• ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ
  • ଦ୍ୱାଦଶରେ ପାସ୍ ହାର ୯୯.୩୭ ପ୍ରତିଶତ
  • ୯୯.୧୩ପ୍ରତିଶତ ଛାତ୍ର, ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍
  • ଡେଙ୍ଗୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମଇଟିଙ୍କ ପ୍ରତିକ୍ରିୟା
  • ବସ୍ତି ନୁହେଁ ସମ୍ଭ୍ରାନ୍ତ ଅଞ୍ଚଳରେ ଡେଙ୍ଗୁ ଅଧିକ ବ୍ୟାପୁଛି
  • ଆପାର୍ଟମେଣ୍ଟ,ପ୍ଲାଷ୍ଟିକ୍, ଫୁଲକୁଣ୍ଡରେ ପାଣି ଜମିରହୁଛି
  • ଏସବୁରେ ପାଣି ଜମି ରହିବାରୁ ମଶା ବଢୁଛନ୍ତି
  • ଚାଷ ଆରମ୍ଭରୁ ଚିନ୍ତାରେ ଚାଷୀ
  • ଧାନ ଚାଷ ଆଗେଇ ନେବାକୁ ମିଳୁନି ୟୁରିୟା ସାର
  • ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବିଦ୍ୟୁତ ଦୁର୍ଘଟଣାରେ ୬ ଓଡି଼ଆ ମୃତ

କୋରୋନା ବିରୋଧି ଯୁଦ୍ଧର ସୈନିକ OSL: ସୁଗମ Oxygen Supply ପାଇଁ ଯୋଗାଇଲା ଲଜିଷ୍ଟିକ୍ସ ସହାୟତା

ସିଙ୍ଗାପୁର (Singapur) ରୁ ଆସିଥିବା ୪୦ ଲିଟର ଧାରଣ କ୍ଷମତାଯୁକ୍ତ ୨୪ଟି ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର (Oxygen cylinder), ୫ଟି ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅକ୍ସିଜେନ୍‌ ରେଗୁଲେଟର- ହ୍ୟୁମିଡିଫାୟର ଆଣି ଅନ୍‌ଲୋଡିଂ ପାଇଁ OSL ଆବଶ୍ୟକ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି।

 କୋରୋନା ବିରୋଧି ଯୁଦ୍ଧର ସୈନିକ OSL: ସୁଗମ Oxygen Supply ପାଇଁ ଯୋଗାଇଲା ଲଜିଷ୍ଟିକ୍ସ ସହାୟତା
କୋରୋନା ବିରୋଧି ଯୁଦ୍ଧର ସୈନିକ OSL: ସୁଗମ Oxygen Supply ପାଇଁ ଯୋଗାଇଲା ଲଜିଷ୍ଟିକ୍ସ ସହାୟତା

ଭୁବନେଶ୍ୱର: କୋରୋନା ବିରୁଦ୍ଧରେ ଦେଶବାସୀ ଲଢେଇ ଜାରି ରଖିଛନ୍ତି। ଆଉ ଏହି ଲଢେଇରେ ଓଡ଼ିଶା ଷ୍ଟିଭେଡୋର୍ସ ଲିମିଟେଡ୍ (OSL) ନିଜକୁ ସାମିଲ କରିଛି। ମାଗଣା ମାସ୍କ ବଣ୍ଟନଠାରୁ ଆରମ୍ଭ କରି Oxygen Sypply କରିବା ଭଳି ସମସ୍ତ କ୍ଷେତ୍ରରେ  OSL ସହଯୋଗର ହାତ ବଢାଇଛି। ଗତକାଲି ଅଭିଜ୍ଞ କର୍ମଚାରୀଙ୍କ ସହଯୋଗରେ ପାରାଦୀପ ପୋର୍ଟ ଟ୍ରଷ୍ଟ ଜରିଆରେ ସିଙ୍ଗାପୁରର ଏମ୍‌ଭି ଆନ୍ନା ମାରିଆ ଦ୍ୱାରା ଆସିଥିବା ସାମଗ୍ରୀକୁ OSL ଅନଲୋଡ କରିଛି।

ସିଙ୍ଗାପୁର (Singapur) ରୁ ଆସିଥିବା ୪୦ ଲିଟର ଧାରଣ କ୍ଷମତାଯୁକ୍ତ ୨୪ଟି ମେଡିକାଲ୍ ଅକ୍ସିଜେନ୍ ସିଲିଣ୍ଡର (Oxygen cylinder), ୫ଟି ମେଡିକାଲ ଅକ୍ସିଜେନ୍ ସିଲିଣ୍ଡର ଏବଂ ଅକ୍ସିଜେନ୍‌ ରେଗୁଲେଟର- ହ୍ୟୁମିଡିଫାୟର ଆଣି ଅନ୍‌ଲୋଡିଂ ପାଇଁ OSL ଆବଶ୍ୟକ ସମ୍ପୂର୍ଣ୍ଣ ଲଜିଷ୍ଟିକ୍ ସହାୟତା ପ୍ରଦାନ କରିଛି। ଅନ୍‌ଲୋଡିଂ, ତ୍ୱରିତ କ୍ଲିୟରାନ୍ସ ନିମନ୍ତେ କଷ୍ଟମ୍ସ ସହ ସମନ୍ୱୟ ରକ୍ଷା, ପୋର୍ଟ କ୍ଲିୟରାନ୍ସ ଏବଂ ରାଜ୍ୟ ସରକାରଙ୍କ ତରଫରୁ ବନ୍ଦରରୁ ବିନା କୌଣସି ଦେୟରେ ତ୍ୱରିତ ସ୍ଥାନାନ୍ତର ଆଦି କାର୍ଯ୍ୟ OSL ଗ୍ରୁପ୍ ସମ୍ପାଦନ କରିଥିଲା।

