• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ବୁର୍ଲା ମେଡିକାଲରେ 'stretcher' ସଂକଟର ନଗ୍ନଦୃଶ୍ୟ

ବାରମ୍ବାର ଷ୍ଟ୍ରେଚର୍ ଅଭାବ ନେଇ ଗୁରୁତର ରୋଗୀମାନେ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ମେଡିକାଲ କର୍ତୃପକ୍ଷ କିନ୍ତୁ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି।

ବୁର୍ଲା ମେଡିକାଲରେ 'stretcher' ସଂକଟର ନଗ୍ନଦୃଶ୍ୟ
ବୁର୍ଲା ମେଡିକାଲରେ 'stretcher' ସଂକଟର ନଗ୍ନଦୃଶ୍ୟ

ସମ୍ବଲପୁର: ବୁର୍ଲା ମେଡିକାଲରେ ରେ ଷ୍ଟ୍ରେଚର୍ ଅଭାବ ରୁ ପୁଣି  ବୁହାହେଲେ ରୋଗୀ। VIMSARର କ୍ୟାଜୁଆଲ୍‌ଟିରେ ଷ୍ଟ୍ରେଚର୍ ନ ମିଳିବାରୁ ଗୁରୁତର ରୋଗୀଙ୍କୁ ବୋହିନେଲେ ତାଙ୍କ ସମ୍ପର୍କୀୟ। ବାରମ୍ବାର ଷ୍ଟ୍ରେଚର୍ ଅଭାବ ନେଇ ଗୁରୁତର ରୋଗୀମାନେ ସମସ୍ୟାର ସମ୍ମୁଖିନ ହେଉଥିବା ବେଳେ ମେଡିକାଲ କର୍ତୃପକ୍ଷ କିନ୍ତୁ ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି। 

ବୁର୍ଲା ମେଡିକାଲ (Burla Hospital) ର Emergency Department କୁହାଯାଉଥିବା କ୍ୟାଜୁଆଲ୍‌ଟିରେ ଶୁକ୍ରବାର ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସମ୍ବଲପୁର ଜିଲ୍ଲା ହିରାକୁଦ ବ୍ରୁନ୍ଦାବତୀ ପଡାର ରାମ ବାଗ (୫୬) ନାମକ ଜଣେ ରୋଗୀ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଗତକାଲି ସଂନ୍ଧ୍ୟାରେ ବୁର୍ଲା ମେଡିକାଲକୁ ଆଣି କ୍ୟାଜୁଆଲ୍‌ଟି(Casuality) ରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କର କୋରୋନା ପରୀକ୍ଷା (Corona Test) କରିବା ପାଇଁ ପରାମର୍ଶ ଦେଇଥିଲେ । 

Also Read: ରେକର୍ଡ ନିଶାରେ 'Push-Up ମାଷ୍ଟର' ପ୍ରିୟରଞ୍ଜନ

ରାମଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଷ୍ଟ୍ରେଚରରେ ନେବାପାଇଁ ପରିବାର ଲୋକେ ଦୀର୍ଘ ସମୟ ଧରି ଷ୍ଟ୍ରେଚର୍ ଖୋଜିଥିଲେ। ଏପରିକି ସେଠାରେ ଉପସ୍ଥିତ ଥିବା କିଛି ଆଟେଣ୍ଡାଣ୍ଟଙ୍କୁ ମଧ୍ୟ ଷ୍ଟ୍ରେଚର୍ (stretcher) ପାଇଁ ଅନୁରୋଧ କରିଥିଲେ। ହେଲେ ଷ୍ଟ୍ରେଚର୍ ଉପଲବ୍ଧ ନଥିବାରୁ ବାଧ୍ୟହୋଇ ପରିବାର ଲୋକେ  ଗୁରୁତର ରାମଙ୍କୁ ବୋହିନେଲେ। କ୍ୟାଜୁଆଲ୍‌ଟିରୁ ବୋହି ଟିକେଟ୍ କାଉଣ୍ଟର ଏବଂ ପରେ ପୁଣି କ୍ୟାଜୁଆଲ୍‌ଟିକୁ ରୋଗୀଙ୍କୁ ଆଣିଥିଲେ। ଏପରିକି ତାଙ୍କର ପୁଅ ତାଙ୍କୁ ବୋହି ବୋହି ନେଇଥିବା ବେଳେ ଅନ୍ୟଜଣେ ସମ୍ପର୍କୀୟ ସାଲାଇନ ହାତ ରେ ଧରିଥିବା ଦେଖିବାକୁ ମିଳିଥିଲା। 

ତେବେ ବାରମ୍ବାର ପଶ୍ଚିମ ଓଡିଶାର (Weatern Odisha) ବଡ ମେଡିକାଲ କୁହାଯାଉଥିବା ବୁର୍ଲା (Burla) ମେଡିକାଲରେ ଏଭଳି ଦୃଶ୍ୟ ରୋଗି ସେବାରେ ହେଉଥିବା ଅବହେଳାକୁ ସୁଚାଉଥିବା ଜଣାପଡିଛି। ତେବେ କର୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଷ୍ଟ୍ରେଚର୍ ସମସ୍ୟା ରହୁଥିବା ରୋଗୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।