• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ସ୍କୁଲ ଖୋଲିଦେଲେ ସମ୍ଭାଳିପାରିଲେନି, ବନ୍ଦ ନିଷ୍ପତ୍ତିରେ ବିରୋଧର ବହ୍ନି

ବିଦ୍ୟାଳୟ ମିଶ୍ରଣ (School Merge up) ପର୍ବକୁ ନେଇ ବଢୁଛି ଅସନ୍ତୋଷ । ଆବଶ୍ୟକ ପିଲା ଅଭାବରୁ ସରକାରୀ ବିଦ୍ୟାଳୟ ବନ୍ଦ (Governement School) କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର (State Government) । ଏନେଇ ୨୦୧୮ ମସିହାରୁ ପ୍ରକ୍ରିୟା ଚାଲିଥିବା ବେଳେ ଚଳିତ ବର୍ଷ ଚୂଡାନ୍ତ ରୂପରେଖ ଲାଗି ପଦକ୍ଷେପ ଆରମ୍ଭ ହୋ

ସ୍କୁଲ ଖୋଲିଦେଲେ ସମ୍ଭାଳିପାରିଲେନି, ବନ୍ଦ ନିଷ୍ପତ୍ତିରେ ବିରୋଧର ବହ୍ନି

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର : ବିଦ୍ୟାଳୟ ମିଶ୍ରଣ (School Merge up) ପର୍ବକୁ ନେଇ ବଢୁଛି ଅସନ୍ତୋଷ । ଆବଶ୍ୟକ ପିଲା ଅଭାବରୁ ସରକାରୀ ବିଦ୍ୟାଳୟ ବନ୍ଦ (Governement School) କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର (State Government) । ଏନେଇ ୨୦୧୮ ମସିହାରୁ ପ୍ରକ୍ରିୟା ଚାଲିଥିବା ବେଳେ ଚଳିତ ବର୍ଷ ଚୂଡାନ୍ତ ରୂପରେଖ ଲାଗି ପଦକ୍ଷେପ ଆରମ୍ଭ ହୋଇଛି । ରାଜ୍ୟରେ ମୋଟ ୧୪ ହଜାରରୁ ଊର୍ଦ୍ଦ୍ବ ସରକାରୀ ବିଦ୍ୟାଳୟ ବନ୍ଦ ହୋଇ ନିକଟ ବିଦ୍ୟାଳୟରେ ଏକତ୍ରିକରଣ କରିବାର ତାଲିକା ପ୍ରସ୍ତୁତ କରି ଏବେ ଜିଲ୍ଲାପାଳ ମାନଙ୍କୁ ଠାରୁ ଚୂଡାନ୍ତ ରିପୋର୍ଟ ଅପେକ୍ଷାରେ ରହିଛି । ଏହାପରେ ଏବେ ରାଜ୍ୟ ତମାମ ବିରୋଧର ବହ୍ନି ଜଳିବାରେ ଲାଗିଛି । ତେବେ ବାସ୍ତବିକ ବିଦ୍ୟାଳୟ କାହିଁକି ବନ୍ଦ କରାଯାଉଛି, ସେଠାରେ ଥିବା ଭିତ୍ତିଭୂମି, ଶିକ୍ଷକ ଓ କର୍ମଚାରୀମାନେ କୁଆଡେ ଯିବେ, ଆଉ କି କି ବ୍ୟବସ୍ଥା କରାଯିବା ଏନେଇ କ’ଣ ରହିଛି ନୂତନ ନୀତି ଓ ଗାଇଡଲାଇନ (New Guidline) ଆସନ୍ତୁ ଜାଣିବା ।

ଅଧିକ ପଢନ୍ତୁ: ପିପିଲି ଉପନିର୍ବାଚନ: ନବୀନଙ୍କ ବିରୋଧରେ ମେଣ୍ଟ ସଜାଡି଼ବେ ପୁରନ୍ଦେଶ୍ୱରୀ !

