• ଦେଶରେ ୨୪ ଘଣ୍ଟାରେ ୬୨,୪୮୦ ପଜିଟିଭ୍ ଚିହ୍ନଟ
  • ୧୫୮୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୟୂରଭଞ୍ଜ PRM ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ
  • ଭିସି ଜରିଆରେ ଶିଳନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କି
  • ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ.ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ
  • ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୧ଲକ୍ଷ ଟଙ୍କା ପ୍ରଦାନ
  • ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ
  • ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ନେଇଛି CHSE
  • ରଥଯାତ୍ରାର ରିତିନୀତିର ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ RT-PCR ଟେଷ୍ଟ

ମହିଳାଙ୍କ ମୃତ୍ୟୁକୁ ନେଇ ଭିମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା

ମୃତ୍ୟୁ ଖବର ପାଇବା ପରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିଜନ ମାନେ କୋଭିଡ ହସ୍ପିଟାଲ ୧ ଭିତରେ ପାଟିତୁଣ୍ଡ କରିବା ସହିତ ସେଠାରେ ଥିବା ଚେୟାର ଟେବୁଲ ସବୁକୁ ଭାଙ୍ଗି ଦେଇଥିଲେ ।

ମହିଳାଙ୍କ ମୃତ୍ୟୁକୁ ନେଇ ଭିମସାର କୋଭିଡ ହସ୍ପିଟାଲରେ ଉତ୍ତେଜନା

ସମ୍ୱଲପୁର: ବୁର୍ଲା ଭିମସାର କୋଭିଡ ହସ୍ପିଟାଲ ୧ (Burla Vimsar Covid Hospital 1) ରେ ଉତ୍ତେଜନା । ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତେଜନା ଦେଖାଦେଇଛି । ସମ୍ବଲପୁର (Samblpur) ଜିଲ୍ଲାରୁ ଜଣେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଭିମସାରକୁ ଚିକିତ୍ସିତ ହେବାକୁ ଆସିଥିଲେ । ଏଠାରେ ସେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଭିମସାରର କୋଭିଡ ହସ୍ପିଟାଲ ୧ରେ ଗତକାଲି ଚିକିତ୍ସିତ ହେଉଥିଲେ । ହେଲେ ଆଜି ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ପାଇଥିଲେ ପରିବାର ବର୍ଗ ।

ଅଧିକ ପଢ଼ନ୍ତୁ:-ଆଉ ୨୪ ଘଣ୍ଟା କାଳବୈଶାଖୀ, ପୁଣି ବଢିବ ତାତି

ମୃତ୍ୟୁ ଖବର ପାଇବା ପରେ ମୃତକଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ମୃତକଙ୍କ ପରିଜନ ମାନେ କୋଭିଡ ହସ୍ପିଟାଲ ୧ ଭିତରେ ପାଟିତୁଣ୍ଡ କରିବା ସହିତ ସେଠାରେ ଥିବା ଚେୟାର ଟେବୁଲ ସବୁକୁ ଭାଙ୍ଗି ଦେଇଥିଲେ । ଖବର ପାଇ ବୁର୍ଲା ପୋଲିସ ସଦଳବଳେ ଘଟଣା ସ୍ଥଳକୁ ଆସି ମୃତକର ପରିଜନଙ୍କୁ ବୁଝାସୁଝା କରିଥିଲେ । ତେବେ ଚିକିତ୍ସା ଅଭାବରୁ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।