Advertisement
photoDetails0hindi

ବାଲେଶ୍ୱର ଉପନିର୍ବାଚନ: ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !

କୋରୋନା କାଳରେ ବେଶ ସକ୍ରିୟ ହୋଇ ଉଠିଛି ବାଲେଶ୍ୱର। ପାର୍ବଣ ଋତୁ ଫିକା ପଡ଼ିଥିଲେ ମଧ୍ୟ ନିର୍ବାଚନୀ ଉଷ୍ମତା ବେଶ ବଢିଛି। ତେବେ ବାଲେଶ୍ୱର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ନିର୍ବାଚନରେ ମୋଟ ୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ ପ୍ରମୁଖ ଦଳ କଂଗ୍ରେସ, ବିଜେଡ଼ି ଓ ବିଜେପିର ପ୍ରାର୍ଥ

1/4

ଏହି ୬ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ସବୁଠାରୁ ଗରିବ ତଥା ବୟସ୍କ ପ୍ରାର୍ଥୀ ହେଉଛନ୍ତି ବେଣୁଧର। ଆର୍ଥିକ ସଂକଟ ରହିଥିଲେ ମଧ୍ୟ ଲୋକଙ୍କ ଭଲ ପାଇବାକୁ ପୁଞ୍ଜି କରି ନିର୍ବାଚନୀ ମୈଦାନକୁ ଓହ୍ଳାଇଛନ୍ତି ବୋଲି ସେ କହିଛନ୍ତି। ଲୋକମାନଙ୍କର ଭଲପାଇବା ହିଁ ତାଙ୍କର ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛି ବୋଲି ସେ କହିଛନ୍ତି। କେଟିଲି ଚିହ୍ନରେ ସେ ଏହି ଉପନିର୍ବାଚନ ଲଢୁଛନ୍ତି। 

 

2/4

ତେବେ ନିର୍ବାଚନୀ ରଣାଙ୍ଗନରେ ଅନ୍ୟ ପ୍ରମୁଖ ଦଳ ଶକ୍ତିଶାଳୀ ଥିଲେ ମଧ୍ୟ ତାଙ୍କର ଲୋକ ସମ୍ପର୍କ ଓ ଲୋକପ୍ରିୟତା ଅଧିକ ରହିଛି ବୋଲି ସେ ଦାବି କରିଛନ୍ତି। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ବାଲେଶ୍ୱର ସଦର ଅଞ୍ଚଳରେ ଲୋକଙ୍କ ସହିତ ରହିଛି। ସେମାନଙ୍କ ଦୁଃଖସୁଖଃ ସହିତ ସାମିଲ ହୋଇଛି। ନିଜ ପେସାରୁ ସମୟ ମିଳିଲେ ଲୋକଙ୍କ ନିକଟକୁ ଯିବା ସହିତ ସେମାନଙ୍କ ସହିତ ସମୟ ବିତାଇଥାନ୍ତି ବୋଲି ସେ କହିଛନ୍ତି। 

 

3/4

ନିର୍ବାଚନୀ ମୈଦାନରେ ଅନ୍ୟ ପ୍ରମୁଖ ତିନି ଦଳ ପ୍ରଚାରକୁ ଜୋରଦାର କରିଥିବା ବେଳେ ପ୍ରତିଟି ଦଳ ବିଜୟୀ ହେବାକୁ ନେଇ ଦାବି କରିଛନ୍ତି। ବିଭିନ୍ନ ଏଜେଣ୍ଡାକୁ ନେଇ ପ୍ରମୁଖ ଦଳ ଗୁଡ଼ିକ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ସେପଟେ କିନ୍ତୁ ତୃଣମୂଳ ସ୍ତରରେ ଲୋକଙ୍କ ସହିତ ରହି ଆସିଥିବା ବେଣୁ ଲୋକଙ୍କ ସମର୍ଥନକୁ ପୁଞ୍ଜି କରିଛନ୍ତି। ତେବେ ନିର୍ବାଚନର ଫଳାଫଳ କହିବ ବାଲେଶ୍ୱର ସଦରର ବିଧାୟକ କିଏ ହେବ। କିନ୍ତୁ ବେଣୁ ଯେ ଏହି ଉପ ନିର୍ବାଚନର ଗେମ ଚେଞ୍ଜର ହେବେ ବୋଲି ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇ ଗଲାଣି। 

 

4/4

ତେବେ ଏହା ପୂର୍ବରୁ ରାଣୀ ପଣ୍ଡା ଆସନ୍ତା କାଲି ବାଲେଶ୍ୱର ଯାଇ ତାଙ୍କ ପାଇଁ ପ୍ରଚାର କାର୍ଯ୍ୟ କରିବେ ବୋଲି ପୂର୍ବରୁ ରାଣୀ କହିଛନ୍ତି। ତାଙ୍କୁ ଏକ ସାଇକେଲ ଉପହାର ସ୍ୱରୂପ ପ୍ରଦାନ କରିବେ ବୋଲି ରାଣୀ କହିଛନ୍ତି ରାଣୀ ଆହୁରି ମଧ୍ୟ କହିଛନ୍ତି କି, ଗରିବ ଯେଉଁଠି, ରାଣୀ ସର୍ବଦା ସେଠୀ। ଲୋକମାନଙ୍କ ସହିତ ରହିବାକୁ ତାଙ୍କୁ ଭଲ ଲାଗେ ଓ ଗରିବ ଲୋକଙ୍କ ସମସ୍ୟାକୁ ଦୂର କରିବାକୁ ସେ ସର୍ବଦା ଚେଷ୍ଟାରତ ବୋଲି ରାଣୀ କହିଛନ୍ତି।