• ବାତ୍ୟା ‘ଗୁଲାବ’ ପ୍ରଭାବରେ କୌଣସି ବଡ଼ କ୍ଷୟକ୍ଷତି ବି ହୋଇନାହିଁ
  • ‘ଜିଲ୍ଲାପାଳମାନଙ୍କୁ ୫ ଦିନରେ କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ
  • ମାଲକାନଗିରିରେ ବର୍ଷା ଜାରି ରହିଛି, 50 ରୁ 60 ଗଛ ଭାଙ୍ଗିଛି
  • କୋରାପୁଟର ସୁଙ୍କି ଘାଟିରେ ଭୁସ୍ଖଳନ ଯୋଗୁ ରାସ୍ତା ଅବରୋଧ
  • ବାତ୍ୟା ଗୁଲାବ କ୍ଷୟକ୍ଷତି ନେଇ SRC ପ୍ରଦୀପ ଜେନାଙ୍କ ପ୍ରେସମିଟ୍
  • ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ ଦଳାଙ୍ଗରେ ଧସିଲା ଗେଙ୍ଗୁଟି ନଦୀର ବନ୍ଧ
  • ବନ୍ଦ ହେଲା ସମ୍ବଲପୁର ହୀରାକୁଦ ଜଳଭଣ୍ଡାରର ସମସ୍ତ ଗେଟ୍‌
  • ଦେଶରେ ଦିନକରେ ୨୬,୦୪୧ ପଜିଟିଭ ଚିହ୍ନଟ; ୨୭୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୪୪୪ ସଂକ୍ରମିତ ଚିହ୍ନଟ
  • ରାଜ୍ୟରେ ପୁଣି ୫ କରୋନା ରୋଗୀ ଆଖି ବୁଜିଲେ

ଖୋଲିଲା ସମଲେଶ୍ୱରୀ ମନ୍ଦିର, ସପ୍ତାହକୁ ଗୋଟିଏ ଦିନ ବନ୍ଦ

ସମଲେଶ୍ୱରୀ ମନ୍ଦିରରେ ଭକ୍ତ ଧାଡିରେ ଆସି ବାହାରେ ଦୀପ ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ବାଟରେ ମାସ୍କ ଦେଖାଯାଉଛି ଓ ସାନିଟାଇଜେଶନ କରାଯାଉଛି। 

ଖୋଲିଲା ସମଲେଶ୍ୱରୀ ମନ୍ଦିର, ସପ୍ତାହକୁ ଗୋଟିଏ ଦିନ ବନ୍ଦ
ଖୋଲିଲା ସମଲେଶ୍ୱରୀ ମନ୍ଦିର, ସପ୍ତାହକୁ ଗୋଟିଏ ଦିନ ବନ୍ଦ

ସମ୍ବଲପୁର: କୋଭିଡ କଟକଣାକୁ ଅନୁପାଲନ କରି ଆଜି ଖୋଲିଛି ମା ସମଲେଶ୍ବରୀଙ୍କ ମନ୍ଦିର। ଆଜି ଠାରୁ ସାଧାରଣ ଭକ୍ତଙ୍କ ପାଇଁ ସମଲେଶ୍ୱରୀ ମନ୍ଦିର ଦ୍ୱାର ଫିଟିଛି। କୋଭିଡ କଟକଣା ଯୋଗୁ ଦୀର୍ଘ ଦିନ ହେଲା ମନ୍ଦିର ବନ୍ଦ ରହିଥିବା ବେଳେ ବର୍ତ୍ତମାନ କୋଭିଡ ସ୍ଥିତି ସୁଧୁରିଥିବାରୁ ମନ୍ଦିର ଖୋଲିବାକୁ ଜିଲ୍ଲା ପ୍ରଶାସନ ଓ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ତେବେ ମନ୍ଦିର ପ୍ରବେଶ  ସମୟରେ ମାସ୍କ ପରିଧାନ, ସମାଜିକ ଦୂରତ୍ୱ, ସେନିଟାଇଜର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି।

