ଗାୟିକାରୁ ହୋମ୍ ଡେଲିଭରୀ ଗାର୍ଲ
Advertisement

ଗାୟିକାରୁ ହୋମ୍ ଡେଲିଭରୀ ଗାର୍ଲ

ଭଜନ ଗାୟିକାରୁ ହୋମ୍ ଡେଲିଭରୀ ଗାର୍ଲ । ଦିନେ ସେ ମଞ୍ଚରେ ଭଜନ ଗାଉଥିଲେ । ନିଜ କଣ୍ଠର ଯାଦୁରେ ଲୋକଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିବା ସହ ବାନ୍ଧି ରଖିଥିଲେ । ହେଲେ କୋରୋନା ଯୋଗୁଁ ଆଜି ସବୁ କିଛି ବଦଳିଯାଇଛି । ସେ ଆଉ ଗୀତ ଗାଉନାହାନ୍ତି । ପରିବାର ଚଳାଇବା ପାଇଁ ଅର୍ଥ ରୋଜଗାର ଦୌଡ଼ରେ ସାମିଲ୍ ହୋଇଛନ୍ତି ।  

ଗାୟିକାରୁ ହୋମ୍ ଡେଲିଭରୀ ଗାର୍ଲ

ଦେବେଶ ନାହାକ, ନୂଆଦିଲ୍ଲୀ: ଭଜନ ଗାୟିକାରୁ ହୋମ୍ ଡେଲିଭରୀ ଗାର୍ଲ । ଦିନେ ସେ ମଞ୍ଚରେ ଭଜନ ଗାଉଥିଲେ । ନିଜ କଣ୍ଠର ଯାଦୁରେ ଲୋକଙ୍କ ମନରେ ଭକ୍ତିଭାବ ସୃଷ୍ଟି କରିବା ସହ ବାନ୍ଧି ରଖିଥିଲେ । ହେଲେ କୋରୋନା ଯୋଗୁଁ ଆଜି ସବୁ କିଛି ବଦଳିଯାଇଛି । ସେ ଆଉ ଗୀତ ଗାଉନାହାନ୍ତି । ପରିବାର ଚଳାଇବା ପାଇଁ ଅର୍ଥ ରୋଜଗାର ଦୌଡ଼ରେ ସାମିଲ୍ ହୋଇଛନ୍ତି । 

ଗାୟିକାରୁ ସେ ହୋମ୍ ଡେଲିଭରି ଗାର୍ଲ ଭାବେ ପରିଚୟ ସୃଷ୍ଟି କରିଛନ୍ତି । କଟକର ପ୍ରଥମ ହୋମ୍ ଡେଲିଭରୀ ଗାର୍ଲ ଭାବେ ସେ ଘରକୁ ଘର ଯୋଗାଉଛନ୍ତି ବିଭିନ୍ନ ପାର୍ସଲ । ଦି ପଇସା ରୋଜଗାର କରି ପରିବାର ଚଳାଉଛନ୍ତି । ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି କଟକର ଜ୍ୟୋତ୍ସ୍ନା ପାତ୍ର । ସେ ଦିନର ନାୟିକା ଆଉ ଆଜିର ହୋମ୍ ଡେଲିଭରୀ ଗାର୍ଲ ଜ୍ୟୋତ୍ସ୍ନାଙ୍କ ମନରେ ଏବେ ବି ଜୀବିତ ରହିଛି ସେହି ଭକ୍ତିପୂର୍ଣ୍ଣ ଗୀତ । 

ଦିନେ ସେ ମଞ୍ଚ ଉପରେ ନିଜ କଣ୍ଠର ଯାଦୁରେ ଲୋକଙ୍କୁ ବାନ୍ଧି ରଖୁଥିଲେ । ଲୋକଙ୍କ ହୃଦୟରେ ସୃଷ୍ଟି କରୁଥିଲେ ଭକ୍ତିଭାବ । ମାତ୍ର ଆଜି କିନ୍ତୁ ସେ ଗାୟିକାରୁ ହୋମ୍ ଡେଲିଭରୀ କାମ କରିବାକୁ ବାଧ୍ୟ ହୋଇଛନ୍ତି । କଟକର ପ୍ରଥମ ମହିଳା ହୋମ୍ ଡେଲିଭରି ଗାର୍ଲ ତଥା ଭଜନ ଗାୟିକା ଜୋତ୍ସ୍ନା ପାତ୍ର । କୋରୋନା ଯୋଗୁଁ ଭଜନ ସମାରୋହ କାର୍ଯ୍ୟକ୍ରମ ବନ୍ଦ ହୋଇଗଲା । ଦି ପଇସା ରୋଜଗାର ପାଇଁ ଜଣେ ବନ୍ଧୁଙ୍କ ସାହାଯ୍ୟରେ ଏକ କମ୍ପାନୀରେ ହୋମ୍ ଡେଲିଭରୀ କାର୍ଯ୍ୟ କରୁଛନ୍ତି ଜ୍ୟୋତ୍ସ୍ନା । ଡୋର ଟୁ ଡୋର ବୁଲି ଏବେ ସେ  ଯୋଗାଉଛନ୍ତି ବିଭିନ୍ନ ପ୍ରକାରର ପାର୍ସଲ ।

କଟକ ସମେତ ଅନ୍ୟାନ୍ୟ ସ୍ଥାନରେ ଭଜନ କାର୍ଯ୍ୟକ୍ରମ ଜରିଆରେ ସ୍ୱତନ୍ତ୍ର ପରିଚୟ ପାଇଛନ୍ତି ଜ୍ୟୋତ୍ସ୍ନା । ହେଲେ କୋରୋନା ଯୋଗୁଁ ଶେଷରେ ସେ ନିଜ ରାସ୍ତା ବଦଳାଇଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ପରିବାର ବୋଝ ସମ୍ଭାଳୁଛନ୍ତି । ପରିସ୍ଥିତିକୁ ସାମ୍ନା କରି ଏବେ ସେ ଲେଡି ସିଙ୍ଗରରୁ ପାଲଟିଛନ୍ତି ହୋମ୍ ଡେଲିଭରୀ  ଗାର୍ଲ । ମାତ୍ର ଏସବୁ ଭିତରେ ବି ତାଙ୍କର ଭଜନ ପ୍ରତି ଦୁର୍ବଳତା ଥିବା କହିଛନ୍ତି ଜ୍ୟୋତ୍ସ୍ନାଙ୍କ ଗୁରୁ  କୋରୋନା ଯୋଗୁଁ ଅନେକ ନିଜର ବୃତ୍ତି, ଜୀବିକା ହରାଇଛନ୍ତି । ନିଜ ନିଜ ରୋଜଗାର ପନ୍ଥା ବଦଳାଇବାକୁ ବାଧ୍ୟ ହୋଇଛନ୍ତି । ଜୋତ୍ସ୍ନାଙ୍କ ଭଳି ଅନେକ କଳାକାର ଅର୍ଥ ଅଭାବରୁ ଏବେ ଦୁର୍ଦ୍ଦିନରେ ଗତି କରୁଛନ୍ତି ।