• ରାଜ୍ୟରେ ଭୟଙ୍କର ଭାବେ ମାଡୁଛି କରୋନା। ୨୪ ଘଣ୍ଟାରେ ୧୭୮୪ ନୂଆ ଆକ୍ରାନ୍ତ ଚିହ୍ନଟ
  • ନୂଆପଡାରେ ସର୍ବାଧିକ ୩୦୩ ସଂକ୍ରମିତ, ୨ଜଣଙ୍କ ମୃତ୍ୟୁ
  • ଗ୍ୟାଙ୍ଗଷ୍ଟର ହାଇଦର ସହଯୋଗୀ ୟାକୁବ ଗିରଫ
  • କାଲି ଚାଉଳିଆଗଞ୍ଜ ଥାନାରେ ଅତ୍ମସମର୍ପଣ କରିଥିଲା ୟାକୁବ
  • ହାଇଦର ଫେରାର ପଛରେ ୟାକୁବର ଭୂମିକାକୁ ନେଇ ଖୋଳତାଡ଼ କରୁଛି ପୋଲିସ୍
  • ନୂଆ ମୁଖ୍ୟ ନିର୍ବାଚନ କମିଶନର ହେବେ ସୁଶିଲ ଚନ୍ଦ୍ରା
  • ଆସନ୍ତା ବର୍ଷ ମେ ୧୪ ଯାଏ ସମ୍ଭାଳିବେ ପଦ
  • ୨୦୨୨ ଆରମ୍ଭରେ ଉତ୍ତରପ୍ରଦେଶ ଓ ପଞ୍ଜାବ ଭଳି ୫ ରାଜ୍ୟର ନିର୍ବାଚନ ପରିଚାଳନା ଚ୍ୟାଲେଞ୍ଜ

'ନବୀନ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳନ୍ତୁ'

ଘରୋଇ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି ପ୍ରଦେଶ ଛାତ୍ର କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଅଭିଯୋଗ ହୋଇଛି ।

 'ନବୀନ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନଖେଳନ୍ତୁ'

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ବର;  ଘରୋଇ ସ୍କୁଲ କଲେଜର ଛାତ୍ରଛାତ୍ରୀମାନଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ କରିଛି ପ୍ରଦେଶ ଛାତ୍ର କଂଗ୍ରେସ । କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଛାତ୍ର କଂଗ୍ରେସର ଓଡିଶା ପ୍ରଭାରୀ ରୋସନ ଲାଲ ବିଟୁ ଓ ଛାତ୍ର କଂଗ୍ରେସ ରାଜ୍ୟ ସଭାପତି ୟାଶୀର ନୱାଜ ଏହି ଅଭିଯୋଗ କରିଛନ୍ତି । ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନବୀନ ସରକାର ଛାତ୍ରଛାତ୍ରୀଙ୍କ ସହ ଖେଳ ନଖେଳନ୍ତୁ। 

କୋରୋନା (Corona Pandemic) ସମୟରେ ଅଭିଭାବକ (Parents) ଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ସ୍କୁଲ ଓ କଲେଜ ଫି (School and College Fees) ଦେବାକୁ ଅସମର୍ଥ ହୋଇ ପଡିଛନ୍ତି । ନବୀନ ପଟ୍ଟନାୟକ (Naveen Patanaik) ଙ୍କ ସରକାରରେ ବେରୋଜଗାରୀ ବଢିଛି, ଛାତ୍ରଛାତ୍ରୀ ଚିନ୍ତିତ ଅଛନ୍ତି। ତେଣୁ ଘରୋଇ ସ୍କୁଲ ଓ କଲେଜରେ (Private School and College Fees) ସ୍କୁଲ ଫି ଛାଡ଼ କରିବାକୁ ଛାତ୍ର କଂଗ୍ରେସ (Student Congress) ଦାବି କରିଛି । ଏହା ନହେଲେ ଆଗାମୀ ଦିନରେ ସାରା ରାଜ୍ୟରେ (Odisha) ବିକ୍ଷୋଭ (Congress Protest) କରିବ ବୋଲି ଛାତ୍ର କଂଗ୍ରେସ ଚେତାବନୀ ଦେଇଛି ।

ଓଡିଶାରେ ଛାତ୍ର କଂଗ୍ରେସ (Odisha Student Congress) ର ରାଜ୍ୟ, ଜିଲ୍ଲା ଓ ବିଧାନସଭା ନିର୍ବାଚନ ମଣ୍ଡଳୀ (Assembly Constituency) ସ୍ତରୀୟ କମିଟି ଘୋଷଣା କରାଯାଇ ବିଭିନ୍ନ କ୍ଷେତ୍ରରେ ପଦାଧିକାରୀଙ୍କୁ ଦାୟିତ୍ୱ ବଣ୍ଟନ କରାଯିବ ବୋଲି କୁହାଯାଇଛି । ମାତ୍ର ଯଦି କେହି ଛାତ୍ର କଂଗ୍ରେସ(Student Congress) ର ଶୃଙ୍ଖଳାକୁ ଭଙ୍ଗ କରିବାକୁ ଉଦ୍ୟମ କରେ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ (Strict Action) ଗ୍ରହଣ କରାଯିବ ବୋଲି କହିଛନ୍ତି ରୋସନ ଲାଲ (Roshan lal) । ଗତ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଗୋଳ (Anugul), ସମ୍ବଲପୁର (Sambalpur), ବରଗଡ(Bargarh), ବଲାଙ୍ଗୀର(Bolangir) ଓ ସୁବର୍ଣ୍ଣପୁର (Subarnapur) ଜିଲ୍ଲାକୁ ଗସ୍ତ କରି ଦଳୀୟ କାର୍ଯ୍ୟକ୍ରମ କରିବା ସହ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ କଥା ହୋଇଛନ୍ତି ଛାତ୍ର କଂଗ୍ରେସ ସଭାପତି (Student Congress President) ଓ ପ୍ରଭାରୀ (Student Congress Incharge)

Also Read; ପ୍ରସ୍ତୁତି ଶେଷ; ଟୀକାକରଣ ପାଇଁ ପ୍ରସ୍ତୁତ ରାଜ୍ୟ

କୋରୋନା (Corona) ଯୋଗୁଁ ଅଭିଭାବକ ମାନେ ବର୍ତ୍ତମାନ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ବେଳେ ପ୍ରାଇଭେଟ୍ ସ୍କୁଲ, କଲେଜର ମାଲିକମାନେ ଅଭିଭାବକମାନଙ୍କର ତଣ୍ଟି ଚିପି ଫିସ୍(School and College Fees) ଆଦାୟ କରୁଛନ୍ତି ବୋଲି ଛାତ୍ର କଂଗ୍ରେସ(Student Congress) ଅଭିଯୋଗ କରିଛି।  ଯଦି ସରକାର (Odisha Government) ଏହି କୋରୋନା ପ୍ରଭାବିତ ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ବିଚାରକୁ ନେଇ ୫୦ ପ୍ରତିଶତ ଫି (50 Percent Fees) ଛାଡ ନକରନ୍ତି, ତେବେ ଛାତ୍ର କଂଗ୍ରେସ ଏହି ପ୍ରସଙ୍ଗରେ ଆନ୍ଦୋଳନ (Protest) କରିବ ବୋଲି ଛାତ୍ର କଂଗ୍ରେସ ସଭାପତି (Student Congress President) ୟାସୀର ନୱାଜ (Yasir Nawaj) କହିଛନ୍ତି ।

Edited; Odisha Desk