ସଂକଳ୍ପ ପକ୍ଷରୁ ୫୦ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନ

ସାମାଜିକ ଅନୁଷ୍ଠାନ "ସଂକଳ୍ପ" ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ୫୦ ଜଣ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି।

ସଂକଳ୍ପ ପକ୍ଷରୁ ୫୦ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନ
ସଂକଳ୍ପ ପକ୍ଷରୁ ୫୦ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନ

ସମ୍ବଲପୁର: ସାମାଜିକ ଅନୁଷ୍ଠାନ "ସଂକଳ୍ପ" ପକ୍ଷରୁ ପବିତ୍ର ଗୁରୁ ଦିବସ ଅବସରରେ ୫୦ ଜଣ ଆଦର୍ଶ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି। ଅନୁଷ୍ଠାନର କାର୍ଯ୍ୟକ୍ରମ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ସଂକଳ୍ପର ସଭାପତି ଡାକ୍ତର ପ୍ରଭାସ ଦେବତା ଅନୁଷ୍ଠାନର ଉଦେଶ୍ୟ ତଥା ସଂକଳ୍ପ ବିଷୟରେ କହିଥିଲେ।
 
ଗୁରୁ ଦିବସର ଶୁଭ ଅବସରରେରେ ସମ୍ବଲପୁରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଆଦର୍ଶ ଶିକ୍ଷକ ଭାବରେ କାର୍ଯ୍ୟ କରିଥିବା ବ୍ୟକ୍ତିତ୍ୱଙ୍କୁ ଉପଢୌକନ ଓ ମାନପତ୍ର ଦେଇ ପୂଜାର୍ଚ୍ଚନା ପୂର୍ବକ ସମ୍ମାନିତ କରାଯାଇଥିଲା। ଏହାସହ ସମ୍ବଲପୁରର ବିଶିଷ୍ଟ ସାହିତ୍ୟ ସାଧକ  ଗୀତିକାର ବିନୋଦ ପଶାୟତଙ୍କୁ ଓଡିଶା ସଂଗୀତ ନାଟକ ଏକାଡେମୀ ତରଫରୁ ସାରଦା ପ୍ରସନ୍ନ ସମ୍ମାନ' ୨୦୧୯ ପାଇଥିବାରୁ ଅନୁଷ୍ଠାନ ପକ୍ଷରୁ ବିଶେଷ ସମ୍ବର୍ଦ୍ଧନା ଦିଆଯାଇଥିଲା।

Also Read: TATA Powerର ମନମୁଖୀ କାର୍ଯ୍ୟକଳାପକୁ ବିଜେପିର ବିରୋଧ, ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରାଉ