• ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ୨୬-୨୭ରେ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ
  • ରୁଷିକୂଲ୍ୟା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା
  • ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି : SRC
  • ଆସନ୍ତାକାଲି ସଂଧ୍ୟା ସୁଦ୍ଧା କଳିଙ୍ଗପାଟନମ ନିକଟ ଉପକୂଳରେ ବାତ୍ୟା ମାଡ଼ ହେବା ଆଶଙ୍କା
  • ସମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୯୪ ସୁସ୍ଥ
  • ରାଜ୍ୟରେ ୨୪ ଘଣ୍ଟାରେ ୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ ବୋଟ ଓଲଟିବା ଘଟଣା
  • ହାତୀ ଓ ନିଖୋଜ ଓଡ୍ରାଫ ଯବାନଙ୍କ ମିଳୁନି ପତ୍ତା

Odisha Lockdown: ସମ୍ବଲପୁରରେ ସ୍ଥିତି ପରଖିଲେ ଜିଲ୍ଲା ପୋଲିସ ମୁଖିଆ

ଆଜି ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି। ଗତ ୨୪ ଘଣ୍ଚାରେ ୪୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତଥାପି ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରାଣାଧିନକୁ ଆସିନାହିଁ। ସେପଟେ ଖୋଦ ଏସପି ବାତୁଲା ଗଙ୍ଗାଧର ବିଭିନ୍ନ ବଜାର ଓ ଛକକୁ ଯାଇ ସ୍ଥିତି ପରଖିଛନ୍ତି।

Odisha Lockdown: ସମ୍ବଲପୁରରେ ସ୍ଥିତି ପରଖିଲେ ଜିଲ୍ଲା ପୋଲିସ ମୁଖିଆ
Odisha Lockdown: ସମ୍ବଲପୁରରେ ସ୍ଥିତି ପରଖିଲେ ଜିଲ୍ଲା ପୋଲିସ ମୁଖିଆ

ସମ୍ବଲପୁର: ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି ଭୟାବହ ହେଉଛି। ଆଜି ସମ୍ବଲପୁର ଜିଲ୍ଲାରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୫୦୦ ତଳକୁ ଖସିଛି। ଗତ ୨୪ ଘଣ୍ଚାରେ ୪୫୪ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତଥାପି ଜିଲ୍ଲାରେ କୋରୋନା ସଂକ୍ରମଣ ନିୟନ୍ତ୍ରାଣାଧିନକୁ ଆସିନାହିଁ। ସେପଟେ ଖୋଦ ଏସପି ବାତୁଲା ଗଙ୍ଗାଧର ବିଭିନ୍ନ ବଜାର ଓ ଛକକୁ ଯାଇ ସ୍ଥିତି ପରଖିଛନ୍ତି।

ବର୍ତ୍ତମାନ ରାଜ୍ୟରେ ୧୪ ଦିନିଆ ଲକଡାଉନ (Lockdown) ଲାଗିଛି। ସମସ୍ତ ଜିଲ୍ଲାରେ ସକାଳ ୬ରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୈନନ୍ଦିନ ପନିପରିବା ବଜାର (Daily market) ଗୁଡିକ ଖୋଲା ରହୁଛି। ସାଧାରଣ ଲୋକେ ଚାଲି ଚାଲି ଆସି ବଜାର କରୁଛନ୍ତି। କିନ୍ତୁ ସମ୍ବଲପୁର (Sambalpur) ରେ ସଂକ୍ରମଣ ହାର ଅଧିକ ରହୁଛି। ସେଥିପାଇଁ ଗତକାଲି ଏସପିଙ୍କ ସହ ଏକ ଟିମ୍ ସହରରେ ଥିବା ବିଭିନ୍ନ ପନିପରିବା ବଜାର ସହ ଛକ ଗୁଡିକରେ ସ୍ଥିତି ଅନୁଧ୍ୟାନ କରିଥିଲେ।

Also Read: କୋରନାକୁ ମାତ ଦେବ କଳାହାଣ୍ଡି; ଦ୍ୱିତୀୟ କୋଭିଡ୍ ହସ୍ପିଟାଲକୁ ମିଳିଲା ଅନୁମତି

ସାମାଜିକ ଦୂରତା ଅବଲମ୍ବନ ସହ କୋଭିଡ ଗାଇଡଲାଇନକୁ ସମସ୍ତେ କଡାକଡି ଭାବରେ ପାଳନ କରୁଛନ୍ତି କି ନାହିଁ ସେ ବାବଦରେ ଜିଲ୍ଲା ପୋଲିସ ମୁଖିଆ (Batula Gangadhar) ତଦାରଖ କରିଥିଲେ। ଏହା ସହ ସମସ୍ତଙ୍କୁ ରାଜ୍ୟ ସରକାରଙ୍କ କୋଭିଡ ଗାଇଡ଼ଲାଇନ (Covid Guidelines) କୁ ପାଳନ କରିବା ପାଇଁ ସଚେତନ କରିଥିଲେ। ତାଙ୍କ ସହ ଏସଡିପିଓ ତପନ ମହାନ୍ତି ଓ ବିଭିନ୍ନ ଥାନାଧିକାରୀ ଉପସ୍ଥିତ ରହିଥିଲେ।