TATA Powerର ମନମୁଖୀ କାର୍ଯ୍ୟକଳାପକୁ ବିଜେପିର ବିରୋଧ, ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର (Sambalpur) ଜିଲ୍ଲାରେ ଅସମ୍ଭାଳ ହୋଇପଡୁଛି ବିଦ୍ୟୁତ କାଟ। ଗ୍ରୀଡ, କେବୁଲ, ମେଣ୍ଟେନେନ୍ସ ମରାମତି ନାଁରେ ଦିନକୁ ଘଣ୍ଟା ଘଣ୍ଟା ମନ ଇଚ୍ଛା ବିଦ୍ୟୁତ କାଟ କରାଯାଉଛି। ଏନେଇ ବିଦ୍ୟୁତ ଗ୍ରାହକ ଯେତେ ଅଭିଯୋଗ କଲେ ବି ଟାଟା ପାୱାର ଅଧିକାରୀ ଶୁଣୁ ନାହାନ୍ତି।

TATA Powerର ମନମୁଖୀ କାର୍ଯ୍ୟକଳାପକୁ ବିଜେପିର ବିରୋଧ, ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ
TATA Powerର ମନମୁଖୀ କାର୍ଯ୍ୟକଳାପକୁ ବିଜେପିର ବିରୋଧ, ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର: ଜିଲ୍ଲାରେ ବିଦ୍ୟୁତ ବିତରଣ ଦାୟିତ୍ୱ ଟାଟା ପାୱାର ହାତକୁ ଗଲାପରେ ଗ୍ରାହକ ମହଲରେ ଅସନ୍ତୋଷ ଦେଖାଦେଇଛି। ଏନେଇ ବିଜେପି ପକ୍ଷରୁ ମଙ୍ଗଳବାର ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାଯ୍ୟାଳୟ ଘେରାଉ କରିବା ସହ ଆଗକୁ ଟାଟା ପାୱାର ବିରୋଧରେ ଜନ ଆନ୍ଦୋଳନ କରିବାକୁ ଚେତାବନୀ ଦିଆଯାଇଛି।

ସମ୍ବଲପୁର (Sambalpur) ଜିଲ୍ଲାରେ ଅସମ୍ଭାଳ ହୋଇପଡୁଛି ବିଦ୍ୟୁତ କାଟ। ଗ୍ରୀଡ, କେବୁଲ, ମେଣ୍ଟେନେନ୍ସ ମରାମତି ନାଁରେ ଦିନକୁ ଘଣ୍ଟା ଘଣ୍ଟା ମନ ଇଚ୍ଛା ବିଦ୍ୟୁତ କାଟ କରାଯାଉଛି। ଏନେଇ ବିଦ୍ୟୁତ ଗ୍ରାହକ ଯେତେ ଅଭିଯୋଗ କଲେ ବି ଟାଟା ପାୱାର ଅଧିକାରୀ ଶୁଣୁ ନାହାନ୍ତି। ଏଥିଯୋଗୁ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ପଡିଥିବା ବେଳେ ଲୋକଙ୍କ ପାଇଁ ଟାଟା ପାୱାର ବିରୋଧରେ ଲଢ଼େଇ କରିବା ପାଇଁ ସମ୍ବଲପୁର ଜିଲ୍ଲା ବିଜେପି ଆଗକୁ ଆସିଛି। ମଙ୍ଗଳବାର ବିଜେପିର ଶତାଧିକ ସଭ୍ୟଙ୍କ ସହ ସାଧାରଣ ଜନତା ଅଇଁଠାପାଲିସ୍ଥିତ ଟାଟା ପାୱାର ଅଧିକ୍ଷଣ ଯନ୍ତ୍ରୀଙ୍କ କାଯ୍ୟାଳୟ ଘେରାଉ କରି ବିଦ୍ୟୁତ ସେବା ପରିଚାଳନାରେ ଅବ୍ୟବସ୍ଥାର ଦୄଢ଼ ବିରୋଧ କରିଥିଲେ। 

Also Read: ମନରେଗା ଯୋଜନାରେ ମହାଘୋଟାଲା; ଅଙ୍ଗନବାଡି ଦିଦିଙ୍କ ଖାତାକୁ ଯାଉଛି ଟଙ୍କା, ଅଟକଳ ମୂଲ୍ୟଠୁ ବିଲ୍ ଅଧିକ

