ପଞ୍ଚାୟତ ନିର୍ବାଚନରେ ପଛୁଆଙ୍କୁ ଉପେକ୍ଷା; ଚିଠା ସଂରକ୍ଷଣ ପୋଡ଼ିଲା ଓବିସି ମଞ୍ଚ
X

ପଞ୍ଚାୟତ ନିର୍ବାଚନରେ ପଛୁଆଙ୍କୁ ଉପେକ୍ଷା; ଚିଠା ସଂରକ୍ଷଣ ପୋଡ଼ିଲା ଓବିସି ମଞ୍ଚ

ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୬ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲାI  ସ୍ଥାନୀୟ ନାରୀସେବା ସଦନ ଠାରୁ ପ୍ରତିବାଦ ସଭାସ୍ଥଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଏକ ରାଲିରେ ଆସି ଓବିସିଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣରେ ଉପେକ୍ଷା କରାଯିବା ପ୍ରତିବାଦରେ ସ୍ଲୋଗାନ ଦେଇଥିଲେI 

ପଞ୍ଚାୟତ ନିର୍ବାଚନରେ ପଛୁଆଙ୍କୁ ଉପେକ୍ଷା; ଚିଠା ସଂରକ୍ଷଣ ପୋଡ଼ିଲା ଓବିସି ମଞ୍ଚ

ସମ୍ବଲପୁର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପଛୁଆବର୍ଗଙ୍କୁ ଉପେକ୍ଷା ପ୍ରତିବାଦରେ ଓବିସି ମଞ୍ଚ ଚିଠା ସଂରକ୍ଷଣ ପୋଡ଼ିଛିI ଆଗାମୀ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶିତ ଚିଠା ସଂରକ୍ଷଣ ତାଲିକା ସମ୍ପୂର୍ଣ୍ଣ ଭୁଲ ଏବଂ ଏହା ଅଗଣାତାନ୍ତ୍ରିକ ତଥା ଅସାମ୍ବିଧାନିକ ଅଟେ ବୋଲି ସମ୍ବଲପୁର ଜିଲ୍ଲା ଓବିସି ମଞ୍ଚ ପକ୍ଷରୁ ମଙ୍ଗଳବାର ଅନୁଷ୍ଠିତ ପ୍ରତିବାଦ ସଭାରେ ବକ୍ତାମାନେ ପ୍ରକାଶ କରିଥିଲେI 

ସମ୍ବଲପୁର ଜ଼ିଲ୍ଲା ଓବିସି ମଞ୍ଚ (OBC Manch) ଜିଲ୍ଲା ଆବାହକ ସରୋଜ ସାହୁଙ୍କ ପରିଚାଳନାରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓବିସି ମଞ୍ଚ ରାଜ୍ୟ ସଭାପତି ଶଙ୍କର ପାତ୍ର ଯୋଗଦେଇ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ସଂରକ୍ଷଣରେ ପଛୁଆବର୍ଗଙ୍କୁ ଉପେକ୍ଷା କରାଯିବାକୁ ନେଇ ସରକାରଙ୍କ ସଂରକ୍ଷଣ ନୀତିକୁ ଅସାମ୍ବିଧାନିକ ବୋଲି ପ୍ରକାଶ କରିଥିଲେI ଭାରତ ପରି ଏକ ଗଣତାନ୍ତ୍ରିକ ଦେଶରେ ଓଵିସିମାନେ ମୋଟ ଜନସଂଖ୍ୟାର ୫୨ ପ୍ରତିଶତରୁ ଅଧିକ ଥିବାବେଳେ ସେମାନଙ୍କୁ ସମ୍ବିଧାନ ୨୭ ପ୍ରତିଶତ ସଂରକ୍ଷଣ ପାଇଁ ଅଧିକାର ଦେଇଛିI ମାତ୍ର, ପଛୁଆବର୍ଗଙ୍କୁ ସାମ୍ବାଧାନିକ ନାର୍ଯ୍ୟ ଅଧିକାର ପ୍ରଦାନ କରିବାରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦୋମୁହାଁ ନୀତି ଅଵଲମ୍ବନ କରୁଛନ୍ତି ବୋଲି ପ୍ରକାଶ କରିଥିଲେ I 

Also Read: କମଲାନାଲିରେ ନବୀନଙ୍କ ବିକାଶ ଜଳଜଳ; ନାଳ ରାସ୍ତା ପାଇଁ ବାଟରେ ଅଟକିଲା ଆମ୍ବୁଲାନ୍ସ, ଝିଅ ମୃତ

ଓବିସି ମଞ୍ଚ ଜାତୀୟ ସଭାପତି ଡ଼.ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ଯୋଗଦେଇ ସମସ୍ତ ପଛୁଆବର୍ଗ ସଂଙ୍ଗଠିତ ହୋଇ କାର୍ଯ୍ୟ କରିବା ଏବଂ ହକ ହାସଲ ପାଇଁ ଏଭଳି କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ଆହ୍ୱାନ କରିଥିଲେI ବରିଷ୍ଠ ଓବିସି କର୍ମୀ ସିମାଞ୍ଚଳ ଖଟେଇ ଜିଲ୍ଲାରେ ପ୍ରକାଶିତ ଚିଠା ସଂରକ୍ଷଣ ତାଲିକାରେ ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତ ସମିତି ଅଧକ୍ଷ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ଆସନରେ ପଛୁଆ ବର୍ଗ (ଓବିସି) ଙ୍କ ପ୍ରତି ସରକାର ଘୋର ଅଣଦେଖା କରିଥିବା ପ୍ରକାଶ କରି ଏହା ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେI ଏହି ଅବସରରେ ଜିଲ୍ଲାରେ ବସବାସ କରୁଥିବା ପଛୁଆବର୍ଗର ପ୍ରାୟ ସମସ୍ତ ଜିଲ୍ଲାସ୍ତରୀୟ କର୍ମକର୍ତ୍ତା ଯୋଗଦେଇ ସେମାନଙ୍କର ଏହି ପ୍ରତିବାଦରେ ସମର୍ଥନ ଥିବା ପ୍ରକାଶ କରିବା ସହିତ ପଛୁଆବର୍ଗଙ୍କୁ ଅବହେଳାକୁ ବରଦାସ୍ତ କାରାଯିବ ନାହିଁ ବୋଲି ମତ ପ୍ରକାଶ କରିଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ୬ ଦଫା ଦାବି ପତ୍ର ପ୍ରଦାନ କରାଯାଇଥିଲାI  ସ୍ଥାନୀୟ ନାରୀସେବା ସଦନ ଠାରୁ ପ୍ରତିବାଦ ସଭାସ୍ଥଳୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପର୍ଯ୍ୟନ୍ତ ଏକ ରାଲିରେ ଆସି ଓବିସିଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣରେ ଉପେକ୍ଷା କରାଯିବା ପ୍ରତିବାଦରେ ସ୍ଲୋଗାନ ଦେଇଥିଲେI ଏହାପରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ଚିଠାକୁ ଓବିସି କର୍ମୀମାନେ ପୋଡି ଦେଇ ତୀବ୍ର ବିରୋଧ କରିଥିଲେI ଏହି ସଭାରେ ଜ଼ିଲ୍ଲାର ପଛୁଆବର୍ଗର ପ୍ରମୁଖ ସମସ୍ତ ଜାତି ସମାଜର ଶତାଧିକ ରାଜ୍ୟ ତଥା ଜ଼ିଲ୍ଲା ସ୍ତରୀୟ କର୍ମକର୍ତ୍ତାଗଣ ସାମିଲ ରହିଥିଲେ I

 

 

 

 

 

 

 

 

 

Trending news