ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ, ନଭେମ୍ବର ୨୭ରେ ଦୁର୍ଲଭ ବେଶ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ, ନଭେମ୍ବର ୨୭ରେ ଦୁର୍ଲଭ ବେଶ
Advertisement

ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ, ନଭେମ୍ବର ୨୭ରେ ଦୁର୍ଲଭ ବେଶ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ, ନଭେମ୍ବର ୨୭ରେ ଦୁର୍ଲଭ ବେଶ

ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ।  ଏନେଇ ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା ଦିନ ଅନୁକୂଳ ହେଲା  ନାଗାର୍ଜୁନ ବେଶର ନିର୍ମାଣ କାର୍ଯ୍ୟ।

 ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ, ନଭେମ୍ବର ୨୭ରେ ଦୁର୍ଲଭ ବେଶ ନାଗାର୍ଜୁନ ବେଶ ପାଇଁ ପ୍ରସ୍ତୁତି ଆରମ୍ଭ, ନଭେମ୍ବର ୨୭ରେ ଦୁର୍ଲଭ ବେଶ

ସଞ୍ଜୟ ମହାପାତ୍ର, ପୁରୀ: ନଭେମ୍ବର ୨୭ରେ ମହାପ୍ରଭୁଙ୍କ ପ୍ରସିଦ୍ଧ ନାଗାର୍ଜୁନ ବେଶ।  ଏନେଇ ଆଜି ପବିତ୍ର ବିଜୟା ଦଶମୀ ବା ଦଶହରା ଦିନ ଅନୁକୂଳ ହେଲା  ନାଗାର୍ଜୁନ ବେଶର ନିର୍ମାଣ କାର୍ଯ୍ୟ। ଶ୍ରୀମନ୍ଦିରରୁ ମାଳମାହାର୍ଦ୍ଦ ଚକ୍ରକୋଟ ଜାଗା ଘରକୁ ବିଜେ କରିବା ପରେ ସ୍ୱତନ୍ତ୍ର ପୂଜା ବିଧି ଆରମ୍ଭ ହୋଇଥିଲା। ନାଗାର୍ଜୁନ ବେଶ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଠାରୁ ସ୍ୱକୃତି ପାଇଥିବା ସେବାୟତ ବଳରାମ ଖୁଣ୍ଟିଆ ସଂକଳ୍ପ କରିଥିଲେ। ହୋମଯଜ୍ଞ ସହିତ ଅନୁକୂଳ ହୋଇଥିଲା ନାଗାର୍ଜୁନ ବେଶର ନିର୍ମାଣ।

ଦୀର୍ଘ ୨୬ ବର୍ଷ ପରେ ମହାପ୍ରଭୁଙ୍କର ହେବ ନାଗାର୍ଜୁନ ବେଶ । ଚଳିତ ମାସ କାର୍ତ୍ତିକ ମାସ ପଞ୍ଚୁକରେ ଅର୍ଥାତ ନଭେମ୍ବର ୨୭ରେ ଏହି ବେଶ କରାଯିବ । ଆଜି ବିଜୟା ଦଶମୀ ଅର୍ଥାତ ଦଶହରାରେ ଏହି ବେଶ ନିର୍ମାଣ ଅନୁକୂଳ ହୋଇଛି । ପୁଷ୍ପାଳକ ନିଯୋଗର ନିର୍ଦ୍ଦେଶ ମତେ ବେଶ କାରିଗର ଦର୍ଜିସେବକ, ଛତିଷାନିଯୋଗ ମହାନାୟକ ଉପସ୍ଥିତ ଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ପ୍ରଶାସକ ବେଶ ନିର୍ମାଣ ଆରମ୍ଭ ନେଇ ଅନୁମତି ପ୍ରଦାନ କରିଛନ୍ତି। ବେଶ କାରିଗରମାନେ ବିଜୟା ଦଶମୀରେ ସେମାନଙ୍କର ଆୟୁଦ୍ଧ ଏବଂ ବେଶ ସରଞ୍ଜାମ ପୂଜା ହେବାପରେ ବେଶ ଆନୁଷ୍ଠାନିକ ଭାବେ ନିର୍ମାଣ ଆରମ୍ଭ କରାଯାଇଛି।

ସେପଟେ ସେବାୟତ  ଚକ୍ରକୋଟ ବଳରାମ ଖିୁଣ୍ଟିଆଙ୍କୁ ଏଥର ବେଶ ଯୋଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିବା ସହ ପରମ୍ପରା ଅନୁଯାୟୀ ଚକ୍ରକୋଟ ସେବୟତଙ୍କର ଏହା ସେବା । ସେନେଇ ବେଶ  କରିଗରଙ୍କୁ ନେଇ ଆଜିଠୁଁ ତାହାର ନିର୍ମାଣ ଆରମ୍ଭ ହୋଇଛି ।

