ଫଳାଫଳ ଶୁନ କଲେଜକୁ ଜାରି କାରଣଦର୍ଶାଅ ନୋଟିସ: ମନ୍ତ୍ରୀ
Advertisement

ଫଳାଫଳ ଶୁନ କଲେଜକୁ ଜାରି କାରଣଦର୍ଶାଅ ନୋଟିସ: ମନ୍ତ୍ରୀ

ରାଜ୍ୟ ସରକାରୀ କଲେଜର ଗତି କୁଆଡେ । କ୍ରମାଗତ ଭାବେ ହ୍ରାସ ପାଉଛି ଛାତ୍ରଛାତ୍ରୀଙ୍କ ରେଜଲ୍ଟ । ବୁଧବାର ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ଫଳାଫଳ ପରେ ଏ ତଥ୍ୟ ସାମ୍ନାକୁ ଆସିଛି । 

ଫଳାଫଳ ଶୁନ କଲେଜକୁ ଜାରି କାରଣଦର୍ଶାଅ ନୋଟିସ:  ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସରକାରୀ କଲେଜର ଗତି କୁଆଡେ । କ୍ରମାଗତ ଭାବେ ହ୍ରାସ ପାଉଛି ଛାତ୍ରଛାତ୍ରୀଙ୍କ ରେଜଲ୍ଟ । ବୁଧବାର ପ୍ରକାଶ ପାଇଥିବା ଯୁକ୍ତ ଦୁଇ ବିଜ୍ଞାନ ବିଭାଗ ଫଳାଫଳ ପରେ ଏ ତଥ୍ୟ ସାମ୍ନାକୁ ଆସିଛି । ଚଳିତ ବିଜ୍ଞାନ ଫଳାଫଳରେ ଫଳାଫଳ ଶୁନ ବିଦ୍ୟାଳୟ ସଂଖ୍ୟା ବଢୁଥବା ବେଳେ ଶତ ପ୍ରତିଶତ ପାସ୍ ହାର ବିଦ୍ୟାଳୟ ସଂଖ୍ୟା ମଧ୍ୟ ଅନୁରୂପ ଭାବେ ଖସିଛି । ଏନେଇ ଗତକାଲି ଖବର ପ୍ରସାରଣ କରାଯାଇଥିଲା । ଏଥର ସରକାରୀ ସ୍କୁଲକୁ ପଛରେ ପକାଇ ବାଜିମାତ୍ କରିଛନ୍ତି ଘରୋଇ ସ୍କୁଲ୍, ଯାହାକୁ ନେଇ ଶିକ୍ଷାବିତ୍ ଓ ଅଭିଭାବକଙ୍କ ଦ୍ୱାରା ଆକ୍ରୋଶର ଶିକାର ହୋଇଛି ଗଣଶିକ୍ଷା ବିଭାଗ । ସେପଟେ ଫଳାଫଳ ଶୁନ ହୋଇଥିବା ବିଦ୍ୟାଳୟକୁ ସାତ ଦିନର କାରଣ ଦର୍ଶାଅ ନୋଟିସ୍ ଜାରି କରିଥିବା ବେଳେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖରାପ ପ୍ରଦର୍ଶନ ନେଇ ତର୍ଜମା କରାଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।

ଅଧିକ ପଢନ୍ତୁ: କଂଗ୍ରେସରେ ହିଁ ସୋନିଆ ବନାମ ରାହୁଲ କଳି !

ପଛରେ ସରକାରୀ ଜୁନିୟର କଲେଜ ! କାହିଁକି ଖସୁଛି ପାସ୍ ହାର ? ଗୁଣାତ୍ମକ ଶିକ୍ଷାର ରହୁଛି କି ଅଭାବ ? ଯୁକ୍ତ ଦୁଇ ବିଜ୍ଞାନ ଫଳାଫଳ ପରେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଏପରି ଅଙ୍ଗୁଳି ଉଠିଛି । ବଛାବଛା ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ନେଇ ପାଠ ପଢାଉଥିବା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡିକର ଚଳିତ ବର୍ଷ ବିଜ୍ଞାନ ଫଳାଫଳକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କାହିଁକି top 3 ରେ ରହିପାରୁନି ସରକାରୀ କଲେଜ । ଯାହାକୁ ନେଇ ରାଜ୍ୟ ଅଭିଭାବକ ସଂଘ ଘୋର ବିରୋଧ କରିଛି । ଏଥିପାଇଁ ଉଚ୍ଚ ସ୍ତରୀୟ କମିଟି କରି ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ସଂଘ ଦାବୀ କରିଛି । ସେପଟେ ଶିକ୍ଷାବିତଙ୍କ ମତରେ ସରକାରୀ  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉପଯୁକ୍ତ ଭିତ୍ତିଭୂମି ଥାଇ ବି ଖରାପ ପ୍ରଦର୍ଶନ କରିବା ଦୂର୍ଭାଗ୍ୟଜନକ । ଶିକ୍ଷକ ଅଭାବ ପୂରଣ ସାଙ୍ଗକୁ ଆବଶ୍ୟକୀୟ ଟ୍ୟୁଟୋରିଆଲ କ୍ସାସକୁ ଧ୍ୟାନ ଦେବାକୁ କହିଛନ୍ତି ।

ଅଧିକ ପଢନ୍ତୁ: କମିଛି ଶତ ପ୍ରତିଶତ ଫଳାଫଳ ମହାବିଦ୍ୟାଳୟର ସଂଖ୍ୟା

ସେପଟେ ଶୂନ୍ ଫଳାଫଳ ଥିବା ୧୫ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ବେଳେ ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବାକୁ ଥିବା ଯୁକ୍ତ ଦୁଇ ଆବେଦନ ପ୍ରକ୍ରିୟାରୁ ଏସବୁକୁ ବାଦ୍ ଦିଆଯାଇଥିବା ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଏହା ସହ  ଗତବର୍ଷ ୯ଟି କଲେଜର ଫଳାଫଳ ଶୁନ ହୋଇଥିବା କଲେଜ, ଚଳିତ ବର୍ଷର ଲିଷ୍ଟରେ ଥିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ସେପଟେ ସରକାରୀ କଲେଜରେ ଖରାପ ପ୍ରଦର୍ଶନକୁ ନେଇ ପରେ ଆବଶ୍ୟକୀୟ ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ।

ତେବେ ଦିନକୁ ଦିନ ପ୍ରତିଯୋଗିତା ବଢୁଥିବା ବେଳେ ଘରୋଇ ହେଉ ଅବା ସିବିଏସଇ ଓ ଆଇସିଏସସି ଭଳି ବୋର୍ଡ ପରୀକ୍ଷାର ପାସ ହାର ବୃଦ୍ଧି ପାଉଛି, ଏପରି ସ୍ଥଳେ ରାଜ୍ୟ ଓଡିଆ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ସରକାରୀ କଲେଜ ଗୁଡିକର ଖରାପ ପ୍ରଦର୍ଶନ ଦିଗରେ ଗଣଶିକ୍ଷା ବିଭାଗ କେବେ ଚେତୁଛି ତାହା ଆଗାମୀ ଦିନରେ ଜଣାପଡିବ ।

ଅଧିକ ପଢନ୍ତୁ: ପ୍ରକାଶ ପାଇଲା ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