ବିଶ୍ୱବିଦ୍ୟାଳୟରେ ବି ଅଲଲାଇନ ଶିକ୍ଷା, ଭିସୁଟ ୧୧ ଯାଏଁ ବନ୍ଦ
Advertisement

ବିଶ୍ୱବିଦ୍ୟାଳୟରେ ବି ଅଲଲାଇନ ଶିକ୍ଷା, ଭିସୁଟ ୧୧ ଯାଏଁ ବନ୍ଦ

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୋରୋନା ସଂକ୍ରମଣ ସମ୍ପର୍କରେ ଜଣା ପଡ଼ିବା ପରେ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ସେପଟେ ସାମାଜିକ ଦୁରତା ରକ୍ଷା କରି ଗତ ଜୁନ ୧୬ ତାରିଖରୁ ସାମାଜିକ ଦୁରତା ଅବଲମ୍ବନ ସହ ଅନଲାଇନ କ୍ଲାସ କରୁଛି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ। ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଟ ଡାଉନ। ଚଳିତ ମାସ ୭ ତାରିଖରୁ ୧୧

ବିଶ୍ୱବିଦ୍ୟାଳୟରେ ବି ଅଲଲାଇନ ଶିକ୍ଷା, ଭିସୁଟ ୧୧ ଯାଏଁ ବନ୍ଦ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟରେ କୋରୋନା ସଂକ୍ରମଣ ସମ୍ପର୍କରେ ଜଣା ପଡ଼ିବା ପରେ ଆସନ୍ତା ୧୧ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି। ସେପଟେ ସାମାଜିକ ଦୁରତା ରକ୍ଷା କରି ଗତ ଜୁନ ୧୬ ତାରିଖରୁ ସାମାଜିକ ଦୁରତା ଅବଲମ୍ବନ ସହ ଅନଲାଇନ କ୍ଲାସ କରୁଛି ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ।

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଟ ଡାଉନ। ଚଳିତ ମାସ ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ବିଶ୍ୱବିଦ୍ୟାଳୟ ସଟଡାଉନ ଘୋଷଣା କରାଯାଇଛି। ସମ୍ବଲପୁର ବିଶ୍ଵବିଦ୍ୟାଳୟର କୁଳପତି ଏହି ନିଷ୍ପତ୍ତି ନେଇଛନ୍ତି। ବୁର୍ଲା ଭିସୁଟରେ ସ୍ଥାନୀୟ ସଂକ୍ରମଣ ମାମଲା ବୃଦ୍ଧି ଘଟୁଥିବାରୁ ଏହି ପଦକ୍ଷେପ ନେଇଛନ୍ତି ସମ୍ବଲପୁର ବିଶ୍ଵବିଦ୍ୟାଳୟ କୁଳପତି । ସମ୍ବଲପୁରରେ ୧୩ ଓ ୧୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ତେବେ କର୍ମଚାରୀଙ୍କୁ ସର୍ବଦା ସତର୍କ ରହିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

କିନ୍ତୁ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁଯାୟୀ ଜୁନ ମାସ ୧୬ ତାରିଖରୁ ବିଶ୍ୱବିଦ୍ୟାଳୟ ଖୋଲା ଯାଇଥିବା ସହ ଅନଲାଇନ କ୍ଲାସ ମଧ୍ୟ ଜାରି ରହିଛି। କୋରୋନା ପରିସ୍ଥିତିକୁ ଆଖି ଆଗରେ ରଖି ତଥା ସରକାରଙ୍କ ନିୟମ ଅନୁଯାୟୀ ବର୍ତ୍ତମାନ ୫୦ ପ୍ରତିଶତ ଷ୍ଟାଫଙ୍କ ସହାୟତାରେ କାର୍ଯ୍ୟ ତୁଲାଯାଉଥିବାର ସୂଚନା ଦିଆଯାଇଛି। ଛାତ୍ରଛାତ୍ରୀମାନେ ଘରେ ରହି ଅନଲାଇନରେ କ୍ଲାସ କରିବାକୁ ସମସ୍ତଙ୍କୁ କୁହାଯାଇଛି।

ଯେତେ ଜଣ ଷ୍ଟାଫ ବିଶ୍ୱବିଦ୍ୟାଳୟକୁ ଆସୁଛନ୍ତି ସେମାନେ ସିଫ୍ଟ ହିସାବରେ ସାମାଜିକ ଦୁରତା ଅବଲମ୍ବନ ସହ ନିଜ ଦାୟିତ୍ୱ ନିର୍ବାହ କରୁଥିବାର ଜଣାପଡ଼ିଛି। କୋରୋନା ସ୍ଥିତିକୁ ଦେଖି ଭିସୁଟକୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। କୋରୋନା ପାଇଁ ବୁର୍ଲା ଅଞ୍ଚଳରେ କଟକଣା ଲାଗିଥିବା ବେଳେ ଜିଲ୍ଲାବାସୀଙ୍କୁ ସଚେତନ ରହିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି।