ସ୍ୱାମୀ ନିଖୋଜ, ସ୍ତ୍ରୀକୁ ଠିକଣା ମାଗୁଛି ପୋଲିସ
Advertisement

ସ୍ୱାମୀ ନିଖୋଜ, ସ୍ତ୍ରୀକୁ ଠିକଣା ମାଗୁଛି ପୋଲିସ

ପ୍ରେମ ବିବାହର ୨ ବର୍ଷ ପରେ ସ୍ୱାମୀ ସ୍ତ୍ରୀକୁ ଛାଡି ଫେରାର ହୋଇଗଲା । ସ୍ୱାମୀ ଲକ୍ଷ ଲକ୍ଷ ଟଙ୍କାର ଯୌତୁକ ସାମଗ୍ରୀ ମଧ୍ୟ ନେଇ ଫେରାର ମଧ୍ୟ ହୋଇ ଯାଇଛି । ହେଲେ ସ୍ତ୍ରୀ ଏବେ ବୁର୍ଲା ଥାନାର ଦ୍ଵାରସ୍ଥ ହୋଇଛି । ନିଖୋଜ ସ୍ଵାମୀଙ୍କୁ ପୋଲିସ  ଖୋଜିବା ବଦଳରେ ଓଲଟା ଜବାବ ଦେଇଛି ଅଭିଯୋଗକାରୀଙ୍କୁ.

ସ୍ୱାମୀ ନିଖୋଜ, ସ୍ତ୍ରୀକୁ ଠିକଣା ମାଗୁଛି ପୋଲିସ

ସମ୍ବଲପୁର: ପ୍ରେମ ବିବାହର ୨ ବର୍ଷ ପରେ ସ୍ୱାମୀ ସ୍ତ୍ରୀକୁ ଛାଡି ଫେରାର ହୋଇଗଲା । ସ୍ୱାମୀ ଲକ୍ଷ ଲକ୍ଷ ଟଙ୍କାର ଯୌତୁକ ସାମଗ୍ରୀ ମଧ୍ୟ ନେଇ ଫେରାର ମଧ୍ୟ ହୋଇ ଯାଇଛି । ହେଲେ ସ୍ତ୍ରୀ ଏବେ ବୁର୍ଲା ଥାନାର ଦ୍ଵାରସ୍ଥ ହୋଇଛି । ନିଖୋଜ ସ୍ଵାମୀଙ୍କୁ ପୋଲିସ  ଖୋଜିବା ବଦଳରେ ଓଲଟା ଜବାବ ଦେଇଛି ଅଭିଯୋଗକାରୀଙ୍କୁ. ତମେ ତମ ସ୍ଵାମୀ କଉଠି ଅଛି ତାର ଠିକଣା ଦିଅ ପରେ ଆମେ ତାକୁ ଆଣିବୁ।

ପ୍ରେମ ଵିବାହ କରି ଝିଅ କୁ ଧୋକା ଦେଇ ଫେରାର ହୋଇଗଲା ଯୁବକ । ସ୍ୱାମୀର ନିଖୋଜ ନେଇ ସ୍ତ୍ରୀ ଥାନା ଦ୍ଵାରସ୍ଥ ହେଲା । ସେଠି ପୋଲିସ ବାବୁଙ୍କର ଓଲଟା ଜବାବ ମିଳିଛି ଅଭିଯୋଗକାରୀଙ୍କୁ। ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା କଣ୍ଟାପାଲି ଅନ୍ତର୍ଗତ ଝରେଇପାଲିରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଗାଁର କୁନ୍ତି ସୁହୁଲା ପଡୋଶୀ ଗ୍ରାମର ସୁଶାନ୍ତ ସୁହୁଲାଙ୍କୁ ପ୍ରେମ ବିବାହ କରିଥିଲେ। ଗତ ଏପ୍ରିଲ ୧୮ ତାରିଖ ସୁଶାନ୍ତ କୌଣସି କାମରେ ଘରୁ ବାହାରିଥିଲେ। 