ତେବେ ସ୍କୁଲ ଏକତ୍ରିକରଣର ମୁଖ୍ୟ ଉଦ୍ଦେଶ୍ୟ ଛାତ୍ରଛାତ୍ରୀ ମାନଙ୍କୁ ପାଇଁ ଗୁଣାତ୍ମକ ପାଠପଢା ଓ ପରିବେଶ ସୃଷ୍ଟି କରିବା । ତେବେ ସରକାରଙ୍କ ଯୁକ୍ତି ମୁତାବକ ସର୍ବନିମ୍ନ ନାମଲେଖା ଥିବା ବିଦ୍ୟାଳୟ ଗୁଡିକ ସ୍ବଚ୍ଛ ଓ ସମୂହ ସହମିତ କ୍ରମେ ପାଖ ବିଦ୍ୟାଳୟରେ ମିଶ୍ରଣ କରାଯିବ । ଅଣ ଅନୁସୂଚିତ ଓ ଅନୁସୂଚିତ ଅଞ୍ଚଳର ୟୁପି ଏବଂ ଉଚ୍ଚ ବିଦ୍ୟାଳୟ ପାଇଁ ୨୦ କିମ୍ବା ତା ଠାରୁ କମ୍ ଉପସ୍ଥାନ ଥିବା ବିଦ୍ୟାଳୟ ନିକଟ ଯେକୌଣସି ଦୂରତାରେ ଥିବା ବିଦ୍ୟାଳୟରେ ମିଶିବ । 

ସେହିପରି ଅଣ ଅନୁସୂଚିତ ଅଂଚଳର ପ୍ରାଇମେରୀ ସ୍କୁଲରେ ୪୦ରୁ କମ୍ ଏବଂ ଅନୁସୂଚିତ ଅଞ୍ଚଳରେ ୨୫ରୁ କମ୍ ଉପସ୍ଥାନ ଥିବା ବିଦ୍ୟାଳୟ ଗୁଡିକ ୧ କିଲୋମିଟର ଦୂରତା ଭିତରେ ଥିବା ବିଦ୍ୟାଳୟରେ ମିଶ୍ରଣ ହେବ । ଏକତ୍ରିକରଣ ହେବାକୁ ଥିବା ସ୍କୁଲର ସମସ୍ତ ତଥ୍ୟ ମୁଖ୍ୟ ସ୍କୁଲ ସହ ସାମିଲ ହେବ । ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀଙ୍କ ତାଲିକା, ବ୍ୟାଙ୍କ ଆକାଉଣ୍ଟର ତଥ୍ୟ ମଧ୍ୟ ଏଥିରେ ସାମିଲ ହେବ । ପିଲାଙ୍କ ପାଠପଢା, ଓ ସ୍କୁଲ ପରିଚାଳନାକୁ ସୁରକ୍ଷିତ ରଖିବା ପାଇଁ ପିଲାଙ୍କୁ ଟ୍ରାକିଂ କରାଯିବ । ଡିଇଓ, ବିଇଓ ମାନେ ଏସବୁ କାମର ତଦାରଖ କରିବେ । ନାମଲେଖାକୁ ସୁରକ୍ଷିତ ପାଇଁ ସଚେତନା କରାଯିବ । 

ଅଧିକ ପଢନ୍ତୁ: ପୁଣି ଥରେ ପାକିସ୍ତାନକୁ ବଡ଼ ଝଟକା ଦେଲା ଚୀନ

ସେହିପରି ସ୍କୁଲ ବନ୍ଦ ଓ ଏକତ୍ରିକରଣ ପରିବର୍ତ୍ତୀ ସମୟର ତଥ୍ୟ ଯେପରି ସଠିକ ରୁହେ ସେଥିପାଇଁ ମୁଖ୍ୟ ସ୍କୁଲ ଏବଂ ବନ୍ଦ ସ୍କୁଲର ପ୍ରଧାନ ଶିକ୍ଷକ ଓ ସିଆରସିସି ମିଳିତ ଭାବେ ଯୋଜନା ପ୍ରସ୍ତୁତ କରିବେ । ସଭିଏଁ ମିଳିତ ଭାବେ ଅଭିଭାବକ ମାନଙ୍କ ସହ ମିଶି ପିଲାମାନଙ୍କ ସୁବିଧା ସଂପର୍କରେ ଅବଗତ କରାଇବେ । ବନ୍ଦ ସ୍କୁଲର ସ୍ଥାବର ଅସ୍ଥାବର ସଂପତ୍ତି ଯଥା ରେକର୍ଡ, ଷ୍ଟାଟସ ଆକାଉଣ୍ଟ୍ସ ଆଦି ମୁଖ୍ୟ ସ୍କୁଲକୁ ସ୍ଥାନାନ୍ତର ହେବ । ଯଦି ଏଥିପାଇଁ କିଛି ଅର୍ଥ ଖର୍ଚ୍ଚ ହୁଏ ତାହା କମ୍ପୋଜିଟ ଫଣ୍ଡରୁ ବ୍ୟବହାର ହେବ । ଏହାସହ ବନ୍ଦ ସ୍କୁଲର ସମସ୍ତ ସଂପତ୍ତି ବିଲ୍ଡିଂ ଗୁଡିକ ପଂଚାୟତ, ପଂଚାୟତ ସମିତି, ଅର୍ବାନ ଲୋକାଲ ବଡିକୁ ହସ୍ତାନ୍ତର କରାଯିବ । 

