ଦେଶରେ ପ୍ରଥମ: ଆଜିଠୁ ରାଜ୍ୟରେ ଏକକ ପିଜି ପରୀକ୍ଷା
Advertisement

ଦେଶରେ ପ୍ରଥମ: ଆଜିଠୁ ରାଜ୍ୟରେ ଏକକ ପିଜି ପରୀକ୍ଷା

ବିଶ୍ୱବିଦ୍ୟାଳୟ ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମ ପାଇଁ ଗୋଟିଏ ପ୍ରବେଶିକା ପରୀକ୍ଷା । ରାଜ୍ୟର ୬୮ଟି ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନାମଲେଖାଇବା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜିଠୁ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା ।

ଦେଶରେ ପ୍ରଥମ: ଆଜିଠୁ ରାଜ୍ୟରେ ଏକକ ପିଜି ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି ଏକକ ପିଜି ପରୀକ୍ଷା । ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ୨୬ଟି କେନ୍ଦ୍ର କରାଯାଇଛି । ଅକ୍ଟୋବର ୨୬ ପର୍ଯ୍ୟନ୍ତ ଚାଏହି ପରୀକ୍ଷା ଚାଲିବ । ସେପଟେ ଖାଲିପଡିଥିବା ୧୪ ହଜାର ୭୦୦ ପିଜି ସିଟ୍ ପାଇଁ ୬୨ ହଜାରରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି ।

ବିଗତବର୍ଷ ଭଳି ଭିନ୍ନ ଭିନ୍ନ ପରୀକ୍ଷା ବଦଳରେ ଏବେ ‘ସାମ୍ସ’ ମାଧ୍ୟମରେ ପରୀକ୍ଷା କରାଯାଉଛି । ପ୍ରତ୍ୟେକ ଦିନ ୩ଟି ସିଟିଂରେ ପରୀକ୍ଷା ହେବ । ସିଟିଂ ମଧ୍ୟରେ ଗୋଟିଏ ଘଟଣାର ବ୍ୟବଧାନ ବି ରହିବ ।  ୧୦୦ରୁ  ୭୦ ମାର୍କ ଏହି ଏଣ୍ଟ୍ରାନ୍ସ ପାଇଁ ୯୦ମିନିଟ ସମୟ ମିଳିବ  ଏହା ସମୂର୍ଣ୍ଣ ରୂପେ ଓଏମଆର ସିଟ ବା ମଲ୍ଟିପୁଲ ଚଏସ ପ୍ରଶ୍ନ ହେବ । ତେବେ ବଳକା ୩୦ ମାର୍କ, ପିଲାଙ୍କ କ୍ୟାରିଅର୍ ମାର୍କକୁ ବିବେଚନା କରାଯିବ ।

ପରୀକ୍ଷା ସରିବାର ୨୦ ଦିନ ଭିତରେ ମେଧା ତାଲିକା ପ୍ରକାଶ ପାଇବ । ସମ୍ପୂର୍ଣ୍ଣ କୋଭିଡ ୧୯ ମାର୍ଗଦର୍ଶିକା ଅନୁଯାଇ ପରୀକ୍ଷା ହେବ । ଏହାସହ କୋଭିଡ଼ ରୋଗୀ ବା ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ଲାଗି କେନ୍ଦ୍ରରେ ସ୍ୱତନ୍ତ୍ର ଆଇସୋଲେସ ଗୃହର ବ୍ୟବସ୍ଥା କରାଯାଇଛି ।

ଭିନ୍ନ ଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ପାଇଁ ଅଲଗା ଆପଲିକେସନ ଭରିବାକୁ ପଡିବନି । ଯାହା ଦ୍ୱାରା ସମୟ ଅପଚୟ ଓ ଖର୍ଚ୍ଚାନ୍ତରୁ ଛାତ୍ରଛାତ୍ରୀ ବଞ୍ଚିତ ହେବେ ।  ସିଙ୍ଗଲି ୱିଣ୍ଡୋ- ସାମ୍ସ ମାଧ୍ୟମରେ ଆବେଦନ ଓ ପରୀକ୍ଷାର ହେବ । ତେବେ ଏହି ପଦକ୍ଷେପ ଗ୍ରହଣ କରିବାରେ ଦେଶରେ ଓଡିଶା ପ୍ରଥମ ବୋଲି ପୂର୍ବରୁ ବିଭାଗୀୟ ସଚିବ ଶାସ୍ୱତ ମିଶ୍ର କହିଥିଲେ ।