• କାଲିଠୁ ରାଜ୍ୟରେ ଟିକାକରଣର ବଡ଼ ଅଭିଯାନ
  • ୨ ହଜାର ଟିକା କେନ୍ଦ୍ରରେ ଦିନକୁ ୩ ଲକ୍ଷ ଟିକା ଦେବା ଲକ୍ଷ୍ୟ
  • ବିନା ପୂର୍ବ ପଞ୍ଜୀକରଣରେ ସିଧାସଳଖ ନେଇପାରିବେ ଟିକା
  • ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ଫାଇନାଲ
  • ପ୍ରଥମ ଇଂନିସରେ ୨୧୭ ରନରେ ଭାରତ ଅଲଆଉଟ
  • ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
  • ସକାଳ ୮ଟା ୩୦ରେ ଆରମ୍ଭ ହେବ ପହଣ୍ଡି
  • ଅପରାହ୍ନ ୨ଟାରେ ଛେରା ପହଁରା, ୩ଟାରେ ରଥଟଣା
  • ସୁନାବେଶ ଓ ନିଳାଦ୍ରୀ ବିଜେ ପାଇଁ ନୀତିନିର୍ଘଣ୍ଟ
  • ବାହୁଡା ଯାତ୍ରା ପାଇଁ ନୀତିନିର୍ଘଣ୍ଟ,ଜୁଲାଇ ୨୦ରେ ହେବ ବାହୁଡା ଯାତ୍ରା

ସ୍ୱର ବଦଳାଇଲେ ନର୍ସ; କଣ ରହିଛି ଭିତିରି ରହସ୍ୟ?

କୋଭିଡ ଆକ୍ରାନ୍ତ ନର୍ସଙ୍କୁ ଓଭରଡୋଜ ମେଡ଼ିସିନ ଦେବା ନେଇ ବେଶ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ମଧ୍ୟ ରାତ୍ରରେ କୋଭିଡ ହସ୍ପିଟାଲ ୧ ଭିତରକୁ ଧସେଇ ପଶିଥିଲେ ଶତାଧିକ ଲୋକ।

ସ୍ୱର ବଦଳାଇଲେ ନର୍ସ; କଣ ରହିଛି ଭିତିରି ରହସ୍ୟ?
ଡିଜାଇନ ଫଟୋ

ସମ୍ବଲପୁର: ସ୍ୱର ବଦଳାଇଲେ ନର୍ସ, କଣ ରହିଛି ଭିତିରି ରହସ୍ୟ? ଗତମାସ ୧୮ ତାରିଖରେ ବୁର୍ଲା ଭିମସାର କୋଭିଡ ହସ୍ପିଟାଲ ୧ରେ  ଜଣେ କୋଭିଡ ଆକ୍ରାନ୍ତ ନର୍ସଙ୍କୁ ଓଭରଡୋଜ ମେଡ଼ିସିନ ଦେବା ନେଇ ବେଶ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହି ସମୟରେ ମଧ୍ୟ ରାତ୍ରରେ କୋଭିଡ ହସ୍ପିଟାଲ ୧ ଭିତରକୁ ଧସେଇ ପଶିଥିଲେ ଶତାଧିକ ଲୋକ। ଜଣେ କୋଭିଡ ଆକ୍ରାନ୍ତଙ୍କୁ ନର୍ସଙ୍କୁ ଭୁଲ ଇଂଜେକସନ ଦିଆଯାଉଥିବା ଅଭିଯୋଗ ପରେ ଉତ୍ୟକ୍ତ ହୋଇଥିଲେ ପରିବାର ଲୋକ। 

ସମ୍ପୃକ୍ତ କୋଭିଡ ଆକ୍ରାନ୍ତ ତାଙ୍କୁ ଜୋର ଜବରଦସ୍ତି ଭୁଲ ଇଂଜେକସନ ଦିଆଯାଉଥିବା ଭଳି ସାଙ୍ଘାତିକ ଅଭିଯୋଗ କରିଥିଲେ। ସେତେବେଳେ ପରିସ୍ଥିତିକୁ ଦେଖି ନର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା। କିନ୍ତୁ ଆଜି ସମ୍ପୃକ୍ତ ମହିଳା ତାଙ୍କର ସ୍ୱର ବଦଳାଇଲେ। ସେ ସମୟରେ ଯାହା ବି ହୋଇଥିଲା ଏହା ମିସଅଣ୍ଡରଷ୍ଟାଣ୍ଡିଙ୍ଗ ଓ ମିସକମ୍ୟୁନିକେସନ ଯୋଗୁଁ ହୋଇଥିବା ବୋଲି ସେ ଏକ ଭିଡ଼ିଓ ଜାରି କରି କହିଛନ୍ତି।

Also Read: କୋରୋନା ଆକ୍ରାନ୍ତ ନର୍ସଙ୍କୁ ଭୁଲ ଇଞ୍ଜେକସନ୍ ଦିଆଯାଇଥିବା ଅଭିଯୋଗ

ମହିଳାଙ୍କ ଭିଡ଼ିଓକୁ ନେଇ ତୁମ୍ବିତୋଫାନ ସୃଷ୍ଟି ହୋଇଥିଲା। ରାଜ୍ୟ ସରକାର ଓ ଭିମସାରକୁ ବଦନାମ କରିବା ପାଇଁ ମହିଳା ଜଣଙ୍କ ପ୍ରୟାସ କରିଥିଲେ କି ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।। ସେଦିନ ଦୋଷୀ ନର୍ସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଭିଡ ହସ୍ପିଟାଲରେ ଉତ୍ତେଜନା ଲାଗିରହିଥିଲା। ବର୍ତ୍ତମାନ ସମ୍ପୃକ୍ତ ନର୍ସ ତାଙ୍କ ସ୍ୱର ବଦଳାଇଛନ୍ତି।  ତେବେ କାହିଁକି ଓ କାହା ନିର୍ଦେଶରେ ସରକାରଙ୍କୁ ଓ ଭିମସାରକୁ ବଦନାମ କରିଥିଲେ ସମ୍ପୃକ୍ତ ମହିଳା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।