ବର୍ଷାଙ୍କ ପାଇଁ ଜୀବନ ହାରିଲେ ରାହୁଲ! ନ୍ୟାୟ ଦାବି କଲେ ଅନୁଭବ
Advertisement

ବର୍ଷାଙ୍କ ପାଇଁ ଜୀବନ ହାରିଲେ ରାହୁଲ! ନ୍ୟାୟ ଦାବି କଲେ ଅନୁଭବ

ଅନୁଭବ ତାଙ୍କ ଟ୍ୱଟିରେ Men’s Day Outର ଏକ ଖବର ସେୟାର କରିଛନ୍ତି। ଖବରରେ ରାଉରକେଲାର ରାହୁଲ ଅଗ୍ରୱାଲ ନାମକ ଜଣେ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା ବିଷୟରେ ଉଲ୍ଲେଖ ରହିଛି। ଶାଶୁଘର ଲୋକେ ମିଥ୍ୟା ଯୌତୁକ ନିର୍ଯାତନା ମାମଲା (୪୯୮ ଏ)ରେ ଫାସାଇଥିବା ଅଭିଯୋଗ କରି ରାହୁଲ ଆତ୍ମହତ୍ୟା କରିଛନ୍ତି। 

ସୌ- ସୋସିଆଲ ମିଡିଆ

ଭୁବନେଶ୍ୱର: ପତ୍ନୀ ବର୍ଷାଙ୍କ ପାଇଁ ଜୀବନ ହାରିଦେଲେ ରାଉରକେଲାର ବ୍ୟବସାୟୀ ରାହୁଲ ଅଗ୍ରୱାଲ। ଯୌତୁକ ନିର୍ଯ୍ୟାତନା ମାମଲାରେ ଅତିଷ୍ଟ ହୋଇ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ଜାମସେଦପୁର ଥାନାରେ ରାହୁଲଙ୍କ ଭାଇ ଏତଲା ଦେଇଛନ୍ତି। ରାହୁଲଙ୍କ ମୃତ୍ୟୁ ମାମଲାରେ ଏବେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ଏଣ୍ଡ୍ରିଂ ହୋଇଛି। ବିଜେଡି ସାଂସଦ ଟ୍ୱିଟ କରି ରାହୁଲଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। 

ବୁଧବାର ସଂଧ୍ୟାରେ ସାଂସଦ ଅନୁଭବ ମହାନ୍ତି ଏକ ଟ୍ୱିଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି, 'ଏହି ହୃୟୟ ବିଦାରକ ବିଷୟ ଉପରେ ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ରାଉରକେଲା ଏସପିଙ୍କୁ ଅନୁରୋଧ କରୁଛି। ପବିତ୍ର ଆତ୍ମାକୁ ନ୍ୟାୟ ପ୍ରତ୍ୟାଖ୍ୟାନ କରିସାରିଛି! ଅନ୍ତତଃପକ୍ଷେ ତାଙ୍କ ଶାଶୁ, ଶ୍ୱଶୁରଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ, ତାଙ୍କ ଆତ୍ମାକୁ କିଛି ମାତ୍ରାରେ ଶାନ୍ତି ଦେଇପାରେ।' ଏହି ଟ୍ୱଟରେ ଅନୁଭବ #JusticeForRahul ଲେଖିବା ସହ ରାଉରକେଲା ଏସପି, ଓଡିଶା ମୁଖ୍ୟମନ୍ତ୍ରୀ, ଓଡିଶା ଡିଜିପି, ଝାଡଖଣ୍ଡ ପୋଲିସ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି।

Also Read: ମୋଦି ଓ ସୋନିଆଙ୍କ ମଧ୍ୟରେ କିଏ ଭଲ? ପ୍ରଶାନ୍ତ କିଶୋର ଦେଲେ ଏପରି କିଛି ଜବାବ

ଅନୁଭବ ତାଙ୍କ ଟ୍ୱଟିରେ Men’s Day Outର ଏକ ଖବର ସେୟାର କରିଛନ୍ତି। ଖବରରେ ରାଉରକେଲାର ରାହୁଲ ଅଗ୍ରୱାଲ ନାମକ ଜଣେ ଯୁବ ବ୍ୟବସାୟୀଙ୍କ ଆତ୍ମହତ୍ୟା ବିଷୟରେ ଉଲ୍ଲେଖ ରହିଛି। ଶାଶୁଘର ଲୋକେ ମିଥ୍ୟା ଯୌତୁକ ନିର୍ଯାତନା ମାମଲା (୪୯୮ ଏ)ରେ ଫାସାଇଥିବା ଅଭିଯୋଗ କରି ରାହୁଲ ଆତ୍ମହତ୍ୟା କରିଛନ୍ତି। ଜୀବନ ହାରିବା ପୂର୍ବରୁ ସେ ଏକ ଭିଡିଓ କରିଛନ୍ତି। ଯେଉଁଠି ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇ ଥିବାର କାରଣ କହିଛନ୍ତି। ଆଉ ଏହି ଘଟଣା ବିଷୟରେ ବିସ୍ତ୍ରୁତ ରିପୋର୍ଟ ପ୍ରକାଶ କରି ରାହୁଲଙ୍କୁ Men’s Day Out ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଙ୍କୁ ଅପିଲ କରିଛି।

 

