Advertisement
Article Detail0/zeeodisha/odisha862684

କୋରୋନାର ପଜିଟିଭ୍-ନେଗେଟିଭ୍ ଖେଳ; କାହାକୁ ବଞ୍ଚାଉଛନ୍ତି ସରକାର?

KIT ଯୋଗାଣକାରୀ ଓସ୍କାର କମ୍ପାନୀ ସ୍ପଷ୍ଟୀକରଣ ରଖିବା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ (Odisha Health Minister) ଅନ୍ୟଙ୍କ ଉପରେ ଦୋଷ ଠେଲିଲେ। ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି, ହେଲେ ଏଠି ପ୍ରଶ୍ନ ଉଠୁଛି ମିଛ କହି ସାବାସି ନେବାର ଅପଚେଷ୍ଟା କରୁଛି କିଏ?

ଡିଜାଇନ ଫଟୋ
ଡିଜାଇନ ଫଟୋ

ଅଜୟ ନାଥ, ସମ୍ବଲପୁର: କୋରୋନା ଭାଇରସର ପଜିଟିଭ୍-ନେଗେଟିଭ୍ ଖେଳ। ବୁର୍ଲା VSSUT ରେ ପଜିଟିଭ୍ ନେଗେଟିଭେ ଖେଳ ଖେଲିଲେ ରାଜ୍ୟ ସରକାର। ଏହି ସମ୍ବେଦନଶୀଳ ଘଟଣାରେ ଗଡିବ କି ବଡ ମୁଣ୍ଡ? କଣ କହି ପ୍ରସଙ୍ଗ ଏଡାଇବେ ଚାଲିଛି ମାନସ ମନ୍ଥନ। ପୂର୍ଣ୍ଣ ସହଯୋଗରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଓ VIMSAR କର୍ତ୍ତୃପକ୍ଷ। 

ପ୍ରଥମେ VSSUTରେ ଛାତ୍ରଙ୍କ କୋରୋନା ପଜିଟିଭ (Covid19 Test Report) ଥିବା ଘୋଷଣା କଲା VIMSAR। ପରେ ସ୍ଵାସ୍ଥ୍ୟ ସଚିବ ନିଜେ କହିଲେ KITରେ ତୃଟି ଥିଲା, ଛାତ୍ରମାନେ ନେଗେଟିଭ ଥିଲେ । ଆଉ ଏବେ KIT ଯୋଗାଣକାରୀ ଓସ୍କାର କମ୍ପାନୀ ସ୍ପଷ୍ଟୀକରଣ ରଖିବା ପରେ ସ୍ଵାସ୍ଥ୍ୟ ମନ୍ତ୍ରୀ (Odisha Health Minister) ଅନ୍ୟଙ୍କ ଉପରେ ଦୋଷ ଠେଲିଲେ। ସତ କହିବାକୁ କିଆଁ ଡରିବି, ସତ କହି ପଛେ ମଲେ ମରିବି, ହେଲେ ଏଠି ପ୍ରଶ୍ନ ଉଠୁଛି ମିଛ କହି ସାବାସି ନେବାର ଅପଚେଷ୍ଟା କରୁଛି କିଏ? 

Also Read: ଦିବ୍ୟାଙ୍ଗଙ୍କୁ ସ୍ୱାବଲମ୍ବୀ କରିବ କୁକୁଡା

Add Zee News as a Preferred Source

ଛାତ୍ରଛାତ୍ରୀଙ୍କ ଜୀବନକୁ ବାଜିରେ ଲଗେଇ ଯେଉଁ ଖେଳ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଖେଳି ଚାଲିଛି ତାହା ଦେଖି ଲୋମ ଟାଙ୍କୁରି ଉଠୁଛି। ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଏବେ ମୁହାଁମୁହିଁ ଅବସ୍ଥାରେ। ରାଜ୍ୟ ଔଷଧ ନିଗମ, RMRC, ବୁର୍ଲା VIMSARଙ୍କ ସହିତ ସ୍ୱାସ୍ଥ୍ୟ ସଚିବ ସିଧାସଳଖ ଯୁଦ୍ଧରେ ଓହ୍ଲାଇଛନ୍ତି। ଗତମାସରେ ୨୫ରୁ ଅଧିକ ସଂଖ୍ୟାରେ ଛତ୍ରଛାତ୍ରୀ ବୁର୍ଲା VSSUTରେ କୋରୋନା ପଜିଟିଭ ଆସିଥିବା VIMSAR କର୍ତ୍ତୃପକ୍ଷ କହିଥିଲେ। ପରେ KIT ଖରାପ ଥିବାରୁ ପଜିଟିଭ ଆସିଛି, ସବୁ ନେଗେଟିଭ୍ ବୋଲି ସ୍ୱାସ୍ଥ୍ୟ ସଚିବ କହିଲେ। 

