ସ୍ୱର୍ଗଦାରରେ ସତ୍କାର ଉପରେ ଲାଗିଲା କଟକଣା, ରାଜ୍ୟବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ
Advertisement

ସ୍ୱର୍ଗଦାରରେ ସତ୍କାର ଉପରେ ଲାଗିଲା କଟକଣା, ରାଜ୍ୟବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ

ବାହାର ଜିଲ୍ଲା ପାଇଁ ଲାଗିଲା କଟକଣା...

ସ୍ୱର୍ଗଦାରରେ ସତ୍କାର ଉପରେ ଲାଗିଲା କଟକଣା, ରାଜ୍ୟବାସୀଙ୍କୁ ଅନୁରୋଧ କଲେ ଜିଲ୍ଲାପାଳ

ପୁରୀ: କୋରୋନାକୁ ନେଇ ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଲାଗିଲା କଟକଣା। ପୁରୀ ଜିଲ୍ଲା ବ୍ୟତୀତ ବାହାର ଜିଲାର ଲୋକଙ୍କ ପାଇଁ ଶବଦାହ ଉପରେ ଲାଗିଲା ରୋକ। ଏଭଳି ପଦକ୍ଷେପ ନେଇଛି ପୁରୀ ଜିଲା ପ୍ରଶାସନ। ତା'ସହ କୋରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ହୋଟେଲ ଷ୍ଟର୍ଲିଂ ପାଖ ନଈପଠାରେ ଶ୍ମଶାନ ଘାଟ କରିବା ପାଇଁ ଆଲୋଚନା ହୋଇଛି । ସେପଟେ ଖାଲି ଶବଦାହ ପାଇଁ ନୁହେଁ, ମହୋଦଧିରେ ଅସ୍ଥି ବିସର୍ଜନ ଓ ଶ୍ୱେତଗଙ୍ଗାରେ ଶୁଦ୍ଧି କ୍ରିୟା ଏବଂ ସ୍ନାନକାର୍ଯ୍ୟକୁ ମଧ୍ୟ ବନ୍ଦ କରାଯିବାକୁ ନେଇ ମଧ୍ୟ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ଜିଲାପାଳ। 

ସେପଟେ କୋଭିଡକୁ ନେଇ ଜିଲା ନୁହେଁ, ରାଜ୍ୟ ବାହାରୁ ଅନେକ ଲୋକେ ସେମାନଙ୍କ ପରିଜନଙ୍କ ମୃତଦେହ ଆଣି ଶବଦାହ କରୁଛନ୍ତି।  ତେଣୁ ସ୍ୱର୍ଗଦ୍ୱାରକୁ ଯିଏ ବି ଶବଦାହ ପାଇଁ ଆସୁଛନ୍ତି ସେମାନଙ୍କର କୋଭିଡ19 ଟେଷ୍ଟ ରିପୋର୍ଟ ଦେଖି ଅନୁମତି ଦିଆଯାଉ ବୋଲି ଅନୁରୋଧ କରିଛନ୍ତି ଶବସତ୍କାରକାରୀ ଓ ପୁରୀ ସହରର ବୁଦ୍ଧିଜିବୀ  ।

ଏକ ତଥ୍ୟ ଅନୁଯାୟୀ ଜୁନ ମାସରେ ସ୍ୱର୍ଗଦ୍ୱାରରେ ୯ଶହ ଶବଦାହ ହୋଇଥିବା ବେଳେ ୨୦୦ଟି ସତ୍କାର କେବଳ ପୁରୀ ଜିଲାର ରହିଥିଲେ। ପୁଣି ଜୁଲାଇ ମାସରେ ଦିନକୁ ୩୫ରୁ ୪୦ଟି ଶବ ଦାହ କରାଯାଉଥିବା ବେଳେ ସେଥିରୁ ୧୦ ରୁ ୧୨ ଟି ଶବ ପୁରୀର ରହିଛି । ପୁଣି ସପ୍ତାହକ ଭିତରେ ଛତିଶଗଡ ଓ ମେଦିନପୁରରୁ ଶବ ଆସି ଦାହ କରାଯାଇଛି । ତେଣୁ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାରରେ ବାହାର ଜିଲାର ଶବ ସତ୍କାର ଉପରେ କଟକଣା କରାଯାଇଛି ବୋଲି ନିର୍ଦ୍ଦେଶନାମାଜାରୀ କରିଛନ୍ତି ଜିଲାପାଳ।

ସ୍ୱର୍ଗଦ୍ୱାରରେ ଶବ ଦାହ କରିବା ଏକ ଆଧ୍ୟାତ୍ମିକ ଓ ବିଶ୍ୱାସର କଥା। ହେଲେ କୋରୋନାକୁ ନେଇ ଜିଲା ପ୍ରଶାସନର ଏଭଳି ପଦକ୍ଷେପ ସ୍ୱାଗତଯୋଗ୍ୟ। ମାତ୍ର ସ୍ୱର୍ଗଦ୍ୱାରକୁ ଯେ କୌଣସି ଅଞ୍ଚଳରୁ ଶବ ଆସୁଛି ଜିଲା ପ୍ରଶାସନ ପକ୍ଷରୁ ତାହାର ଯାଞ୍ଚ ହେବା କଥା। କାରଣ କିଏ କେଉଁଠି ମୃତ୍ୟୁବରଣ କରୁଛି ତାହାକୁ ସ୍ୱର୍ଗଦ୍ୱାରରେ ଦାହ କଲେ ପୁରୀରେ କୋରୋନା ସଂକ୍ରମଣ ବ୍ୟାପିବାର ବେଶ ସମ୍ଭାବନା ରହିଛି। ସ୍ୱର୍ଗଦ୍ୱାରରେ ସାମାଜିକ ଦୁରତ୍ୱ ରହୁନାହିଁ କି କେହିବି ମାସ୍କ ବ୍ୟବହାର କରୁନାହାନ୍ତି। ତେଣୁ ବିନା କୋଭିଡ ଟେଷ୍ଟରେ ସ୍ୱର୍ଗଦ୍ୱାରକୁ ପ୍ରବେଶ ପାଇଁ ଅନୁମତି ନ ଦେବାକୁ ଜିଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ବୁଦ୍ଧିଜୀବୀ।