କିନ୍ତୁ କିଛି ଦିନ ପରେ ସ୍ୱାମୀର ପତ୍ତା ମିଳିନଥିଲା। ସୁଶାନ୍ତ ଘରକୁ ଫେରି ନଥିବାରୁ ତାଙ୍କ ସ୍ତ୍ରୀ କୁନ୍ତି ବୁର୍ଲା ଥାନାରେ ନିଖୋଜ ହୋଇଥିବା ଅଭିଯୋଗ କରିଥିଲେ । ତେଵେ ସ୍ୱାମୀ ଫେରାର ହେବା ସମୟରେ ଲକ୍ଷାଧିକ ଟଙ୍କାର ଯୌତୁକ ସାମଗ୍ରୀ ନେଇକି ଯାଇଥିବା ଅଭିଯୋଗ କରିଥିଲେ । ହେଲେ ପୋଲିସ ପାଲଟା ଜବାବ ଦେଇଥିଲା କୁନ୍ତିଙ୍କୁ. ସ୍ୱାମୀଙ୍କୁ ଖୋଜି ଆଣି ତାର ଠିକଣା ଦିଅ, ତା'ପରେ ଆମେ ତାକୁ ଖୋଜିକି ଆଣିବୁ ବୋଲି ଜବାବ ଦେଇଥିଲା । ତେଵେ ଏତେ ସବୁ ହେଲା ପରେ ମଧ୍ୟ କୁନ୍ତି ଅନେକ ଥର ବୁର୍ଲା ଥାନାକୁ ଯାଇଥିଲେ ହେଲେ କୌଣସି ଫଳ ମିଳି ନ ଥିବା ଅଭିଯୋଗ କରିଛନ୍ତି ।

ସେପଟେ  କୁନ୍ତି ମା ଛେଉଣ୍ତ ଝିଅ ହୋଇଥିବା ବେଳେ  ବାପା ଏକା ରହିଥିବା ବେଳେ ସେ ପୁଣି ରୋଗୀଣା । ତେଵେ କୁନ୍ତି ଏବେ ସ୍ୱାମୀ ଫେରାର ହେଵା ପରେ କୁଲିମଜୁରୀ କାମ କରି ଚଲୁଛି । ସ୍ୱାମୀକୁ ଫେରାଇ ଆଣିବା ପାଇଁ କୁନ୍ତି ବାରମ୍ବାର ବୁର୍ଲା ଥାନାର ଦ୍ୱାରସ୍ଥ ହେଉଛନ୍ତି । କିନ୍ତୁ ଫଳ ଶୁନ । ପରିଶେଷରେ କୁନ୍ତି ବାଧ୍ୟ ହୋଇ ସମ୍ବଲପୁର ଏସପି ଙ୍କ ଦ୍ଵାରସ୍ଥ ହୋଇଥିଲେ । ହେଲେ ଏଠି ମଧ୍ୟ ସମାନ ସ୍ଥିତି । କୁନ୍ତି ପୁର୍ବରୁ ୨ଥର ଏସପି ଅଫିସ କୁ ଆସିଥିଲେ ।  

ସେହି ସମୟରେ  ଅତି ଶୀଘ୍ର ଫେରାର ଯୁବକ ଖୋଜିବୁ ବୋଲି ଏସପି ପ୍ରତିଶୃତି ଦେଇଥିଲେ । ହେଲେ ପୁଣି ଏବେ କୁନ୍ତି ତୃତୀୟ ଥର ଏସପି ଦ୍ଵାରସ୍ଥ ହୋଇଛନ୍ତି । କାରଣ ଏସପି ଙ୍କ ପ୍ରତିଶୃତି ପରେ ମଧ୍ୟ କୁନ୍ତିଙ୍କ ସ୍ୱାମୀକୁ ପୋଲିସ ଖୋଜିପାରିଲା ନାହି । ହେଲେ ପୁଣି କୁନ୍ତୀ ଙ୍କୁ ଏସପିଙ୍କ ସେଇ ପୁରଣା ପ୍ରତିଶୃତି ମିଲିଥିବା କହିଛନ୍ତି । ତେଵେ ଏଠି ପ୍ରଶ୍ନ ଉଠୁଛି ଜଣେ ନିରିହ  ମହିଲା ତାର ଶଙ୍ଖା ସିନ୍ଦୁର କୁ ଫେରାଇ ଆଣିବାପାଇ ଏ ଥାନାରୁ ସେ ଥାନା ହେଉଛି । ହେଲେ ଥାନା ଅଧିକାରୀଙ୍କୁ ଠୁ ନେଇକି ଉପରିସ୍ଥ ଅଧିକାରୀ ମଧ୍ୟ ଜଣେ ସାଧାରଣ ଯୁବକ କୁ ଗତ ତିନି ମାସ ଖୋଜିପାରୁନାହି।ତା ହେଲେ କଣ ଆଇନ କାନୁନ ଉପରୁ ସାଧାରଣ ଲୋକଙ୍କର ବିଶ୍ୱାସ ଉଠିଯିବ!