ଅନିୟନ୍ତ୍ରିତ କୋରୋନା, ଆରମ୍ଭ ହେଲା ଆଣ୍ଟିଜେନ ଟେଷ୍ଟିଂ ପ୍ରକ୍ରିୟା

ଗଞ୍ଜାମ ଜିଲ୍ଲାରେ କୋରୋନା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବା ବେଳେ ଜଣକ ପରେ ଜଣକ ମୁଣ୍ଡ ନେବାରେ ଲାଗିଛି। ଜିହାକୁ ନେଇ ଗାଁଠୁ ସହର ଚାରିଆଡେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଲାଣି। ପ୍ରତିଦନ ସହସହ ଲୋକ କୋରୋନା ଦ୍ୱାରା ସଂକ୍ରମିତ ହେବାରେ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘନଘନ ବୈଠକ ବସୁଛି। କୋରୋନାର ଚେନକୁ ଭାଙ୍ଗିବା ଲାଗି ଜିଲ୍ଲାର

ଅନିୟନ୍ତ୍ରିତ କୋରୋନା, ଆରମ୍ଭ ହେଲା ଆଣ୍ଟିଜେନ ଟେଷ୍ଟିଂ ପ୍ରକ୍ରିୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଥିବା ବେଳେ ଜଣକ ପରେ ଜଣକ ମୁଣ୍ଡ ନେବାରେ ଲାଗିଛି। ଜିହାକୁ ନେଇ ଗାଁଠୁ ସହର ଚାରିଆଡେ କୋକୁଆ ଭୟ ସୃଷ୍ଟି ହେବାରେ ଲାଗିଲାଣି। ପ୍ରତିଦନ ସହସହ ଲୋକ କୋରୋନା ଦ୍ୱାରା ସଂକ୍ରମିତ ହେବାରେ ଲାଗିଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଘନଘନ ବୈଠକ ବସୁଛି। କୋରୋନାର ଚେନକୁ ଭାଙ୍ଗିବା ଲାଗି ଜିଲ୍ଲାରେ ଆଜିଠାରୁ ରାପିଡ ଆଣ୍ଟିଜେନ ଟେଷ୍ଟିଂ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସହରାଞ୍ଚଳରେ ଘରକୁ ଘର ବୁଲି ସ୍କ୍ରିନିଂ ଟେଷ୍ଟ କରିବାର ଲକ୍ଷ ରଖିଛି ପ୍ରଶାସନ। ଏଭଳି ପରିସ୍ଥିତିରେ ୪ ଦିନ ଲାଗି ପର୍ଯ୍ୟାୟ କ୍ରମେ ସ୍କ୍ରିନିଂ ଟେଷ୍ଟ ଚାଲିଥିବା ଅଞ୍ଚଳକୁ ସଟଡାଉନ କରିବା ଲାଗି ସୂଚନା ଦେଇଛି ଜିଲ୍ଲା ପ୍ରଶାସନ।