କୋରୋନା (Coronavirus) ମହାମାରୀ ସମୟରେ ବିଦ୍ୟୁତ ଶୁଳ୍କ ବୃଦ୍ଧି, ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲ୍ଟେଜ ସମସ୍ୟା, ଶୁଳ୍କ ଆଦାୟ ସମୟରେ କର୍ମଚାରୀଙ୍କ ଦାଦାଗିରି, ତ୍ରୁଟିପୂର୍ଣ୍ଣ ବିଲ, ବିଦ୍ୟୁତ ବିଭାଗୀୟ ଭିଜିଲାନ୍ସ ଚଢ଼ାଉ ନାଁରେ ମନଇଚ୍ଛା ତଣ୍ଡ, ବେନିୟମ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା, ବିଦ୍ୟୁତ ବିଭ୍ରାଟ ହେଲେ ସୂଚନା ପାଇବା ପାଇଁ ଫୋନ ମାଧ୍ୟମରେ ଯୋଗାଯୋଗ କଲେ ବିଭାଗୀୟ ଅଧିକାରୀଙ୍କ ଅଶାଳୀନ ଓ ଖାମଖିଆଳି ଉତ୍ତର ଭଳି ଅନେକ ଅଭିଯୋଗମାନ ଦୃଷ୍ଟିଗୋଚର କରାଯାଇଥିଲା। ଏ ବାବଦରେ ବିଭାଗୀୟ ଯନ୍ତ୍ରୀ ଅଧିକାରୀଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ସାଧାରଣ ଜନତା କହିଛନ୍ତି। 

ବିଜେପି ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତାମାନେ ନିର୍ବାହୀ ଯନ୍ତ୍ରୀଙ୍କୁ ଘେରାଉ କରିବା ସହ ବିଦ୍ୟୁତ ସମସ୍ୟା ନେଇ ଦଢ ପ୍ରତିବାଦ କରିଥିଲେ। ଏହାସହ ଆଗାମୀ ଦିନରେ ସମସ୍ତ ପ୍ରକାର ନିଯୁକ୍ତିରେ ସ୍ଥାନୀୟ ଯୁବକ ଯୁବତୀଙ୍କୁ ଅଗ୍ରାଧିକାର ଦିଆ ଯାଉ ବୋଲି ମଧ୍ୟ ବିଜେପି ଦାବି କରିଛି। ଜିଲ୍ଲାର ବିଦ୍ୟୁତ ସମସ୍ୟା ନେଇ ନିର୍ବାହୀ ଯନ୍ତ୍ରୀ ଇଂ. ଡ଼ମ୍ବୁରୁଧର ଓଝା  ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରିଥିଲେ। ଆନ୍ଦୋଳନକାରୀମାନେ ନିଜ ନିଜ ଅଭିଯୋଗ ଉପସ୍ଥାପନ କଲା ପରେ ନିର୍ବାହୀ ଯନ୍ତ୍ରୀ ଅଭିଯୋଗ ଗୁଡିକୁ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣେଇବା ସଙ୍ଗେ ସଙ୍ଗେ ସମସ୍ୟା ଗୁଡିକର ଶୀଘ୍ର ଓ ସ୍ଥାୟୀ ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Also Read:  ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠାକୁ ଶଙ୍କରାଚାର୍ଯ୍ୟଙ୍କ ବିରୋଧ

ଟାଟା ପାୱାର (TATA Power) ବିଦ୍ୟୁତ ବିତରଣ ଦାୟିତ୍ୱ ନେବାପରେ କେବଳ ସମ୍ବଲପୁର ଜିଲ୍ଲା ନୁହେଁ ପୁରା ରାଜ୍ୟରେ ବିଦ୍ୟୁତ ଜନିତ ସମସ୍ୟା ବଢ଼ିବା ସହ ଜନ ଅସନ୍ତୋଷ ତେଜିଛି। ଏଣୁ ଟାଟା ପାୱାର ଇଲେକ୍ଟ୍ରିକ ବିତରଣ ଏବଂ ବ୍ୟବହାରରେ ସୁଧାର କରିବାକୁ ସାଧାରଣରେ ଦାବି ଯୋର ଧରିଛି।