ଏହାସହ ସର୍ବାଧିକ ଭିତ୍ତୀଭୂମି ଥିବା ବିଦ୍ୟାଳୟକୁ ମୁଖ୍ୟ ସ୍କୁଲ ଭାବେ ପରିଗଣିତ କରାଯିବ । ଉଭୟ ବିଦ୍ୟାଳୟର ସହମତିରେ ମୁଖ୍ୟ ବିଦ୍ୟାଳୟର ନାମକରଣ କରାଯିବ । ଏପରି  ଅନେକ ଗାଇଡଲାଇନ ସହ ବିଦ୍ୟାଳୟ ମିଶ୍ରଣ ହେବାକୁ ନୀତି ନିର୍ଦ୍ଧାରଣ କରାଯାଇଛି । ତେବେ ଦଶମ ଶ୍ରେଣୀରୁ କମ୍ ଥିବା ମୋଟ ୯୦୦ ବିଦ୍ୟାଳୟ ଏଯାବତ ବନ୍ଦ ହୋଇଥିବା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ବାକି ବିଦ୍ୟାଳୟ ଏକତ୍ରିକରଣ ନେଇ ଜିଲ୍ଲାପାଳ ମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିବା ସେ କହିଛନ୍ତି ।

ଅଧିକ ପଢନ୍ତୁ: କୋରୋନା ଭୂତାଣୁକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO

ଅପରପଟେ ଏହାକୁ ନେଇ ଗାଁ ଗାଁ ବିଦ୍ୟାଳୟ ସ୍ତରରେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି । ଛାତ୍ରଛାତ୍ରୀ ଓ ଅଭିଭାବକ ତାଙ୍କ ନିକଟରେ ଥିବା ବିଦ୍ୟାଳୟ ବନ୍ଦ ନ କରିବାକୁ ଦାବୀ କରିଛନ୍ତି । ତେବେ ଏନେଇ ସରକାର ଓ ପ୍ରଶାସନିକ ସ୍ତରରେ ଅଭିଭାବକ ମାନଙ୍କ ସହ ସଠିକ ବିଚାର ବିମର୍ଷ ଓ ଆଲୋଚନା ଏବଂ ବନ୍ଦ ନେଇ ସଚେତନତା କରି ପଦକ୍ଷେପ ନେବାକୁ କହିଛନ୍ତି ଓଡିଶା ଅଭିଭାବକ ମହାସଂଘର ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ । ସେପଟେ ବିଦ୍ୟାଳୟ ପ୍ରତିଷ୍ଠା ସମୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଏସବୁ ଦିଗ ପ୍ରତି ବିଚାର ନ କରି ଏବେ ଚେତା ପଶିଥିବା କହିଛନ୍ତି ଶିକ୍ଷାବିତ କମଳା ମହାପାତ୍ର । ତେବେ ବଳମ୍ବରେ ହେଲେ ବି ଆବଶ୍ୟକ ଅନୁଯାୟୀ ସର୍ବସହମତିକ୍ରମେ ସମସ୍ତ ପଦକ୍ଷେପେ ନେବା ଏବଂ ମୁଖ୍ୟ ବିଦ୍ୟାଳୟ ପାଇଁ ଆବଶ୍ୟକ ଶିକ୍ଷକ, କର୍ମଚାରୀ ଓ ଭିତ୍ତିଭୂମିକୁ ଗୁରୁତ୍ବ ଦେଇ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ତେବେ ଉପରୋକ୍ତ ଗାଇଡଲାଇନ ନେଇ ଗତ ମାର୍ଚ୍ଚ ମାସରୁ ଚିଠି ଲେଖାଯାଇଥିବା ବେଳେ ଏଯାବତ ଠିକଣା ଢଙ୍ଗରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଯଦିଓ ଚଳିତ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ଏବେ କୋରୋନା ମହାମାରୀ ହେତୁ ଅଟକିଯାଇଛି, ହେଲେ ଆଗାମୀ ଦିନରେ ବିଭାଗ କି ପଦକ୍ଷେପ ନେଉଛି ତାହାକୁ ଅପେକ୍ଷା ।