ରାଜ୍ୟସଭା ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ୪ ପ୍ରାର୍ଥୀ
Advertisement

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ୪ ପ୍ରାର୍ଥୀ

ରାଜ୍ଯସଭାର ଚାରୋଟି ପଦ ପାଇଁ ବିଜେଡିର ଚାରିଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭାରେ ରିଟର୍ଣିଂ ଅଫିସରଙ୍କ ନିକଟରେ ଚାରିଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ବିଧାୟକମାନେ ଉପସ୍ଥିତ ରହିଥିଲେ। 

ରାଜ୍ୟସଭା ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ୪ ପ୍ରାର୍ଥୀ

ମଳୟ ମହାନ୍ତି, ଭୁବନେଶ୍ୱର: ରାଜ୍ଯସଭାର ଚାରୋଟି ପଦ ପାଇଁ ବିଜେଡିର ଚାରିଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବିଧାନସଭାରେ ରିଟର୍ଣିଂ ଅଫିସରଙ୍କ ନିକଟରେ ଚାରିଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଏବଂ ବିଧାୟକମାନେ ଉପସ୍ଥିତ ରହିଥିଲେ। 

ଦିନ ଠିକ ଏଗାରଟା ସମୟରେ ସୁବାସ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ବିଧାନସଭାର ନୂତନ ପ୍ରକୋଷ୍ଠରେ ପହଞ୍ଚିଥିଲେ। ରିଟର୍ଣିଂ ଅଫିସରଙ୍କ ନିକଟରେ ପ୍ରାର୍ଥୀମାନେ ଜଣକ ପରେ ଜଣେ ଦୁଇସେଟ ଲେଖା ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସୁବାସ ସିଂଙ୍କ ପ୍ରାର୍ଥିପତ୍ରରେ ମୁଖ୍ଯମନ୍ତ୍ରୀ ପ୍ରସ୍ତାବକ ରହିଥିବା ବେଳେ ଅନ୍ଯ ପ୍ରାର୍ଥୀଙ୍କ ପାଇଁ ବିଜେଡିର ବରିଷ୍ଠ ମନ୍ତ୍ରୀ ଏବଂ ବିଧାୟକମାନେ ପ୍ରସ୍ତାବକ ରହିଛନ୍ତି। ପ୍ରତ୍ଯେକ ପ୍ରାର୍ଥୀଙ୍କ ପାଇଁ 10 ଜଣ ଲେଖାଏଁ ପ୍ରସ୍ତାବକ ରହିଛନ୍ତି। 

ପ୍ରାର୍ଥିପତ୍ର ଦାଖଲ ପରେ ଚାରିଜଣ ପ୍ରାର୍ଥୀ ଖୁସିବ୍ଯକ୍ତ କରିବା ସହ ରାଜ୍ଯସଭାକୁ ନିର୍ବାଚିତ ହେଲେ ରାଜ୍ଯର ସ୍ବାର୍ଥ ପାଇଁ କାର୍ଯ୍ୟ କରିବେ ବୋଲି କହିଛନ୍ତି। ସୁବାସ ସିଂ ଶ୍ରମିକଙ୍କ ସ୍ବାର୍ଥକୁ ରାଜ୍ଯସଭାରେ ଉପସ୍ଥାପନ କରିବେ ବୋଲି କହିଥିବା ବେଳେ ମମତା ମହାନ୍ତ ମହିଳାଙ୍କ ସ୍ବାର୍ଥ ପାଇଁ ଲଢିବାକୁ କହିଛନ୍ତି। ସେହିଭଳି ମୁନା ଖାଁ ରାଜ୍ଯ ଏବଂ ସଂଖ୍ୟାଲଘୁଙ୍କ ସ୍ବାର୍ଥ ପାଇଁ ଲଢେଇ କରିବା ସହ ସୁଜିତ କୁମାର ଆଦିବାସୀ ସମ୍ପ୍ରଦାୟ ଏବଂ ରାଜ୍ଯର ଶିକ୍ଷା କ୍ଷେତ୍ରରେ ଉନ୍ନତି ପାଇଁ କାର୍ଯୟ କରିବେ ବୋଲି କହିଛନ୍ତି। 

ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ କରିସାରିଥିବାବେଳେ ବିଜେପିର ଆବଶ୍ୟକ ସଂଖ୍ଯା ନ ଥିବାରୁ ଦଳ ନିର୍ବାଚନ ଲଢିବନି ବୋଲି ବିରୋଧୀ ଦଳ ନେତା କହିଛନ୍ତି। ସଂଖ୍ଯାଗରିଷ୍ଠତା ନ ଥିବାରୁ କଣ ପାଇଁ ଲଢେଇ କରିବାକୁ ଯିବୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା। କିନ୍ତୁ ଏ ନେଇ ପାର୍ଟି ନିଷ୍ପତ୍ତି ନେଇନି ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି। 

ଅନ୍ଯପକ୍ଷରେ ବିଜେପି ପ୍ରାର୍ଥୀ ନ ଦେବା ଏବଂ ଏ ସଂପର୍କରେ ଏଯାଏ ଦଳ ପକ୍ଷରୁ ସ୍ପଷ୍ଟ ମତ ରଖା ନ ଯିବାକୁ ନେଇ କଂଗ୍ରେସ ବିଜେପି ଉପରେ ବର୍ଷିଛି। ବିଜେଡି ବିଜେପି ବୁଝାମଣାରେ ଏ ସବୁ ହେଉଥିବା କଂଗ୍ରେସ ବିଧାୟକ ତାରାପ୍ରସାଦ ବାହୀନିପତି କହିଛନ୍ତି। 23 ବିଧାୟକ ଥିବା ସତ୍ତ୍ବେ ବିଜେପି ସେଥିପାଇଁ ପ୍ରାର୍ଥୀ ଦେଉନି ବୋଲି କହିଛନ୍ତି ତାରା। କଂଗ୍ରେସର 9 ଜଣ ବିଧାୟକ ଥିବାରୁ ଦଳ ନାମାଙ୍କନପତ୍ର ଦାଖଲ କରିପାରିବନି ବୋଲି କହିଛନ୍ତି ତାରା।