Men’s Day Outରେ ପ୍ରକାଶିତ ଖବର ଅନୁସାରେ, ରାଉରକେଲାର ରାହୁଲ ଅଗ୍ରୱାଲ, ଝାଡଖଣ୍ଡ ଜାମସେଦପୁରର ବର୍ଷାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ନାବାଳିକା ଝିଅ ଓ ପୁଅ (ଯମଜ) ଅଛନ୍ତି। ବର୍ଷା ଓ ରାହୁଲଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ, କିନ୍ତୁ ବର୍ଷାଙ୍କ ଘର ଲୋକ ରାହୁଲଙ୍କ ବିରୁଦ୍ଧରେ ମିଥ୍ୟା ଯୌତୁକ ମାମଲା ଦାଏକ କରିଛନ୍ତି। ଯାହାକୁ ନେଇ ରାହୁଲଙ୍କ ମାତା ପିତା ବାରମ୍ବାର ଜାମସେଦପୁର କୋର୍ଟକୁ ଧାଉଁଛନ୍ତି। ଜାମସଦପୁର ପୋଲିସ ଏହି ମାମଲାରେ ସହାୟତା କରୁନାହିଁ। ଶ୍ୱଶୁର ଘର ଲୋକ ମାନସିକ ନିର୍ଯାତନା ଦେଉଥିବା ମଧ୍ୟ ଅଭିଯୋଗ ହୋଇଛି।

ରାହୁଲ ଅଗ୍ରୱାଲ ତାଙ୍କ ଶେଷ ଭିଡିଓରେ କହିଛନ୍ତି ଯେ, ତାଙ୍କୁ ମିଥ୍ୟା ଯୌତୁକ ମାମଲାରେ ଫସାଇ ଦିଆଯାଇଛି। ଗତ ତିନି ମାସ ହେଲା ତାଙ୍କୁ ନିଜ ପିଲାଙ୍କ ସହ ସାକ୍ଷାତ କରିବାକୁ ଦିଆଯାଉନାହିଁ। ବେଲ ପାଇଁ ବୃଦ୍ଧ ବାପା ମା ବାରମ୍ବାର ଜାମସେଦପୁର କୋର୍ଟକୁ ଦୌଡୁଛନ୍ତି। ଏଥିରେ ସେମାନଙ୍କର କୌଣସି ଦୋଷ ନାହିଁ। ପତ୍ନୀ ବର୍ଷା ବହୁତ ଭଲ। ସେ ଯେଉଁ ଚରମ ପଦକ୍ଷେପ ନେବାକୁ ଯାଉଛନ୍ତି ସେଥିପାଇଁ ବର୍ଷାଙ୍କ ବାପା, ମାଆ ଓ ଭାଇ ଦାୟୀ ବୋଲି ରାହୁଲ କହିଛନ୍ତି। ସେପଟେ ଭାଇକୁ ଆତ୍ମହତ୍ୟା କରିବାରୁ ବାଧ୍ୟ କରାଯାଇଥିବା ନେଇ ରାହୁଲଙ୍କ ଭାଇ ଅଙ୍କିତ ଅଗ୍ରୱାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Also Read: Cyclone Asani Updates: ପଡୋଶୀ ଘରେ ପିଟିହେଲା 'ଅସାନି', ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ସୂଚନାଯୋଗ୍ୟ, ଗତକିଛି ବର୍ଷ ହେଲା ରାହୁଲ ଅଗ୍ରୱାଲ ମାନସିକ ଚାପରେ ରହୁଥିଲେ। ଗତ ସପ୍ତାହରେ ସେ ନିଜ ପିଲାଙ୍କୁ ଭେଟିବା ପାଇଁ ରାଉରକେଲାରୁ ଜାମସେଦପୁରର ସୋନାରି ଥାନା ଅଞ୍ଚଳସ୍ଥିତ ନିଜ ଶ୍ୱଶୁର ଘରକୁ ଯାଇଥିଲେ। କିନ୍ତୁ ସେଠାରେ ତାଙ୍କୁ ପିଲା ଦେଖିବାକୁ ଦିଆଗଲା ନାହିଁ। ରାହୁଲ ଶ୍ୱଶୁର ଘର ନ ରହି ଏକ ହୋଟେଲରେ ରହୁଥିଲେ। ଗତ ଗୁରୁବାର ରାହୁଲଙ୍କ ମୃତ୍ୟୁ ହୋଇଥିଲା। ସେ ହୋଟେଲ ଛାତ ଉପରୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ ଯାଞ୍ଚ ବେଳେ ରାହୁଲଙ୍କ ଶେଷ ଭିଡିଓକୁ ଜବତ କରିଛି।

 

ତେବେ ରାହୁଲ ଓ ସାଂସଦ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟରେ କିଛି ପରିମାଣର ସାମଞ୍ଜସ୍ୟ ରହିଛି। ସାଂସଦଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିରୁଦ୍ଧରେ ପାରିବାରିକ ହିଂସା ଅଭିଯୋଗ ଆଣିଛନ୍ତି। ବର୍ତ୍ତମାନ ମାମଲା କଟକ ଫ୍ୟାମିଲି କୋର୍ଟରେ ବିଚାରଧିନ ଅଛି। ଯାହାକୁ ନେଇ ଉଭୟ ସାଂସଦ ଓ ତାଙ୍କ ପରିବାର( ବୃଦ୍ଧ ବାପା-ମା) ଚିନ୍ତାରେ ଅଛନ୍ତି। ଅନୁଭବ ମଧ୍ୟ ବର୍ଷାଙ୍କ ଠାରୁ ଅଲଗା ହେବାକୁ ଦିଲ୍ଲୀ କୋର୍ଟରେ ଡାଇଭସ୍ କେସ୍ ଫାଇଲ କରିଥିଲେ।