• ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ ।ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା
  • ରାଜ୍ୟ ରାଜଧାନୀରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • ୩ଟି ରୁଟ ଦେଇ ଆରମ୍ଭ ହେଲା ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ।
  • ୧୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଟ୍ରାକ୍ଟର ସାମିଲ ।
  • ଲଦାଖରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ । ଭାରତୀୟ ସେନା ପାଳିଲା ଗଣତନ୍ତ୍ର ଦିବସ ।
  • ହିମାଳୟରେ ପତାକା ଉଡ଼ାଇଲେ ଓଡ଼ିଆ ଯୁବକ । ହିମାଳୟର ଦୟାରା ବୁଗ୍ୟାଲରେ ଉଡ଼ାଇଲେ ପତାକା ।
  • ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମା ଚରମ ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।

'ଦୁଷ୍କର୍ମ ଅଭିଯୋଗ ମନଗଢା କାହାଣୀ'

ବିଶ୍ୱବିଦ୍ୟାଳୟର କିଛି ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା (Sextual Harassments)ଓ ଅସଦାଚରଣ କରୁଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ପ୍ରଥମେ ପୋଲିସ ଏହି ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭୂବନେଶ୍ୱରରୁ ଆସିଥିବା ଉଚ୍ଚସ୍ତରୀୟ କମିଟି ସହ ମିସି ମାମଲାର ତଦନ୍ତ କରିଥିଲା।

'ଦୁଷ୍କର୍ମ ଅଭିଯୋଗ ମନଗଢା କାହାଣୀ'
'ଦୁଷ୍କର୍ମ ଅଭିଯୋଗ ମନଗଢା କାହାଣୀ'

ଅଜୟ ନାଥ, ସମ୍ବଲପୁର: ଦୀର୍ଘ ୧୦ ମାସ ପରେ ମୁହଁ ଖୋଲିଲେ ଭିସୁଟ କୁଳପତି ଅଟଳ ଚୌଧୁରୀ। ଉଚ୍ଚସ୍ତରୀୟ କମିଟର କ୍ଲିନ ଚିଟ୍ ପରେ ସେ ତାଙ୍କ ବିରୁଦ୍ଧରେ ଆସିଥିବା ଯୌନ ନିର୍ଯାତନା ଅଭିଯୋଗ ଉପରେ ମନ୍ତବ୍ୟ ରଖିଛନ୍ତି। ପ୍ରତିଶୋଧ ପରାୟଣ ହୋଇ ଭିସୁଟର ପୂର୍ବତନ କର୍ମଚାରୀ ଅଭିଯୋଗ ଆଣିଥିବା କହିଛନ୍ତି। 

ଗତବର୍ଷ ମାର୍ଚ୍ଚରେ ଭିସୁଟ (Veer Surendra Sai University of Technology) କୁଳପତି ଅଟଳ ଚୌଧୁରୀ (Prof.Atal Chaudhury) ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆସିଥିଲା। ବିଶ୍ୱବିଦ୍ୟାଳୟର କିଛି ମହିଳା କର୍ମଚାରୀଙ୍କୁ ଯୌନ ନିର୍ଯ୍ୟାତନା (Sextual Harassments)ଓ ଅସଦାଚରଣ କରୁଥିବା ନେଇ ଥାନାରେ ଏତଲା ଦିଆଯାଇଥିଲା। ପ୍ରଥମେ ପୋଲିସ ଏହି ଅଭିଯୋଗକୁ ଗୁରୁତ୍ୱ ଦେଇନଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଭୂବନେଶ୍ୱରରୁ ଆସିଥିବା ଉଚ୍ଚସ୍ତରୀୟ କମିଟି ସହ ମିସି ମାମଲାର ତଦନ୍ତ କରିଥିଲା। 

Also Read: ନିଷ୍ପ୍ରଭାବ 5T! ଦିନ ସାଢେ ଏଗାରଟା ଯାଏଁ ବାବୁଙ୍କ ଦେଖାନାହିଁ

ତେବେ ମାସେ କାଳ ହୋଇଥିବା ତଦନ୍ତରେ କୁଳପତି (VSSUT VC)ଙ୍କୁ ଉଚ୍ଚସ୍ତରୀୟ କମିଟି କ୍ଲିନ ଚିଟ୍ ଦେଇଛି। ପୂର୍ବରୁ ନିଲମ୍ବିତ ହୋଇଥିବା କର୍ମଚାରୀ ଷଡଯନ୍ତ୍ର କରି ମହିଳାଙ୍କ ମାଧ୍ୟମରେ ଏଭଳି ଅଭିଯୋଗ ଆଣିଥିବା ତଦନ୍ତ ବେଳେ ଜଣାପଡିଛିଷ ସେପଟେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ଅଭିଯୋଗକାରିଣୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ  ବୋଲି କୁଳପତି ଅଟଳ ଚୌଧୁରୀ କହିଛନ୍ତି।

ସୂଚନାଯୋଗ୍ୟ, ୨୦୧୮ ଜାନୁଆରୀରେ ଭିସୁଟର ନୂଆ କୁଳପତି ଭାବେ ପ୍ରଫେସର ଅଟଳ ଚୌଧୁରୀ ନିଯୁକ୍ତ ହୋଇଥିଲେ। ସେତେବେଳଠୁ ତାଙ୍କୁ ବିଶ୍ୱବିଦ୍ୟାଳୟର କିଛି କର୍ମଚାରୀ ତାଙ୍କୁ ବିରୋଧ କରୁଥିଲେ। ୨୦୧୯ରେ ପ୍ରଫେସର ଚୌଧୁରୀଙ୍କ ବଦଳି ଦାବି ପାଇଁ ଧାରଣା ଦିଆଯାଇଥିଲା। ପରେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ବିଶୃଙ୍ଖଳା ଅଭିଯୋଗରେ ସେହି ବର୍ଷ ଅଗଷ୍ଟରେ ନିଲମ୍ବିତ କରାଯାଇଥିଲା। ଆଉ ସେମାନଙ୍କ ମଧ୍ୟରୁ ଜଣେ ପରିକଳ୍ପିତ ଯୋଜନା କରି କୁଳପତିଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଷଡଯନ୍ତ୍ର ରଚିଥିଲେ ବୋଲି ତଦନ୍ତରୁ ଜଣା ପଡିଛି।