ସ୍ୱାସ୍ଥ୍ୟ ସଚିବଙ୍କ ବିବୃତ୍ତିର କେଇଟା ଦିନ ପରେ କୋରୋନା KIT ଯୋଗାଇଥିବା ଦିଲ୍ଲୀର ଓସ୍କାର ମେଡିସିନ କମ୍ପାନୀ KIT ଗୁଡିକ ଭଲ ଥିବା ସ୍ପଷ୍ଟୀକରଣ ଦେଇଥିଲା। ଯାହାକି ଏଵେ  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି। ସବୁ ତଥ୍ୟ ପ୍ରମାଣ ସଚିବଙ୍କ ବିରୁଦ୍ଧରେ, ସବୁ ଠିକ ଥିଲା, ଛାତ୍ରଛାତ୍ରୀମାନେ ପ୍ରକୃତରେ କୋଭିଡ ପଜିଟିଭ ଥିଲେ ଆଉ ସଚିବ ଡାହା ମିଛ କହିଥିଲେ କି? କିଏ ସତ କହୁଛି? ସଚିବ ନା କମ୍ପାନୀ? ସେପଟେ କୋରୋନା ପରୀକ୍ଷା ନେଇ ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଅଜବ ଯୁକ୍ତି ବାଢିଛନ୍ତି। କେହି କୋଭିଡ ଉପରେ ଆଜି ଯାଏଁ ସଠିକ ତଥ୍ୟା ଦେଇପାରିନାହାନ୍ତି। କମ୍ପାନୀ KIT ଉପରେ ତର୍ଜମା କରିବୁ। ଏମିତି କହି ଅନ୍ୟଙ୍କ ଉପରେ ଦୋଷ ଠେଲି ଦେଇଛନ୍ତି ମନ୍ତ୍ରୀ ନବ ଦାସ (Naba Dash)।

Also Read: ମନ୍ଦିର ଖୋଲା-ଦୋକାନରେ ତାଲା; ପ୍ରଶାସନ ଓ ବୋର୍ଡ ସଲାସୁତୁରା ବଢାଉଛି ପେଟର ଜ୍ୱଳା!

ସେପଟେ ଏହି ଘଟଣାକୁ  ନେଇ ରାଜ୍ୟ ରାଜନୀତିରେ ଏବେ ସରଗରମ। ଆଉ ଚାଲିଛି ଟଣା ଓଟଣା। ଏଥିରେ ରାଜ୍ୟ ସରକାରଙ୍କ ଭୁଲ ରହିଛି। ନିଜେ କମ୍ପାନୀ ଚୟନ କରି ସରକାର KIT ଯୋଗାଇଥିଲେ। ନିଜେ ଯାଞ୍ଚ କରି କମ୍ପାନୀଠୁ KIT ଆଣିବା କଥା ଏଥିରେ ଅନ୍ୟଙ୍କୁ ଦୋଷ ଲଦି କିଛି ଲାଭ ନାହିଁ। ଏଥିପାଇଁ ସରକାର ନିଜେ ଦାୟୀ। ନିଜେ ତତ୍ପରତା ହୋଇ ଘଟଣାକୁ ଗୁରତର ସହ ନିଅନ୍ତୁ ବୋଲି BJP ବିଧାୟକ ନାଉରି ନାୟକ କହିଛନ୍ତି। କୋରୋନାକୁ ନେଇ VSSUT ଛାତଛାତ୍ରୀଙ୍କ ପାଠ ପଢା ଉପରେ ଖେଳ ଖେଳାଯାଉଛି। ସରକାର ନିଜେ ଭୁଲ କରି ହରଡଘଣାରେ ପଡିଛନ୍ତି। ଆଉ ନିଜ ଭୁଲକୁ ସ୍ୱୀକାର କରି ଲୋକଲୋଚନକୁ ଆଣନ୍ତୁ ବୋଲି ବୁଦ୍ଧିଜୀବୀ ଶିବ ମେହେର ମତ ରଖିଛନ୍ତି। 

ଏବେ ପ୍ରଶ୍ନ ଉଠୁଛି କୋଭିଡ ପଜିଟିଭକୁ ନେଗେଟିଭ୍ କହିବାରେ ଲାଭ କାହାର। VIMSARର କର୍ତ୍ତୃପକ୍ଷ KITରେ ଟେଷ୍ଟ କରିଥିବା ଛାତ୍ରଙ୍କ ପଜିଟିଭ ସଂଖ୍ୟା ସତ। କିନ୍ତୁ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ନିଜେ ଭୁଲ କରି କାହିଁକି ଦୋଷ ସ୍ଵୀକାର କରୁନାହିଁ। ନା କମ୍ପାନୀ ମିଛ କହୁଛି ଏବଂ ସରକାର ଜାଣିଶୁଣି ତାକୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି ବୋଲି ପ୍ରଶ୍ନ ସାଧାରଣରେ ପ୍ରଶ୍ନ ଉଠିଛି।

 

 

 

About the Author