• ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ତମ ମନ କୀ ବାତ୍
  • ଆମର ସଂସ୍କୃତି ହଜାରେ ବର୍ଷର ପୁରୁଣା: ପ୍ରଧାନମନ୍ତ୍ରୀ
  • ମାଘ ମାସରେ ନଦୀରେ ସ୍ନାନ କଲେ ପୁଣ୍ୟ ମିଳିଥାଏ
  • ନଦୀ ସହ ଆମର ପରମ୍ପରା ଜଡ଼ିତ ରହିଛି: ପ୍ରଧାନମନ୍ତ୍ରୀ
  • ମାଘ ମାସ ପୁଣ୍ୟର ମାସ ହୋଇଥାଏ: ପ୍ରଧାନମନ୍ତ୍ରୀ
  • ଜଳ ଆମର ଜୀବନ, ଆସ୍ଥା ଓ ବିକାଶର ମାଧ୍ୟମ
  • ଗ୍ରୀଷ୍ମ ଋତୁ ଆସୁଛି, ଜଳ ସଂରକ୍ଷଣ ଉପରେ ଗୁରୁତ୍ୱ ଦେବା
  • ଜଳର ସଂରକ୍ଷଣ ପାଇଁ ଆମକୁ ପ୍ରୟାସ କରିବାକୁ ହେବ
  • ଏଥର ହରିଦ୍ୱାରରେ କୁମ୍ଭମେଳା ହେବାକୁ ଯାଉଛି
  • ଗାଁର ନଦୀ, ନାଳ ଓ ପୋଖରୀକୁ ସଫା ରଖନ୍ତୁ: ପ୍ରଧାନମନ୍ତ୍ରୀ

ପୁଣି ସକ୍ରିୟ ହେଲା ସିବିଆଇ, ଗିରଫ ହେଲେ ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା

ଗିରଫ ହୋଇଥିବା ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁ ଜେଲରେ ଥିବା ବେଳେ କିଭଳି ତାଙ୍କ ବ୍ୟବସାୟକୁ ଶୁଭ୍ରା ସୁରୁଖୁରୁରେ ଚଲାଉଥିଲେ ସେନେଇ ଅନେକ ଥର ଶୁଭ୍ରାଙ୍କୁ ଜେରା କରିଥିଲା ସିବିଆଇ।

ପୁଣି ସକ୍ରିୟ ହେଲା ସିବିଆଇ, ଗିରଫ ହେଲେ ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା

ସରୋଜ ବେହେରା, ଭୁବନେଶ୍ବର: ପୁଣି ଚେଇଁଉଠିଲା ସିବିଆଇ । ଖୋଲିଲା ରୋଜଭ୍ୟାଲି ଚିଟଫଣ୍ଡ ପେଡି । ଗିରଫ ହେଲେ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାର ମୁଖ୍ୟ କାର୍ପଟଦାର ଗୌତମ କୁଣ୍ଡୁଙ୍କ ସ୍ତ୍ରୀ ଶୁଭ୍ରା କୁଣ୍ଡୁ । କୋଟି କୋଟି ଟଙ୍କା ହେରଫେର ମାମଲାରେ ସିବିଆଇର ସ୍ବତନ୍ତ୍ର ଟିମ୍ ଶୁଭ୍ରାଙ୍କୁ ଗିରଫ କରିଥିବା ଜଣାପଡିଛି । 

ଅନେକ ଦିନ ଧରି ଶୁଭ୍ରା (Subhra) ଙ୍କ ଗତିବିଧି ଉପରେ ନଜର ରଖିଥିଲା ସିବିଆଇ (CBI) । ସ୍ବାମୀ ଗୌତମ କୁଣ୍ଡୁ (Gautam Kundu) ଜେଲରେ ଥିବା ବେଳେ କିଭଳି ତାଙ୍କ ବ୍ୟବସାୟକୁ ଶୁଭ୍ରା ସୁରୁଖୁରୁରେ ଚଲାଉଥିଲା ସେନେଇ ଅନେକ ଥର ଶୁଭ୍ରାଙ୍କୁ ଜେରା କରିଥିଲା ସିବିଆଇ (CBI) । ଆଦ୍ରିଜା (Adrija) ନାଁରେ ଶୁଭ୍ରାଙ୍କ ଏକ ଜୁଏଲରୀ ଦୋକାନ (Jwellery Shop) ରହିଥିଲା । 

