ଭୀମସାରରେ ରେଗିଙ୍ଗ୍ !
Advertisement

ଭୀମସାରରେ ରେଗିଙ୍ଗ୍ !

ବଦାନାମ ହୋଇଛି ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁର୍ଲା VIMSAR। 

 

ଫାଇଲ ଫଟୋ

ସମ୍ବଲପୁର: କaରୋନା ଯୋଗୁଁ ଦୀର୍ଘ ଛୁଟି ପରେ ସଳଖି ହେଉଛି ବନ୍ଦ ପଡିଥିବା ଶିକ୍ଷା ବ୍ୟବସ୍ଥା। ଆଉ ଏପରି ସମୟରେ ଶିକ୍ଷାନୁଷ୍ଠାନର ନାଁକୁ କଳୁସିତ କରିଛି ଶିକ୍ଷା ଜୀବନର ଅନ୍ତିମ ଚରଣରେ ପହଂଚି ଥିବା ଛାତ୍ରଙ୍କ ଲଜ୍ଜ୍ୟାଜନକ ଆଚରଣ। ବଦାନାମ ହୋଇଛି ଦେଶ ବିଦେଶରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ବୁର୍ଲା VIMSAR। 

ମିଳିଥିବା ସୂଚନା ପ୍ରକାରେ, ସମ୍ବଲପୁର (Sambalpur) ବୁର୍ଲା VIMSARର କିଛି ଚତୁର୍ଥ ବର୍ଷର ଛାତ୍ର ନିଜ ଜୁନିୟର ତଥା ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ରାଗିଙ୍ଗ (Ragging) କରିଛନ୍ତି। ଏଭଳି ଏକ ସମ୍ବେଦନଶୀଳ ଅଭିଯୋଗ କଲେଜ ଅଧକ୍ଷା ଜୟଶ୍ରୀ ଦୋରାଙ୍କ ନିକଟକୁ ଆସିଛି। ଅଭିଯୋଗ ପରେ Anti- Raging Cellକୁ ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

Also Read: ଫ୍ଲୋରାଇଡ଼ ଗ୍ୟାସ ଲିକ ମାମଲାରେ ଲକ୍ଷ ଲକ୍ଷ ଟଙ୍କାର ହେରଫେର ଅଭିଯୋଗ

ପ୍ରତିଷ୍ଠିତ ଶିକ୍ଷାଅନୁଷ୍ଠାନ ଗୁଡିକରେ ରାଗିଙ୍ଗକୁ ଆଇନଗତ ଅପରାଧ ଭାବେ ଗ୍ରହଣ କରାଯାଇଥିବା ସତ୍ତ୍ୱେ VIMSARରେ ଏହାର ପ୍ରଭାବ ଦେଖିବାକୁ ମିଳୁନାହିଁ। ବର୍ଷର ବିଭିନ୍ନ ସମୟରେ କେତେବେଳେ VIMSAR ତ ଆଉ କେତେବେଳେ VSSUTରୁ ଆସେ ଏହିଭଳି ଅଭିଯୋଗ। ସେପଟେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କଲେଜ କର୍ତ୍ତୃପକ୍ଷ ମଧ୍ୟ ଆପୋସ ବୁଝାମଣାରେ ମାମଲାର ସମାଧାନ କରୁଥିବା ଅଭିଯୋଗ ହୋଇଛି।