)
ପୁରୀ: ରାଜ୍ୟରେ କୋରୋନା ସ୍ଥିତି ସଂକଟମୟ ପରିସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଆଜି ରାଜ୍ୟର ସମସ୍ତ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି କୋରୋନା ସଂକ୍ରମିତ. ପୁରୀରୁ ମଧ୍ୟ ୯୧ଟି ପଜିଟିଭ ମାମଲା ଚିହ୍ନଟ ପରେ ଜିଲାରେ ପଜିଟିଭ ସଂଖ୍ୟା ୬୭୭ରେ ପହଞ୍ଚିଥିବା ବେଳେ ୩୨୩ଟି ସକ୍ରିୟ ମାମଲା ରହିଛି । ପୁରୀ ପୌରସଂସ୍ଥାରେ ୧୫୫ଟି ପଜିଟିଭରୁ ଆକ୍ଟିଭ କେସ ୧୦୭ ରହିଛି। ସେପଟେ ଆଜି ପେଣ୍ଠକଟାରୁ କୋରୋନା ରୋଗୀଙ୍କୁ ଆଣିବା ବେଳେ କୋରୋନା ଯୋଦ୍ଧାଙ୍କୁ ମାଡ ମାରିଛନ୍ତି ସଂକ୍ରମିତଙ୍କ ସମ୍ପର୍କୀୟ। ଆଶାକର୍ମୀଙ୍କୁ ମାଡ ମାରିବା ସହ ଏଏନଏମ ଓ ଅଙ୍ଗନବାଡି କର୍ମୀଙ୍କୁ ଅଟକ ରଖିଥିଲେ।
କଣ୍ଟେନମେଣ୍ଟ ଜୋନ ରହିଥିବାରୁ ସେଠାରେ ଏହାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ହେବାରୁ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେପଟେ ଜିଲାରେ କୋଭିଡ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରତିବନ୍ଧକ ଲଗାଇବା ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ସହରକୁ ସଟଡାଉନ କରିବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ। ତେବେ ମାଡ ଖାଇ ଏବେ ଲୁଚିଛପି ବୁଲୁଛନ୍ତି ଆଶାକର୍ମୀ। ସିଡିଏମଓ ଓ ଜିଲାପାଳଙ୍କୁ ଅଭିଯୋଗ କରିବା ସହ ସୁରକ୍ଷା ନ ମିଳିବା ଯାଏଁ ମୁଁ ଘରକୁ ଫେରିବି ନାହିଁ ବୋଲି କହିଛନ୍ତି ଆଶାକର୍ମୀ । ସେପଟେ ସହରରେ କୋରୋନାକୁ ଦୃଷ୍ଟିରେ ରଖି ସେବାୟତଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ । ୪ଟି ଟିମ ଦ୍ୱାରା ସେବାୟତଙ୍କର କରାଯାଉଛି ସ୍ୱାସ୍ଥ୍ୟ ସର୍ଭେ ।
ସେପଟେ ସ୍ଥାନୀୟ ୱାର୍ଡର ଆଶାକର୍ମୀ ହେଇଥିବାରୁ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ଉପରେ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ପୋଲିସ ଉପସ୍ଥିତିରେ ମାଡ ମରାଯାଇଥିବାରୁ ସେମାନେ ନିଜ ସୁରକ୍ଷା ନେଇ ଲୁଚିଛପି ବୁଲୁଛନ୍ତି । ତେଣୁ ସିଡିଏମଓ ଓ ଜିଲାପାଳଙ୍କୁ ଅଭିଯୋଗ କରିବା ସହ ସୁରକ୍ଷା ନ ମିଳିବା ଯାଏଁ ମୁଁ ଘରକୁ ଫେରିବି ନାହିଁ ବୋଲି କହିଛନ୍ତି ଆଶାକର୍ମୀ । ସେପଟେ ଏଯାବତ ପଜିଟିଭମାନଙ୍କୁ ଆଣିବାରେ ସମର୍ଥ ହୋଇପାରିନି ଜିଲା ପ୍ରଶାସନ । ସେପଟେ ଜିଲାରେ କୋଭିଡ ସଂଖ୍ୟା ବୃଦ୍ଧି ପାଉଥିବାରୁ ପ୍ରତିବନ୍ଧକ ଲଗାଇବା ପାଇଁ ଜୁଲାଇ ୩୧ ପର୍ଯ୍ୟନ୍ତ ସହରକୁ ସଟଡାଉନ କରିବାକୁ ଦାବି କରିଛନ୍ତି ସହରର ବୁଦ୍ଧିଜୀବୀ ।
