Advertisement
Article Detail0/zeeodisha/odisha767699
Zee OdishaCity Newsପୁଣି ଥରେ ଅଦିନରେ ଇସ୍କନ ରଥଯାତ୍ରା, ସେବାୟତଙ୍କ ମଧ୍ୟରେ ଅସନ୍ତୋଷ

ପୁଣି ଥରେ ଅଦିନରେ ଇସ୍କନ ରଥଯାତ୍ରା, ସେବାୟତଙ୍କ ମଧ୍ୟରେ ଅସନ୍ତୋଷ

ଶ୍ରୀମନ୍ଦିର ପରମ୍ପରା ପ୍ରତି ଅବମାନନା ବୋଲି ସେବାୟତ ପ୍ରତିବାଦ କରିଥିବା ବେଳେ ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।

ପୁଣି ଥରେ ଅଦିନରେ ଇସ୍କନ ରଥଯାତ୍ରା, ସେବାୟତଙ୍କ ମଧ୍ୟରେ ଅସନ୍ତୋଷ

ସଞ୍ଜୟ ମହାପାତ୍ର, ପୁରୀ: ଶ୍ରୀମନ୍ଦିର ଖୋଲିବ ପାଇଁ ଗୋଟିଏ ପଟେ ଆଲୋଚନା ଓ ବିଚାର ବିମର୍ଷ ଚାଲିଥିବା ବେଳେ ଅନ୍ୟପଟରେ ପୁଣିଥରେ ଅଦିନିଆ ରଥଯାତ୍ରାକୁ ନେଇ ଉଠିଛି ଝଡ। ଆମେରିକା ବାଲ୍ଟିମୋରେ ଗତ ୧୦ତାରିଖ ଦିନ ଏହି ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୁରୀ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଆଷାଢ଼ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହୋଇଥାଏ। 

ମାତ୍ର ଏଭଳି ଅଦିନିଆ ରଥଯାତ୍ରା ଯୋଗୁଁ  ଶ୍ରୀମନ୍ଦିର ପରମ୍ପରା ପ୍ରତି ଅବମାନନା ବୋଲି ସେବାୟତ ପ୍ରତିବାଦ କରିଥିବା ବେଳେ ଜିଲ୍ଲା ଯୁବ ଅଧିବକ୍ତା ସଂଘ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ଗତ ୧୦ ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋରଠାରେ ପାଳିତ ହୋଇଥିବା ରଥଯାତ୍ରା ଇସ୍କନ ସଂଗଠନର ଏକ ୱେବସାଇଟରୁ  ଜଣାପଡିଛି। ଏହି ଭିଡ଼ିଓରେ ଦାରୁବ୍ରହ୍ମଙ୍କୁ ଦାମୀ କାରରେ ବସାଇ ଇସ୍କନ ଧର୍ମାବଲମ୍ବୀମାନେ ରଥଯାତ୍ରା ପାଳନ କରୁଥିବା ଦେଖିବାକୁ ମିଳିଛି। 

ବହୁ ସଂଖ୍ୟାରେ ଭାରତୀୟ ଓ ଆମେରିକୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି। ସମ୍ମୁଖ ଭାଗରେ ଭାରତୀୟ ଜାତୀୟ ପତାକା ଉଡୁଥିବାର ଦୃଶ୍ୟ ମଧ୍ୟ ନଜରକୁ ଆସିଛି। ଅଦିନିଆ ରଥଯାତ୍ରାକୁ ନେଇ ପୁରୀରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସୋସିଆଲ ମିଡିଆରେ ଏଭଳି ଅଦିନିଆ ରଥଯାତ୍ରାର ଭିଡିଓ ଭାଇରାଲ ହେଉଛି। ପୂର୍ବରୁ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମଧ୍ୟ ଅଦିନିଆ ରଥଯାତ୍ରାକୁ ବିରୋଧ କରିଥିଲେ।

Add Zee News as a Preferred Source

ବିଶ୍ୱର ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ସମୟରେ ରଥଯାତ୍ରା ହେଉଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ମୂଳପୀଠ ପୁରୀରେ ଆଷାଢ଼ ଶୁକ୍ଳ ଦ୍ଵିତୀୟରେ ରଥଯାତ୍ରା ହେବା ପରି ଅନ୍ୟତ୍ର ରଥଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିଲା। ଏହା ସତ୍ୱେ ମଧ୍ୟ ଅଦିନିଆ ରଥଯାତ୍ରା ବାରମ୍ବାର ହେଉଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି। ସେପଟେ ଆମେରିକାରେ ଯଦି ଏଭଳି ଅଦିନିଆ ରଥଯାତ୍ରା ହୋଇଥିବ ତାହେଲେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ।

 

 

About the Author