ମହାପ୍ରସ୍ଥାନମ ଢାଞ୍ଚାରେ ସ୍ୱର୍ଗଦ୍ୱାର; ପବିତ୍ର ଦିନରେ ଶବଦାହର ଶୁଭାରମ୍ଭ, ଜଣନ୍ତୁ କଣ ରହିଛି ବିଶେଷତ୍ୱ
Advertisement

ମହାପ୍ରସ୍ଥାନମ ଢାଞ୍ଚାରେ ସ୍ୱର୍ଗଦ୍ୱାର; ପବିତ୍ର ଦିନରେ ଶବଦାହର ଶୁଭାରମ୍ଭ, ଜଣନ୍ତୁ କଣ ରହିଛି ବିଶେଷତ୍ୱ

ପ୍ରାୟ ୬କୋଟି ୩୦ଲକ୍ଷ ବ୍ଯୟରେ ସ୍ୱର୍ଗଦ୍ୱାର ନିର୍ମାଣ ଓ ତାର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ କରଣ ହୋଇଛି। ଜୁଲାଇ ସୁଦ୍ଧା ସ୍ୱର୍ଗଦ୍ୱରକୁ ସମ୍ପୂର୍ଣ୍ଣ କାର୍ଯ୍ଯକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରୁଛି।

ମହାପ୍ରସ୍ଥାନମ ଢାଞ୍ଚାରେ ସ୍ୱର୍ଗଦ୍ୱାର; ପବିତ୍ର ଦିନରେ ଶବଦାହର ଶୁଭାରମ୍ଭ, ଜଣନ୍ତୁ କଣ ରହିଛି ବିଶେଷତ୍ୱ

ପୁରୀ: ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନେକ ଶୁଭକାର୍ଯ୍ଯ ଆରମ୍ଭ କରିଛନ୍ତି। ବହୁ ପ୍ରତିକ୍ଷିତ ସ୍ୱର୍ଗଦ୍ୱାର ନବୀକରଣ ହେବା ପରେ ଗତକାଲି ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ ହୋଇଛି। ୬ କୋଟି ୩୦ଲକ୍ଷ ବ୍ଯୟରେ ତେଲେଙ୍ଗାନାର ମହାପ୍ରସ୍ଥାନମ ଢାଞ୍ଚାରେ ଏହାକୁ କରାଯାଇଛି। 

ପୁରୀ (Puri) ସ୍ୱର୍ଗଦ୍ୱାରକୁ ନୂତନ ଶୈଳୀରେ ନିର୍ମାଣ କରାଯାଇଛି। ପ୍ରାୟ ୬କୋଟି ୩୦ଲକ୍ଷ ବ୍ଯୟରେ ସ୍ୱର୍ଗଦ୍ୱାର ନିର୍ମାଣ ଓ ତାର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟ କରଣ ହୋଇଛି। ଜୁଲାଇ ସୁଦ୍ଧା ସ୍ୱର୍ଗଦ୍ୱରକୁ ସମ୍ପୂର୍ଣ୍ଣ କାର୍ଯ୍ଯକ୍ଷମ କରିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା କରୁଛି। ସେପଟେ ଶନିବାରଠାରୁ ଶବଦାହ ଆରମ୍ଭ ହୋଇଛି। ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ପୁରୀ ସ୍ୱର୍ଗଦ୍ୱାରକୁ ଜିଲ୍ଲାପାଳ ସମର୍ଥ ବର୍ମା ଲୋକାର୍ପଣ କରିଛନ୍ତି। ସେପଟେ ଖୁବଶୀଘ୍ର ଶବଦାହକାରୀଙ୍କୁ ଟିକାକରଣ (Vaccination) କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Also Read: କଟକଣା ଭିତରେ ଚନ୍ଦନଯାତ୍ରା-ରଥ ଅନୁକୂଳ, ଆଜିଠୁ ସଙ୍ଗରୋଧରେ ସେବାୟତ

ସ୍ୱର୍ଗଦ୍ୱାର (Swargadwara) ର ଶବଦାହ କେନ୍ଦ୍ରକୁ ସମ୍ପୂର୍ଣ୍ଣ ଆଧୁନିକ ଶୈଳୀରେ ପ୍ରୀକାଷ୍ଟ କଙ୍କ୍ରୀଟ ଦ୍ୱାରା ନିର୍ମାଣ କରାଯାଇଛି। ଏଥିରେ ୨୮ଟି ଶବଦାହ ପିଣ୍ଡି ରହିଛି। ଏକ କାଳୀନ ୨୮ଟି ଶବଦାହ କରାଯାଇପାରିବ। ଉପଯୁକ୍ତ ପରିବେଶ ପାଇଁ ଶବଦାହ କେନ୍ଦ୍ରର ଚତୁର୍ପାର୍ଶ୍ୱକୁ ଗ୍ରୀନେରୀ କରାଯାଇଛି। ଶବଦାହ ସମୟରେ ପରିବେଶ ସନ୍ତୁଳନ ପାଇଁ ରହିଛି ସ୍ୱତନ୍ତ୍ର ବ୍ଯବସ୍ଥା ମଧ୍ୟ ରହିଛି। ତେଲେଙ୍ଗାନା ମହାପ୍ରସ୍ଥାନମ (Mahaprathanam) ଢାଞ୍ଚାରେ ସ୍ୱର୍ଗଦ୍ୱର ନିର୍ମାଣ କରାଯାଇଛି। 

fallback

ସେପଟେ ପ୍ରଥମ କରି ନୂତନ ପିଣ୍ଡିରେ ଶବଦାହ ଶୁଭାରମ୍ଭ କରାଯାଇଛି। ପ୍ରଦୂଷଣ ମୁକ୍ତ ଓ ପରିବେଶ ସନ୍ତୁଳନକୁ ସ୍ୱର୍ଗଦ୍ୱାର ନବିକରଣରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ୨୮ଟି ପିଣ୍ଡିରେ ବ୍ଯବସ୍ଥିତ ଢଙ୍ଗରେ ଶବଦାହ କରାଯିବ। ଶବଦାହକଙ୍କ ପାଇଁ ମଧ୍ୟ ଟିକାକରଣ ବ୍ଯବସ୍ଥା କରାଯିବାକୁ ନେଇ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସ୍ୱର୍ଗଦ୍ୱାର ନବିକରଣ ପାଇଁ ମୁଖ୍ୟମନ୍ତ୍ରୀ (Naveen Patnaik) ଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ ରହିଥିବା ବେଳେ ଐତିହ୍ୟ ସହରରେ ସ୍ୱର୍ଗଦ୍ୱରର ଉନ୍ନତିକରଣ ବିଶେଷ ଗୁରୁତ୍ୱ ବହନ କରିଛି।