ରାକ୍ଷୀ ବାନ୍ଧିଲେ ବଡ଼ ଠାକୁର
Advertisement

ରାକ୍ଷୀ ବାନ୍ଧିଲେ ବଡ଼ ଠାକୁର

ସାରା ଦେଶରେ ଆଜି ପାଳିତ ହେଉଛି ପବିତ୍ର ରକ୍ଷା ବନ୍ଧନ । ଆଉ ବିଶ୍ୱର ସର୍ବବୃହତ ରାକ୍ଷୀକୁ ଶ୍ରୀମନ୍ଦିରରେ ପରିଧାନ କଲେ ମହାପ୍ରଭୁ। ଶ୍ରାବଣମାସର ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ଉତ୍ସବରେ ଭାଇଭଉଣୀର ସମ୍ପର୍କର ଅନନ୍ୟ ପରିଭାଷାର ନିଦର୍ଶନ ହେଉଛି ଗହ୍ମାପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ସାମାଜିକ ପରମ୍ପରାର ଉତ୍ସବର ଝଲକ ଦେବାଳୟରେ ବି ଦେଖିବାକୁ

ରାକ୍ଷୀ ବାନ୍ଧିଲେ ବଡ଼ ଠାକୁର

ପୁରୀ: ସାରା ଦେଶରେ ଆଜି ପାଳିତ ହେଉଛି ପବିତ୍ର ରକ୍ଷା ବନ୍ଧନ । ଆଉ ବିଶ୍ୱର ସର୍ବବୃହତ ରାକ୍ଷୀକୁ ଶ୍ରୀମନ୍ଦିରରେ ପରିଧାନ କଲେ ମହାପ୍ରଭୁ। ଶ୍ରାବଣମାସର ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ଉତ୍ସବରେ ଭାଇଭଉଣୀର ସମ୍ପର୍କର ଅନନ୍ୟ ପରିଭାଷାର ନିଦର୍ଶନ ହେଉଛି ଗହ୍ମାପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା । ସାମାଜିକ ପରମ୍ପରାର ଉତ୍ସବର ଝଲକ ଦେବାଳୟରେ ବି ଦେଖିବାକୁ ମିଳିଥାଏ । ପୁଣି ଶ୍ରୀମନ୍ଦିରରେ ଗହ୍ମାପୂର୍ଣିମା ଓ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି। ଶ୍ରୀମନ୍ଦିରରେ ଭଉଣୀ ସୁଭଦ୍ରା ମଧ୍ୟ ଭାଇ ଜଗନ୍ନାଥ ଓ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି । ଏଥିପାଇଁ ପାଟରା ବିଶୋଇ ସେବାୟତ ଦ୍ୱାରା ୪ଟି ଲେଖାଏଁ ପାଟରାକ୍ଷୀ ଓ ଗୁଆମାଳ ଶ୍ରୀଜିଉଙ୍କୁ ଲାଗି କରାଯାଇଛି । ସେପଟେ ପରମ୍ପରା ଅନୁଯାୟୀ ଶ୍ରୀନଅରକୁ ମହାପ୍ରଭୁଙ୍କ ଗତବର୍ଷର ଜଗନ୍ନାଥଙ୍କର ଓ ବଳଭଦ୍ରଙ୍କର ଗୋଟିଏ ଲେଖାଏଁ ଓଲାଗି ତାଟ ରାକ୍ଷୀକୁ ଗଜପତିଙ୍କ ନଅର ଠାକୁରାଣୀ କନକ ଦୁର୍ଗାଙ୍କ ପାଖକୁ ପଠାଯାଇଛି  ।