ସମଲେଶ୍ୱରୀ ମନ୍ଦିରରେ ଭକ୍ତ ଧାଡିରେ ଆସି ବାହାରେ ଦୀପ ଦେଇ ମନ୍ଦିରକୁ ପ୍ରବେଶ କରୁଛନ୍ତି। ବାଟରେ ମାସ୍କ ଦେଖାଯାଉଛି ଓ ସାନିଟାଇଜେଶନ କରାଯାଉଛି। ତାପରେ ମା'ଙ୍କର ଦର୍ଶନ କରୁଛନ୍ତି ଭକ୍ତ। ଅନ୍ୟପଟେ ବାହାରକୁ ପ୍ରସ୍ଥାନର ବ୍ୟବସ୍ଥା କରିଛି ଟ୍ରଷ୍ଟ। ସପ୍ତାହକୁ ଗୋଟିଏ ଦିନ ସୋମବାର ଦିନ ମନ୍ଦିରକୁ ବିଶୋଧନ ପାଇଁ ବନ୍ଦ କରାଯିବ ବୋଲି ଟ୍ରଷ୍ଟ ତରଫରୁ ନିଷ୍ପତ୍ତି ନିଆଯାଇଛି। ସାଧାରଣ ଭକ୍ତଙ୍କ ଦର୍ଶନ ନିମନ୍ତେ ମଙ୍ଗଳବାର ଠାରୁ ରବିବାର ପର୍ଯ୍ୟନ୍ତ ସମଲେଶ୍ବରୀ ମନ୍ଦିର ଖୋଲା ରହିବ। ସକାଳ ଛଅଟାରୁ ସାଢ଼େ ଏଗାର ଏବଂ ମଧ୍ୟାହ୍ନ ୩ଟାରୁ ସନ୍ଧ୍ୟା ସାଢ଼େ ସାତଟା ପର୍ଯ୍ୟନ୍ତ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଖୋଲା ରହିବ। 

Also Read: India Book Of Recordsରେ ସମ୍ବଲପୁରର କୁନି ଗାଳ୍ପିକ ଆହାନ୍

ବହୁ ଦିନରୁ ମା'ଙ୍କର ସମ୍ମୁଖ ଦର୍ଶନରୁ ବଂଚିତ ରହିଛନ୍ତି ଭକ୍ତ। ମନରେ ରହିଥିଲା ଉଦାସ ଭାବ।ଆଜି  ମନ୍ଦିର ଖୋଲିଥିବା କାରଣରୁ ଖୁସି ବ୍ୟକ୍ତ କରିଛନ୍ତି ଭକ୍ତ। ବାହାର ଦର୍ଶନ ବନ୍ଦ ହୋଇ ଏଥର ସମ୍ମୁଖ ଦର୍ଶନ କରୁଛନ୍ତି ଭକ୍ତ। ପୂଜକମାନେ ମଧ୍ୟ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରୁଛନ୍ତି। ଟ୍ରଷ୍ଟ ବୋର୍ଡର ନିଷ୍ପତ୍ତି ଅନୁଯାୟୀ ସମସ୍ତ ଦର୍ଶନ ବ୍ୟବସ୍ଥା କରାଯାଇଛି ବୋଲି କୁହାଯାଇଛି। ମନ୍ଦିର (Samalwswari Temple)  ଭିତରକୁ ପ୍ରସାଦ ଯିବାକୁ ବାରଣ କରାଯାଇଛି। ଖାଲି ଭକ୍ତ ଯାଇ ମାଆଙ୍କ ଦର୍ଶନ ସାରି ଆସିବେ ବୋଲି ନିର୍ଦେଶ ଜାରି କରାଯାଇଛି। ସମସ୍ତ ବ୍ୟବସ୍ଥା ଆସ୍ତେ ଆସ୍ତେ ସାମାନ୍ୟ ହେବ ବୋଲି ଆଶା କରିଛନ୍ତି ପୂଜକଙ୍କ ସହ ଭକ୍ତ। ଜଗତରୁ କୋରୋନା (Coronavirus) ଦୂରୀଭୂତ ହେଉ ଏହି ଆଶା ନେଇ ସାଧାରଣ ଭକ୍ତ ମା'ଙ୍କ ଠାରେ ଗୁହାରି ଜଣାଉଛନ୍ତି।