇରାଲ୍ ଭିଡିଓରେ ୫୫୦ଟି ରଙ୍ଗୀନ ୩ଟି ବଡ଼ ଟେବୁଲରେ ସଜାଯାଇଛି। ଏହା ପରେ ସୂର୍ଯ୍ୟ ଦୁଇ ହାତରେ ଛୁରୀ ସାହାଯ୍ୟରେ ଏହି କେକ୍ କାଟୁଛନ୍ତି। ଏହି ସମୟରେ ସେଠାରେ ଉପସ୍ଥିତ ଲୋକମାନେ କୋଳାହଳ କରୁଛନ୍ତି। ସୂର୍ଯ୍ୟଙ୍କ ଜନ୍ମଦିନରେ ସାମିଲ ଥିବା ଅଧିକାଂଶ ଲୋକ ମାସ୍କ ମଧ୍ୟ ପିନ୍ଧନ୍ତି ନାହାଁନ୍ତି। ଏହା ସହିତ ସମଗ୍ର ଜନ୍ମଦିନ ଭୋଜିରେ ସାମାଜିକ ଦୂରତା ମଧ୍ୟ ପାଳନ କରାଯାଇନଥିଲା।

ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ଲୋକମାନେ କୋରୋନା ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି। ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ଲୋକ ଏହି ପ୍ରସଙ୍ଗରେ ମୁମ୍ବାଇ ପୋଲିସ ଏବଂ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମହାରାଷ୍ଟ୍ରରେ କୋଭିଡ ପ୍ରୋଟୋକଲ ଅନୁଯାୟୀ ଗହଳି କରିବା ବା ବହୁସଂଖ୍ୟକ ଲୋକ ଏକତ୍ରୀତ ହେବା ଉପରେ ଏକ ନିଷେଧାଦେଶ ରହିଛି।