ସେପଟେ ଆଜିଠାରୁ ବିଧି ମୁତାବକ ଆରମ୍ଭ ହେଲା ବେଶ ନିର୍ମାଣ କାର୍ଯ୍ୟ। ନାଗାବେଶ ପାଇଁ ହାଣ୍ଡିଆ, ତାଟି, ଦାଢି ଆଦି ଆବଶ୍ୟକ ମାପ ଅନୁଯାୟୀ ନିର୍ମାଣ କରାଯିବ। ସୋଲ ,ଜରି ଓ ଜମ୍ବୁରା ଆଦିରେ ବେଶ କରାଯିବ । ସେପଟେ ମହାପ୍ରଭୁଙ୍କ ବିଭିନ୍ନ ଚିତ୍ତାକର୍ଷକ ବେଶମାନଙ୍କ ମଧ୍ୟରେ ନାଗାର୍ଜୁନ ବେଶ ଅନ୍ୟତମ।  ଯାଗାଆଖଡା ମାନଙ୍କରେ ହେଉଥିବା ନାଗାବେଶ ଭଳି ସମସ୍ତ ବେଶ ସରଞ୍ଜାମ ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥାଏ। ବେଶରେ ଢାଲ, ଖଣ୍ଡା,ଧନୁ ଓ ତୀର ସଂଯୁକ୍ତ ପଟି ,ହାଣ୍ଡିଆ,ବାଘଛାଲ, ୧୭ହତିଆର ସହ ବାଘନଖ, ଚଅଁର, ଦାଢି, ନିଶ ଆଦିରେ ବିଭୁଷିତ ହୋଇଥାନ୍ତି। 

ମହାପ୍ରଭୁଙ୍କ ଏହି ଚିତ୍ତାକର୍ଷକ ବେଶକୁ ଦେଖିବା ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ। ୧୯୯୩ ଓ ୧୯୯୪ରେ ଲାଗଲାଗ ଦୁଇବର୍ଷ ଦର୍ଶନ କରିବାର ସୁଯୋଗ ପାଇଥିଲେ ଭକ୍ତ। ୧୯୯୪ ନଭେମ୍ବର ୧୬ ମଳ ତ୍ରୟୋଦଶୀ ତିଥିରେ ପଡିଥିଲା ନାଗାର୍ଜୁନ ବେଶ। କିନ୍ତୁ ଚଳିତ ବର୍ଷ କାର୍ତ୍ତିକ ଦ୍ୱାଦଶୀ ମଳ ତିଥିରେ ପଡୁଛି ନାଗାର୍ଜୁନ ବେଶ। ତେବେ ଭକ୍ତ କିନ୍ତୁ ଅପେକ୍ଷା କରିଛି ମହାପ୍ରଭୁଙ୍କ ଇଚ୍ଛା ଥିଲେ ନାଗାର୍ଜୁନ ବେଶକୁ ଦର୍ଶନ କରିବ।

ନାଗାର୍ଜୁନ ବେଶ ଆୟୋଜନ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ  ୭୦ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଛି। ହେଲେ କୋଭିଡର ଭୟାବହତାକୁ ନଜରରେ ରଖି ଚଳିତ ବର୍ଷ ରଥଯାତ୍ରା ଭଳି ବିନା ଭକ୍ତରେ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ।  ଫଳରେ ଦୀର୍ଘ ୨୬ବର୍ଷପରେ ନାଗାର୍ଜୁନ ବେଶ ପଡୁଥିଲେ ମଧ୍ୟ ଭକ୍ତ ମାନେ ଦର୍ଶନ କରିନପାରି ନିରାଶ ହେବେ ବୋଲି ଜଣାପଡିଛି।

ପଞ୍ଚୁକ ପୂର୍ବରୁ ସରିବ ନାଗାର୍ଜୁନ ବେଶ ପ୍ରସ୍ତୁତି । ତାକୁ ନେଇ ଶ୍ରୀମନ୍ଦିରରେ ଦାଖଲ କରିବା ପରେ ପୁଷ୍ପାଳକ ନିଯୋଗ ସେବାୟତଙ୍କ ସହ ସିଂହାରି ସେବାୟତଙ୍କ ଦ୍ଵାରା ଏହି ବେଶ ଲାଗିହେବ । ହେଲେ ଏସବୁ ଭିତରେ ଭକ୍ତ କଣ ଦୁର୍ଲଭ ବେଶ ଦର୍ଶନ କରିପାରିବେ କି ନାହିଁ ତାହା କେବଳ ଜଗନ୍ନାଥଙ୍କ ଇଚ୍ଛା ।