ପୁରୀ ଜିଲ୍ଲାରେ କୋରୋନା ପଜିଟିଭ ସଂଖ୍ୟା ୬ ଶହ ଛୁଇଁବା ପରେ ଏବେ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ବଢିଛି । କାରଣ ତିରୁପତି ବାଲାଜୀ ମନ୍ଦିରରେ ସେବାୟତଙ୍କ ପଜିଟିଭ ନେଇ ମନ୍ଦିରରେ ସେବାପୂଜା ପ୍ରଭାବିତ ହେଇଥିବା ବେଳେ ତାହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଆଯାଇଛି ପଦକ୍ଷେପ। ସେବାୟତଙ୍କର ରଥଯାତ୍ରା ପରେ ହୋଇଥିବା କୋଭିଡ଼ ଟେଷ୍ଟରେ ମାତ୍ର ୨ଜଣ ସେବାୟତଙ୍କର ପଜିଟିଭ ଛଡା ବାକି ୨୩୦୪ ଜଣ ସେବାୟତ ନେଗେଟିଭ ରହିଥିଲେ। ତାହାର ଏକ ରିପୋର୍ଟ ପ୍ରସ୍ତୁତ କରି ସୁପ୍ରିମକୋର୍ଟରେ ଦାଖଲ କରିବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । ଶ୍ରୀମନ୍ଦିରର ସେବାପୂଜା ପାଇଁ ସେବାୟତମାନେ ସୁରକ୍ଷିତ ରହିବା ଗୁରୁତ୍ୱପୁର୍ଣ। ତେଣୁ ଦୈନିନ୍ଦନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥା ଯାଂଚ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଟି ଟିମ କରାଯାଇଛି । ସେମାନେ ଶ୍ରୀମନ୍ଦିର ପାଖାପାଖି ଅଞ୍ଚଳରେ ସାହିଗୁଡିକୁ ଯାଇ ୩ଜଣ ଶ୍ରୀଜଗନ୍ନାଥ ଟେମ୍ପଲ ପୋଲିସ ଓ ଜଣେ ଫଟୋଗ୍ରାଫ ସେବାୟତଙ୍କ ଘରଘର ବୁଲି ଲକ୍ଷଣ ସବୁର ତଥ୍ୟ ନେଉଛନ୍ତି। ଯାହାର କିଛି ଲକ୍ଷଣ ଆସୁଛି ତାଙ୍କୁ ମେଡିକାଲକୁ ନେବା ଓ ସ୍ୱାସ୍ଥ୍ୟ ସେବା ଆଦି ଯୋଗାଇବାର ବ୍ୟବସ୍ଥା ହୋଇଛି ।
ପୁରୀ ସହରରେ ୪୮୩୨୬ଟି ଘରର ସର୍ଭେ ହୋଇଥିବା ବେଳେ ୪୩୮ଟି ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ୧୭୧ ଜଣ ସଂଗରୋଧରେ ଥିବା ବେଳେ ୬ଜଣ ଏହାକୁ ଉଲଙ୍ଘନ କରିଛନ୍ତି । ସେପଟେ କୋଭିଡ କେୟାର ହସ୍ପିଟାଲରେ ୫୬ ଜଣ ଚିକିତ୍ସିତ ହେଉଥିବା ବେଳେ କୋଭିଡ କେୟାର ସେଣ୍ଟରରେ ୧୯୬ ଜଣ ଓ କୋଭିଡ଼ ହେଲଥ ସେଣ୍ଟରରେ ୪୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ପୁରୀ ପାଇଁ ପେଣ୍ଠକଟାରେ ପଜିଟିଭ ସଂଖ୍ୟା ସହର ପାଇଁ ଚିନ୍ତା ବଢାଇଛି।