ରାଜ୍ୟବାସୀଙ୍କ ଲାଗି ଚିନ୍ତା ବଢାଉଛି ଗଞ୍ଜାମ ଜିଲ୍ଲା। ହୁହୁ ହୋଇ ଜିଲ୍ଲାରେ ବଢିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଗଡିବାରେ ଲାଗିଛି ଜଣଙ୍କ ପରେ ଜଣଙ୍କର ମୁଣ୍ଡ। କିଛି ସ୍ଥାନରେ ଲକ୍ଷଣ ଚିହ୍ନଟ ହେବା ପର୍ବରୁ ଅଚାନକ ମୃତ୍ୟୁ ଘଟିବାର ଖବର ପଦାକୁ ଆସୁଥିବା ବେଳେ ସବୁଠି ଦେଖିବାକୁ ମିଳିଲାଣି କୋକୁଆ ଭୟ। କୋରୋନାର ଚେନକୁ ଭାଙ୍ଗିବା ଲାଗି ଜିଲ୍ଲା ପ୍ରଶାସନ ମଧ୍ୟ ଦିନ ରାତି ଏକ କରିଦେଇ ଥିବା ବେଳେ ଆଜିଠାରୁ ଜିଲ୍ଲାରେ ଆରମ୍ଭ ହୋଇଛି ରାପିଡ ଆଣ୍ଟିଜେନ ଟେଷ୍ଟିଂ ପ୍ରକ୍ରିୟା। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦକ୍ଷିଣ କୋରିଆରୁ ଏହି ସ୍ୱତନ୍ତ୍ର କିଟ ଅଣାଯାଇଥିବା ବେଳେ ୨୦ମିନିଟ ମଧ୍ୟରେ କୋରୋନା ପଜିଟିଭ ସମନ୍ଧୀୟ ତଥ୍ୟ ମିଳିପାରିବ। ଏଥିସହ ଜିଲ୍ଲାର ସହରାଞ୍ଚଳରେ ଆସନ୍ତା କାଲିଠାରୁ ସ୍କ୍ରିନିଂ ଟେଷ୍ଟ ଆରମ୍ଭ କରାଯିବାର ଲକ୍ଷ ରହିଥିବା ବେଳେ ଲକ୍ଷଣ ଚିହ୍ନଟ କରି ତୁରନ୍ତ ସଂକ୍ରମମିତଙ୍କ ଠାବ କରିବାରେ ପ୍ରଶାସନ ସଫଳ ହେବ ବୋଲି ଆଶା ବାନ୍ଧିଛି। ଏଭଳି ପରିସ୍ଥିତିରେ ସ୍କ୍ରିନିଂ ଟେଷ୍ଟ ଚାଲିବାକୁ ଥିବା ଅଞ୍ଚଳ ଗୁଡିକରେ ପର୍ଯ଼୍ୟାୟ କ୍ରମେ ୪ ଦିନିଆ ସଟ ଡାଉନ କରାଯିବ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତି। 

ଗଞ୍ଜାମ ଜିଲ୍ଲାରେ ଆଜିମଧ୍ୟ ୨ ସହ ୭୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଜଣେ ୭୦ ବର୍ଷିୟ ବୃଦ୍ଧଙ୍କ ମୁଣ୍ଡ ନେଇଛି କୋରୋନା। ଯାହା ଫଳରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୨୨ରେ ପହଞ୍ଚିଛି। ବିଗତ ୧୦ ଦିନ ମଧ୍ୟରେ ହାରାହାରି ୧ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇ ସାରିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୫ ସହ ଟପିଲାଣି। ଜିଲ୍ଲାର କୋରୋନାର ଭୟାବହକୁ ଦୃଷ୍ଚିରେ ରଖି ଦକ୍ଷିଣ ଓଡିଶାର ବ୍ୟବସାୟିକ ପେଣ୍ଠସ୍ଥଳି ବ୍ରହ୍ମପୁର ବଡ ବଜାରରେ ଚ୍ୟାମ୍ବର ଅଫ କମର୍ସ ଓ ବ୍ୟବସାୟ ସଂଘର ଆହ୍ୱାନ କ୍ରମେ ୬୦ ପ୍ରତିଶତ ଦୋକାନ ବନ୍ଧ ରହିଥିବା ବେଳେ କିଛି  ଅମାନିଆ ବ୍ୟବସାୟୀଙ୍କ ଯୋଗୁ ଜିଲ୍ଲା ଆଜି ବିପଦରେ ପଡିଥିବା ସଂଘ କହିଛି। ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି କଠୋର ପଦକ୍ଷେପ ଗ୍ରହଣ କରିବା ଲାଗି ବ୍ୟବସାୟିକ ସଂଘ ଦାବି କରୁଥିବା ବେଳେ ବ୍ରହ୍ମପୁର ବିଧାୟକ ଜନସାଧାରଣଙ୍କୁ ସାମାଜିକ ବ୍ୟବଧାନ ରଖିବା ସହ ସତର୍କତା ଅବଲମ୍ବନ କରିବା ସକାଲେ ନିବେଦନ କରିଛନ୍ତି।