ମହାପ୍ରଭୁ ମା' ସୁଭଦ୍ରାଙ୍କ ଠାରୁ ସର୍ବବୃହତ ରାକ୍ଷୀକୁ ପରିଧାନ କରିଛନ୍ତି। ଘରେଘରେ ଖାଲି ଏହି ପର୍ବ ନୁହେଁ ଶ୍ରୀମନ୍ଦିରରେ ମଧ୍ୟ ମହାପ୍ରଭୁଙ୍କର ରକ୍ଷା ବନ୍ଧନ ଖୁବ ଧୁମଧାମରେ ପାଳିତ ହୋଇଛି। ଭାରତୀୟ ସଂସ୍କୃତି ଓ ପରମ୍ପରାରେ ସ୍ନେହ ଓ ମମତାର ପର୍ବ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା। ଏହି ଉତ୍ସବକୁ କୃଷିଭିତ୍ତିକ ଓ ଭାବନାତ୍ମକ ଦୃଷ୍ଟିକୋଣରୁ ସ୍ନେହ ପ୍ରେମର ପ୍ରତୀକ ଭାବେ ପାଳନ କରାଯାଉଛି । ଖାଲି ମନୁଷ୍ୟମାନଙ୍କର ଏହି ପରମ୍ପରା ନୁହେଁ, ଦେବତାମାନେ ମଧ୍ୟ ଏହାକୁ ପାଳନ କରିଥାନ୍ତି । ଏହି ତିଥିରେ ବଳଭଦ୍ରଙ୍କ ଜନ୍ମଦିବସ ପଡୁଥିବାରୁ ରାକ୍ଷୀ ଉତ୍ସବକୁ ଗହ୍ମାପୂର୍ଣ୍ଣିମା ଭାବେ ପାଳନ କରାଯାଉଛି । ବଳଭଦ୍ରଙ୍କର ହାତରେ ହଳ ଓ ମୂଷଳ ଶୋଭା ପାଉଥିବାରୁ ଫସଲର ଉନ୍ନତି ପାଇଁ ମଧ୍ୟ ଶ୍ରୀମନ୍ଦିରରେ ବଳଭଦ୍ରଙ୍କର ଜନ୍ମଦିନକୁ ସ୍ୱତନ୍ତ୍ର ଭାବେ ପାଳନ କରାଯାଇଥାଏ । 

fallback

ସେପଟେ ନିଜର ସୁରକ୍ଷା କାମନା କରି ଭାଇ ହାତରେ ଭଉଣୀ ବାନ୍ଧିଦିଏ ସୁତା ଖଣ୍ଡେ । ଯାହାକି ଯୁଗ ଯୁଗ ପାଇଁ ଦୃଢ କରିଦିଏ ଭାଇ ଭଉଣୀର ପବିତ୍ର ବନ୍ଧନକୁ। କେବଳ ମଣିଷମାନେ ନୁହେଁ, ଦେବତାମାନେ ବି ସାମିଲ ହୁଅନ୍ତି ଏହି ପବିତ୍ର ବନ୍ଧନରେ । ସେଥିପାଇଁ ଗହ୍ନା ପୂର୍ଣ୍ଣମୀ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥ ଓ ବଡଭାଇ ବଳଭଦ୍ରଙ୍କୁ ରାକ୍ଷୀ ବାନ୍ଧିଥାନ୍ତି ଗେହ୍ଲା ଭଉଣୀ ସୁଭଦ୍ରା । ଶ୍ରୀମନ୍ଦିରରେ ଗୋପାଳବଲ୍ଲଭ ପରେ ପାଟରା ବିଶୋଇ ସେବାୟତ ଶ୍ରୀମନ୍ଦିରକୁ ନେଇ ଦେଇଛନ୍ତି ସ୍ୱତନ୍ତ୍ର ପାଟରାକ୍ଷୀ ଓ ଗୁଆମାଳ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦିଆଯାଇଥିବା ବାସୁଙ୍ଗା ପାଟରେ ପ୍ରଭୁଙ୍କ ପାଇଁ ତିଆରି ହୋଇଛି ୪ଟି ରଙ୍ଗର ରାକ୍ଷୀ । 

ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ଚିତାଲାଗି , ରାକ୍ଷୀ ପୂର୍ଣ୍ଣିମା, ରେଖା ଶ୍ରୀମନ୍ଦିରରେ ରାକ୍ଷୀପୂର୍ଣ୍ଣିମା ଦିନ ଭାଇ ଭଉଣୀର ପବିତ୍ର ସମ୍ପର୍କର ପରିଭାଷା ଶ୍ରୀମନ୍ଦିରରେ ମଧ୍ୟ ଦେଖିବାକୁ ମିଳିଛି । ଶ୍ରୀମନ୍ଦିରରେ ମହାପ୍ରଭୂ ଜଗନ୍ନାଥ ଓ ବଡଭାଇ ବଳଭଦ୍ରଙ୍କୁ ଭଉଣୀ ସୁଭଦ୍ରା ରାକ୍ଷୀ ବାନ୍ଧିଛନ୍ତି। ପାଟେରା ବିଶୋଇ ସେବାୟତ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର ରାକ୍ଷୀ ପୂର୍ଣ୍ଣିମା ପାଇଁ ୪ଟି ରାକ୍ଷୀ ସହିତ ୫୪ଟି ଲେଖାଏଁ ଗୁଆରେ ୪ଟି ଗୁଆମାଳ ପ୍ରସ୍ତୁତ କରିଛନ୍ତି । ହଳଦିଆ, ନାଲିର ରାକ୍ଷୀ ଓ ଗୁଆମାଳ ଜଗନ୍ନାଥଙ୍କୁ ସେହିପରି ନେଳି ଓ ବାଇଗଣି ବଳଭଦ୍ରଙ୍କୁ ଲାଗିକରାଯାଏ । ଆଜି ଶ୍ରୀମନ୍ଦିରରେ ଗୋପାଳବଲ୍ଲଭ ଧୁପ ପରେ ପାଟେରା ବିଶୋଇ ଶ୍ରୀମନ୍ଦିରକୁ ନେଇ ମେକାପକୁ ଦେବାପରେ  ସିଂହାରି ସେବକମାନେ ଏହି ରାକ୍ଷୀକୁ ମହାପ୍ରଭୁଙ୍କୁ ଲାଗିକରିଛନ୍ତି । 

ସେପଟେ ରକ୍ଷା ବନ୍ଧନରେ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଶ୍ରୀନଅରକୁ ମହାପ୍ରଭୁଙ୍କ ଗତବର୍ଷର ଜଗନ୍ନାଥଙ୍କର ଓ ବଳଭଦ୍ରଙ୍କର ଗୋଟିଏ ଲେଖାଏଁ ଓଲାଗି ତାଟ ରାକ୍ଷୀକୁ ବଡୁମହାପାତ୍ର ସେବାୟତ ଭଣ୍ଡାର ମେକାପଙ୍କ ପକ୍ଷରୁ ଗଜପତିଙ୍କନଅର ଠାକୁରାଣୀ କନକ ଦୁର୍ଗାଙ୍କ ପାଖକୁ ନେଇକରି ଯାଇଛନ୍ତି  ପଠାଯାଇଛି  ।

ରକ୍ଷା ବନ୍ଧନ ଦିନ ଶ୍ରୀମନ୍ଦିରରେ ନୀତିକାନ୍ତିଙ୍କୁ ଶୃଙ୍ଖଳିତ କରିବା ପାଇଁ ସେବାୟତ ନିଯୋଗଙ୍କ ପକ୍ଷରୁ ସମସ୍ତ ସହଯୋଗ କରାଯାଇଛି ବୋଲି କହିଛନ୍ତି ବରିଷ୍ଠ ସେବାୟତ । ଶ୍ରୀମନ୍ଦିରରେ ବଳଭଦ୍ର ଜନ୍ମ ସହ ଏହି ରକ୍ଷାବନ୍ଧନ ନୀତି ବେଶ ଆଡମ୍ବର ସହକାରେ ପାଳନ କରାଯାଉଛି । ସେପଟେ ଏହି ରକ୍ଷା ପୂର୍ଣିମାରେ ମଧ୍ୟ ଗୋ ପୁଜନ ହେବା ସହ ଘରେ ଓ ମଠବାଡି ମାନଙ୍କର ମହାପ୍ରଭୂଙ୍କୁ ରାଖୀ ଲାଗି କରାଯିବାର ପରମ୍ପରା ରହିଛି । କୋରୋନା ମହାମାରୀକୁ ନେଇ କଟକଣା ଥିବାରୁ ଏହି ନୀତି ଦେଖିବା ପାଇଁ ଶ୍ରୀମନ୍ଦିର ବାହାରେ ସମବେତ ହୋଇଛନ୍ତି ଶ୍ରଦ୍ଧାଳୁ ହୋଇଥିବା ଦେଖିବାକୁ ମିଳିଛି।