ରୋଜଭ୍ୟାଲି (Rose Valley) ଟଙ୍କା ଏହି ଦୋକାନରେ ବିନିଯୋଗ ହୋଇଥିବା ନେଇ ଅନେକ ଥର ପଚରାଉଚରା ମଧ୍ୟ କରାଯାଇଛି । ଏଭଳିକି, ରୋଜଭ୍ୟାଲି ଟଙ୍କା ଦେଶ ବାହାରେ (Out OF Country) ରେ ମଧ୍ୟ ଅନେକ ସ୍ଥାନରେ ଲୁଚା ଯାଇଥିବା ସନ୍ଦେହ କରାଯାଉଛି । ହେଲେ ସିବିଆଇ (CBI)ର କୌଣସି ପ୍ରଶ୍ନର ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ ଶୁଭ୍ରା ।

Also Read; ଚୀନକୁ ଖୋଲା ଚ୍ୟାଲେଞ୍ଜ; 'ଆମ ଧୈର୍ଯ୍ୟର ପରୀକ୍ଷା ନେଲେ ଭୟାନକ ହେବ ସ୍ଥିତି '

ଏହାକୁ ନେଇ ଶୁକ୍ରବାର ଅପରାହ୍ଣରେ ଶୁଭ୍ରାଙ୍କୁ ତାଙ୍କ ଘରୁ ଗିରଫ କରିଛି ସିବିଆଇ । ଶୁଭ୍ରାଙ୍କୁ ଗିରଫ କରିବା ପରେ କୋଲକାତା (Kolkata) ସଲ୍ଟ ଲେକସ୍ଥିତ ସିଜିଓ କମ୍ପେଲେକ୍ସ ସ୍ଥିତ ସିବିଆଇ କାର୍ଯ୍ୟାଳୟ (CBI office) ରେ ଜେରା କରାଯାଇଛି । ଶନିବାର ଅପରାହ୍ଣରେ ଶୁଭ୍ରାଙ୍କୁ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ କୋର୍ଟ(Bhubaneswar special CBI Court) ରେ  ଶୁଭ୍ରାଙ୍କୁ ହାଜର କରାଯିବ । 

ପୂର୍ବରୁ ଅନେକ ଥର ରୋଜଭ୍ୟାଲି (Rose Valley) ଟଙ୍କା ହେରଫେର ନେଇ ଶୁଭ୍ରାଙ୍କୁ ପଚରାଉଚରା କରିଛି ସିବିଆଇ । ହେଲେ ଏହାର କୌଣସି ସନ୍ତୋଷ ଜନକ ଉତ୍ତର ଦେଉନଥିଲେ ଶୁଭ୍ରା । ପୂର୍ବରୁ ଗୌତମ କୁଣ୍ଡୁ ଚିଟଫଣ୍ଡ (ChitFund) ଠକେଇ ମାମଲାରେ ସିବିଆଇ ଦ୍ୱାରା ଗିରଫ ହୋଇ ପଶ୍ଟିମବଙ୍ଗର ପ୍ରେସିଡେନ୍ସି ଜେଲ (Westbengal Presidency Jail) ରେ ଅଛନ୍ତି ।

Also Read; ଜାଣନ୍ତୁ ଭବ୍ୟ ରାମମନ୍ଦିର ନିର୍ମାଣ ପାଇଁ ରାଷ୍ଟ୍ରପତି ଦାନ କଲେ କେତେ ଟଙ୍କା ?

ଚିଟଫଣ୍ଡ ଠକେଇ (ChitFund Fraud) ନେଇ ସୁପ୍ରିମକୋର୍ଟ (Supreme Court) ରେ ପିଟିସନ (Petition) ପରେ ରୋଜଭ୍ୟାଲି ସମେତ ୪୪ଟି କମ୍ପାନୀର ତଦନ୍ତ କରିବାକୁ ଭୁବନେଶ୍ବର ସିବିଆଇ (Bhubaneswar CBI)କୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ (Supreme Court)। ଏଘଟଣାରେ ପଶ୍ଚିମବଙ୍ଗ (West Bengal) ର ଅନେକ ନାମୀଦାମୀ ଲୋକଙ୍କ ନାଁ ରହିଥିବା ଅନୁମାନ କରାଯାଉଛି । ଶୁଭ୍ରାଙ୍କ ବୟାନ ପରେ ଅନେକ ଲୋକଙ୍କ ଚେହେରା ସାମନାକୁ ଆସିବ ବୋଲି ଆଶା କରାଯାଉଛି ।

Edited; Zee odisha Desk