Also Read: ଗୋଟିଏରୁ ଏଯାଏଁ ମିଳିନାହିଁ ମୁକ୍ତି, ୨ ନୂଆ କୋରୋନା ଭାଇରସ ଆକ୍ରମଣ ପାଇଁ ପ୍ରସ୍ତୁତ…

ଜଗତସିଂହପୁର (Jagatsinghpur) ର ଏଡିଏମ୍ ଡକ୍ଟର କାହ୍ନୁଚରଣ ଧୀର ରାଜ୍ୟ ସରକାରଙ୍କ ତରଫରୁ ସିଲିଣ୍ଡରଗୁଡ଼ିକୁ ଗ୍ରହଣ କରିଥିଲେ। ପରେ ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକ ଜଗତସିଂହପୁରରେ ରାଜ୍ୟସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ଚିକିତ୍ସାଳୟମଧ୍ୟରେ ବଣ୍ଟନ କରାଯାଇଥିଲା ।
ମାନବୀୟ ସାମାଜିକ କାରଣକୁ ସମର୍ଥନ ଦେଇ OSL ଗ୍ରୁପ୍ ଅଧ୍ୟକ୍ଷ ମହିମାନନ୍ଦ ମିଶ୍ର କହନ୍ତି, କୋଭିଡ-୧୯ର ଦ୍ୱିତୀୟ ଲହର ପାଇଁ ଆମେ ଏକ ଆପାତକାଳୀନ ସ୍ଥିତିର ସମ୍ମୁଖିନ ହୋଇଛୁ। OSL ଗ୍ରୁପ୍ ରାଜ୍ୟ ଏବଂ ଜନସାଧାରଣଙ୍କ ହିତ ପ୍ରତି ସମ୍ପୂର୍ଣ୍ଣ ପ୍ରତିବଦ୍ଧ। ଆମେ ସରକାରଙ୍କୁ ଏହି ମହାମାରୀ କାଳରେ ସହାୟତା ପ୍ରଦାନ କରି
ଗର୍ବ ଅନୁଭବ କରୁଛୁ ।

OSL ଗ୍ରୁପ୍ର ନିର୍ଦ୍ଦେଶକ ଚର୍ଚ୍ଚିତ ମିଶ୍ର କର୍ମଚାରୀମାନଙ୍କୁ ଅକ୍ସିଜେନ୍ ସିଲିଣ୍ଡରଗୁଡ଼ିକର ସୁଗମ ଅନ୍‌ଲୋଡିଂ କରିଥିବାରୁ ଅଭିନନ୍ଦନ ଜଣାଇଛନ୍ତି। କୋଭିଡ୍‌-୧୯ ମହାମାରୀକୁ ପ୍ରତିହତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ପାଇଁ ଆହ୍ୱାନ କରିବା ପରେ OSL ଓଡ଼ିଶାରେ ତୁରନ୍ତ ବ୍ୟାପକ ମାସ୍କ ଆବଣ୍ଟନ କାର୍ଯ୍ୟ ଆରମ୍ଭ କରିଥିଲା। ମହାମାରୀ ସମୟରେ ମାସ୍କ ବ୍ୟବହାର ସମ୍ପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ OSL ଗ୍ରୁପ୍ ଏକଲକ୍ଷ ମାସ୍କ ସାଧାରଣ ଜନତାଙ୍କୁ ଆବଣ୍ଟନ କରିଥିଲା। ମହାମାରୀରେ ଆବଶ୍ୟକ ସହାୟତା ସହ ଅଗ୍ରଣୀ ଭୂମିକା ପାଇଁ ଜିଲ୍ଲା ପ୍ରଶାସନ OSL ଗ୍ରୁପ୍‌ର ପ୍ରଶଂସା କରିଛନ୍ତି।

Also Read: Cyclone Yaas: ପାରାଦୀପ-ସାଗର ଦ୍ୱୀପ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍, ରଚିପାରେ ତାଣ୍ଡବ

ଉଲ୍ଲେଖଯୋଗ୍ୟ ଯେ OSL ଗ୍ରୁପ୍ ଆବଶ୍ୟକ ସତର୍କତା ଗ୍ରହଣ କରିବା ସହ କୋଭିଡ-୧୯ (Coronavirus) ନିର୍ଦ୍ଦେଶାବଳୀକୁ ନିଜ କାର୍ଯ୍ୟାଳୟ ପରିସରରେ ଦୃଢ଼ ଅନୁପାଳନ କରିଛି। OSL ମୁଖ୍ୟାଳୟ ଏବଂ ଶାଖା କାର୍ଯ୍ୟାଳୟଗୁଡ଼ିକ ନିୟମିତ ସାନିଟାଇଜ୍ କରାଯାଉଛି। ଉଭୟ କାର୍ଯ୍ୟାଳୟ କର୍ମଚାରୀ ଏବଂ ଶ୍ରମିକମାନଙ୍କ ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି।