ରତ୍ନସିଂହାସନ ଫଟୋ ଭାଇରାଲ ଘଟଣାରେ ନୂଆ ଟୁଇଷ୍ଟ
Advertisement

ରତ୍ନସିଂହାସନ ଫଟୋ ଭାଇରାଲ ଘଟଣାରେ ନୂଆ ଟୁଇଷ୍ଟ

ପରମ୍ପରା ଅନୁଯାୟୀ ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମିଶାଇ ସାତ ମୂର୍ତ୍ତି ବିରାଜମାନ କରିଥାନ୍ତି । ତେଣୁ ଏହି ଫଟୋଟି ଶ୍ରୀମନ୍ଦିର ରତ୍ନବେଦୀରେ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ।

ରତ୍ନସିଂହାସନ ଫଟୋ ଭାଇରାଲ ଘଟଣାରେ ନୂଆ ଟୁଇଷ୍ଟ

ପୁରୀ: ଶ୍ରୀମନ୍ଦିର ରତ୍ନସିଂହାସନରେ ଅଧିଷ୍ଠିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ ଭାଇରାଲ ଘଟଣାରେ ସାମ୍ନାକୁ ଆସିଲା ନୂଆ ଟୁଇଷ୍ଟ । ଫଟୋଟି ଶ୍ରୀମନ୍ଦିର ରତ୍ନବେଦୀର ନୁହେଁ । ଏହା ଫଟୋସପରେ ଏଡିଟିଂ କରାଯାଇଛି । ୨୦୧୬ ମସିହା ରଥ ଉପରେ ବିରାଜିତ ମହାପ୍ରଭୁଙ୍କ ଫଟୋକୁ ଫଟୋସପ ମାଧ୍ଯମରେ ଏଡିଟିଂ କରି ବଡ଼ ଦେଉଳ ରତ୍ନସିଂହାସନର ଭ୍ରମ ସୃଷ୍ଟି କରାଯାଇଛି ବୋଲି ସ୍ପଷ୍ଟ କରିଛି ଶ୍ରୀମନ୍ଦିର ପ୍ରଶାସନ ଆଇଟି ସେଲ୍ । ଖାଲି ସେତିକି ନୁହେଁ ଫଟୋରେ ସିଂହାସନକୁ କଳା କରାଯାଇ ରତ୍ନସିଂହାସନର ନକଲ ସୃଷ୍ଟି କରାଯାଇଛି ।

ଅଧିକ ପଢ଼ନ୍ତୁ:-ପାଖେଇ ଆସୁଛି ଡ୍ୟୁ ଡେଟ୍, ମିଳିବ ତ ଦ୍ୱିତୀୟ ଡୋଜ୍ ?

ପରମ୍ପରା ଅନୁଯାୟୀ ରତ୍ନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ମିଶାଇ ସାତ ମୂର୍ତ୍ତି ବିରାଜମାନ କରିଥାନ୍ତି । ତେଣୁ ଏହି ଫଟୋଟି ଶ୍ରୀମନ୍ଦିର ରତ୍ନବେଦୀରେ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ । ସେପଟେ ଗତ ୨୫ ତାରିଖ ନୃସିଂହ ଚତୁର୍ଦ୍ଦଶୀ ଦିନ ପଶ୍ଚିମବଙ୍ଗର ଅରଜିତ ଚନ୍ଦ୍ରା ନାମକ ଜଣେ ବ୍ଯକ୍ତି ନିଜ ଫେସବୁକ ଆକାଉଣ୍ଟରେ ମହାପ୍ରଭୁଙ୍କ ରତ୍ନବେଦୀ ବିରାଜିତ ଏହି ଫଟୋକୁ ଅପଲୋଡ଼ କରି  ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ କରିଥିଲେ । ଶ୍ରୀମନ୍ଦିର ଗର୍ଭଗୃହର ଫଟୋ କି’ଭଳି ବାହାରକୁ ଆସିଲା ସେନେଇ ସାମାଜିକ ଗଣମଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନର ଦୃଷ୍ଟିକୁ ଆସିଥିଲା ।

ଅଧିକ ପଢ଼ନ୍ତୁ:-ଅନଲାଇନ୍ ମିଟିଂ ସମୟରେ ସାଂସଦ କଲେ ଏପରି ଏକ ଲଜ୍ଜାଜନକ କାଣ୍ଡ, ଯାହା ଜାଣି ଆପଣ ମଧ୍ୟ ହେବେ ଚକିତ

ଶ୍ରୀମନ୍ଦିର ରତ୍ନସିଂହାସନ ଫଟୋ ସୋସିଆଲ ମିଡିଆରେ ଭାଇରଲ ପରେ ଏହା ନକଲି କି ଅସଲି ତାହାର ତଦନ୍ତ କରାଯାଇଥିଲା । ଫଟୋଟି ପଶ୍ଚିମବଙ୍ଗର ଅରିଜିତ ଚନ୍ଦ୍ରଙ୍କ ଫେସବୁକ ଆକାଉଣ୍ଟରେ ଅପଲୋଡ ହୋଇଛି । ୨୫ ତାରିଖ ନୃସିଂହ ଚତୁର୍ଦ୍ଦଶୀ ଦିନ ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପ୍ରଶାସନ ନଜରକୁ ଆସିବା ପରେ ଗତକାଲି ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକଙ୍କ ଏତଲା କ୍ରମେ ସିଂହଦ୍ୱାର ଥାନାରେ ମାମଲା ରୁଜୁ ହୋଇଛି । ତେବେ ଶ୍ରୀମନ୍ଦିର ଫଟୋ ନାମରେ ଭକ୍ତଙ୍କୁ ବିଭ୍ରାନ୍ତ କରିବା ମନ୍ଦିର ନାମରେ ସୋସିଆଲ ମିଡିଆରେ ବିଭ୍ରାନ୍ତି କର ତଥ୍ଯ ଅପଲୋଡ଼ କରିବା ମାମଲାରେ ଅରିଜିତଙ୍କ ଉପରେ ଆଇନଗତ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ।