• ପଂଚାୟତ ନିର୍ବାଚନ ପୂର୍ବରୁ ଦକ୍ଷିଣାଞ୍ଚଳରେ ଭୁଶୁଡ଼ିଛି କଂଗ୍ରେସ ଦୁର୍ଗ
  • ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ହେଲ୍‌ଥ୍‌ କାର୍ଡ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ମହାଲିଙ୍ଗ ସନ୍‌ସାଇନ୍‌ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା
  • ଭବାନୀପାଟଣା ସ୍ଥିତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଘରକୁ ଅଣ୍ଡାମାଡ଼
  • ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଣ୍ଡାମାଡ଼ କଲେ ଯୁବ କଂଗ୍ରେସ କର୍ମୀ
  • ମାମଲାରେ ମନ୍ତ୍ରୀଙ୍କ ନାଁ ଆସିଥିବାରୁ ଦିବ୍ୟଶଙ୍କରଙ୍କ ଇସ୍ତଫା ଦାବି
  • ପିଲାଙ୍କୁ ଟିକା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା
  • ପିଲାମାନଙ୍କୁ ୨ଟି ଡୋଜରେ ଟିକାକରଣ କରିବା ପାଇଁ ପରାମର୍ଶ ଅଛି
  • ଏନେଇ ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂରେ ତାଲିମ ଦିଆଯିବ
  • ଯେଉଁ ସମୟରେ ନିର୍ଦ୍ଦେଶ ଆସିବ ତୁରନ୍ତ ଟିକାକରଣ କାର୍ଯ୍ୟ ଆରମ୍ଭ କରିବୁ

ସମ୍ବଲପୁରରେ ଲକ୍ଷ୍ମୀପୁର ଚାଷୀ ହତ୍ୟା ଘଟଣାର ପ୍ରତିବାଦ

ଉତ୍ତର ପ୍ରଦେଶ (Uttar Pradesh) ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରୋଗ୍ରେସିଭ ସମ୍ବଲପୁର ଦାବି କରିଛି। ପ୍ରୋଗ୍ରେସିଭ ସମ୍ବଲପୁର (Sambalpur) ର ସଚେତନ ନାଗରିକ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କ ଏଭଳି ଆମାନବୀୟ କାର୍ଯ୍ୟକୁ ନିନ୍ଦା କରିଥିଲେ।

ସମ୍ବଲପୁରରେ ଲକ୍ଷ୍ମୀପୁର ଚାଷୀ ହତ୍ୟା ଘଟଣାର ପ୍ରତିବାଦ
ସମ୍ବଲପୁରରେ ଲକ୍ଷ୍ମୀପୁର ଚାଷୀ ହତ୍ୟା ଘଟଣାର ପ୍ରତିବାଦ

ସମ୍ବଲପୁର: ଉତ୍ତର ପ୍ରଦେଶର ଲକ୍ଷ୍ମୀମପୁର ଖେରୀ ଚାଷୀ ହତ୍ୟା ଘଟଣାକୁ ନେଇ ସମ୍ବଲପୁରରେ ସମ୍ବେଦନକା ଦେଖାଦେଇଛି। ପ୍ରୋଗ୍ରେସିଭ ସମ୍ବଲପୁର ତରଫରୁ ଶୁକ୍ରବାର ସନ୍ଧ୍ୟାରେ କେଣ୍ଡେଲ ଜଳାଇ ପ୍ରତିବାଦ କରାଇଛି। ଜିଏମ ୟୁନିଭରସିଟି ସମ୍ମୁଖରେ ସ୍ବେଚ୍ଛାସେବୀ ସଂଗଠନ ପକ୍ଷ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇ ମୃତ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।

ପ୍ରୋଗ୍ରେସିଭ ସମ୍ବଲପୁର (Progresive Sambalpur) ତରଫରୁ ଲକ୍ଷ୍ମୀପୁର ଖେରୀ (Lakhimpur Keri) ଠାରେ ଚାଷୀଙ୍କୁ ଗାଡି ଚଢ଼ାଉ ମାରିଦେବା ଘଟଣାକୁ ନିନ୍ଦା କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଆୟୋଜିତ କାର୍ଯ୍ୟକ୍ରମରେ ଚାଷୀ, ଚାଷୀ ନେତା, ସ୍ବେଚ୍ଛାସେବୀ, ବୁଦ୍ଧିଜୀବୀ, ଶ୍ରମିକ ନେତା ଓ ବିଭିନ୍ନ ରାଜନୈତିକ ଦଳର ନେତା ତଥା ଛାତ୍ରମାନେ ସାମିଲ ହୋଇ ଥିଲେ। ସେମାନେ କେନ୍ଦ୍ର ସରକାର ଓ ୟୁପି ରାଜ୍ୟ ସରକାର ବିରୋଧୀ ନାରା ଦେଇଥିଲେ।

Also Read: ସଶକ୍ତ ନାରୀ ସହ ଅନୁଭବଙ୍କ ଡିନର୍

ଉତ୍ତର ପ୍ରଦେଶ (Uttar Pradesh) ଘଟଣାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରୋଗ୍ରେସିଭ ସମ୍ବଲପୁର ଦାବି କରିଛି। ପ୍ରୋଗ୍ରେସିଭ ସମ୍ବଲପୁର (Sambalpur) ର ସଚେତନ ନାଗରିକ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଭାଗ ନେଇ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କ ଏଭଳି ଆମାନବୀୟ କାର୍ଯ୍ୟକୁ ନିନ୍ଦା କରିଥିଲେ। କେନ୍ଦ୍ର ସରକାରଙ୍କ ତିନି କଳା କୃଷି ଆଇନ (Farm Law) କୁ ମଧ୍ୟ ବିରୋଧ କରାଯାଇଥିଲା। ଏହି ତିନୋଟି କଳା କୃଷି ଆଇନକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରନ୍ତୁ ବୋଲି ସ୍ଲୋଗାନ ମାଧ୍ୟମରେ ବିରୋଧ ପ୍ରଦର୍ଶନ କରାଯାଇଥିଲା।