କଟକଣା ମଧ୍ୟରେ ପାଳନ ହେବ ସମ୍ବଲପୁରୀ ଦିନ

ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ପବିତ୍ର ଜନ୍ମଦିନ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ମଞ୍ଚରେ କାର୍ଯ୍ୟକ୍ରମ ସମ୍ଭଵ ନୁହେଁ.

କଟକଣା ମଧ୍ୟରେ ପାଳନ ହେବ ସମ୍ବଲପୁରୀ ଦିନ

ସମ୍ବଲପୁର: ସମ୍ବଲପୁରୀ ଭାଷା ସାହିତ୍ୟର ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ପବିତ୍ର ଜନ୍ମଦିନ ଅଗଷ୍ଟ ୧ ତାରିଖକୁ ସମ୍ବଲପୁରୀ ଦିନ୍ ଭାବରେ ପାଳନ କରାଯାଇଥାଏ । ତେବେ ଚଳିତ ବର୍ଷ କୋରୋନା ମହାମାରୀ ଯୋଗୁଁ ମଞ୍ଚରେ କାର୍ଯ୍ୟକ୍ରମ ସମ୍ଭଵ ନୁହେଁ. ତେଣୁ  ଘରେ ରହି ପରିବାର ସହ ସମ୍ବଲପୁରୀ ଦିନ ପାଳନ କରିବା ପାଇଁ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । 

ସମ୍ବଲପୁରୀ ସଂସ୍କୃତିର ପରିଚୟ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କର ଜନ୍ମଦିନକୁ ସମ୍ବଲପୁରୀ ଦିନ ଭାବେ ପାଳନ କରାଯାଇଥାଏ ।  ସମ୍ବଲପୁରରେ ଏହି ଦିନତମାମ କାର୍ଯ୍ୟକ୍ରମ ଆୟୋଜିତ ହୋଇ ସମ୍ବଲପୁରୀ ନାଚ ଗୀତ ସଂଗୀତ ପରିବେଷିତ ହୋଇଥାଏ । ଦର୍ଶକଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ସମ୍ବଲପୁରୀ କପଡା ପିନ୍ଧିବା ଯୋଗୁଁ ଚାରିଆଡେ ସମ୍ବଲପୁରୀମୟ ହୋଇଯାଇଥାଏ । ହେଲେ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ପରମ୍ପରାର ଏହି ପର୍ବ ଚଳିତ ବର୍ଷ କୋରୋନା ଯୋଗୁଁ ମଞ୍ଚରେ ଆୟୋଜନ ହୋଇପାରିବ ନାହିଁ । ଏଥିପାଇଁ ଆୟୋଜକ ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଏବର୍ଷ କୋଭିଡ କଟକଣା ଯୋଗୁଁ କୋଭିଡ ନିୟମ ମାନି ଲୋକେ ନିଜ ନିଜ ଘରେ ରହି ପରିବାର ସହ ସମ୍ବଲପୁରୀ ଦିନ ପାଳନ କରିବାକୁ ଆହ୍ୱାନ କରାଯାଇଛି ।

ସାମାଜିକ ଗଣମାଧ୍ୟମ ଜରିଆରେ  ସମ୍ବଲପୁରୀ ଦିନ୍ ପାଲନ ପାଇଁ  ଆହ୍ୱାନ  କରାଯାଇଛି । ଘରେ ରହି ସମ୍ବଲପୁରୀ ପିନ୍ଧବା। ସମ୍ବଲପୁରୀ ଖାଦ୍ୟ ପ୍ରସ୍ତୁତ କରି  ପରିବେଷଣ  କରିବା ,ସମ୍ବଲପୁରୀ  ନାଚଗୀତର ମଜା ନେବାକୁ ଅନୁରୋଧ କରାଯାଇଛି ।ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ ଓ ହସ ଖୁସି ରେ ପରିବାର ସହ ସମ୍ବଲପୁରୀ ଦିନ୍ ପାଳନ କରନ୍ତୁ ବୋଲି ପଶ୍ଚିମାଞ୍ଚଳର ନେତା ଠାରୁ କଳାକାର ପର୍ଯ୍ୟନ୍ତ ଆହ୍ୱାନ କରିଛନ୍ତି । 

ନିଜେ ସମ୍ବଲପୁରୀ ଦିନର ଶୁଭେଚ୍ଛା ଓ ଶୁଭକାମନା ବାର୍ତ୍ତା ଦେବା ସହ ସାମାଜିକ ଗଣମାଧ୍ୟମରେ ବନ୍ଧୁ ପରିଜନଙ୍କ ସହ ଉତ୍ସବକୁ ପାଳନ କରିବା ପାଇଁ ଆହ୍ୱାନ କରିଛନ୍ତି । ଚଳିତ ବର୍ଷ ଏହି ସମ୍ବଲପୁରୀ ଦିନରେ ଲୋକଙ୍କୁ ଯୋଡିବା ପାଇଁ ଓ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଅନଲାଇନରେ ସମ୍ବଲପୁରୀ ପିନ୍ଧନ୍ ଉଢ଼ନ୍, ସମ୍ବଲପୁରୀ କବିତା, ସମ୍ବଲପୁରୀ ନୃତ୍ୟ, ଏକକ ଅଭିନୟ, ଚିତ୍ରାଙ୍କନ, ରଙ୍ଗୋଲି ଭଳି ଅନେକ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ହଜାର ହଜାର ସଂଖ୍ୟାରେ ପ୍ରତିଯୋଗୀମାନେ ନିଜର ନିଜର ଫୋଟୋ ଏବଂ ଭିଡିଓ ଫେସବୁକ ଗ୍ରୁପରେ ପୋଷ୍ଟ କରି ପ୍ରତିଯୋଗିତାରେ ଭାଗ ନେଉଛନ୍ତି ।

ପଶ୍ଚିମ ଓଡ଼ିଶାର ରାଜନେତା, ଅଭିନେତା, କବି, ଲେଖକ, କଣ୍ଠଶିଳ୍ପୀ, ବୁଦ୍ଧିଜୀବୀ ଏବଂ ସମ୍ବଲପୁରୀ ପ୍ରେମୀ ଭିଡିଓ ବାର୍ତ୍ତା ଜରିଆରେ ଅନୁରୋଧ ଓ ଆହ୍ୱାନ କରୁଥିବାର ଦେଖିବାକୁ ମିଳିଛି ।