ରାସ୍ତାକଡ଼ରେ ଚା' ପିଇଲେ, କର୍ମୀଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର
Advertisement

ରାସ୍ତାକଡ଼ରେ ଚା' ପିଇଲେ, କର୍ମୀଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ଏରସମାର ଜପା ଅଞ୍ଚଳରୁ ଫେରୁଥିବା ବେଳେ ଫୁଲନଖରା ଛକରେ ଥିବା ଲକ୍ଷେଶ୍ୱର ଚା’ ଦୋକାନ (Tea Stall) ରେ ଚା’ ପିଇଲି। ଏହି ଅବସରରେ ବିଜେପି (BJP) ର କାର୍ଯ୍ୟକର୍ତ୍ତାମାନଙ୍କୁ ସାକ୍ଷାତ୍ କରି ଖୁସି ଲାଗିଲା।

ରାସ୍ତା କଡ଼ରେ ଚାହା ପିଇଲେ, କର୍ମୀଙ୍କୁ ପ୍ରଶଂସା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର: ଏବେ ଓଡ଼ିଶା ଗସ୍ତରେ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ଲଗାତାର ଦୁଇଦିନ ପାଇଁ ଜଗତସିଂହପୁର ଓ ଢେଙ୍କାନାଳରେ ମାରାଥନ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଛନ୍ତି। ଶୁକ୍ରବାର ଜଗତସିଂହପୁର ଜିଲ୍ଲାର ଜପା ଅଞ୍ଚଳରେ ଏକ ସାଧାରଣ ସଭାରେ ଧର୍ମେନ୍ଦ୍ର ଯୋଗ ଦେଇ ଚାଷୀଙ୍କୁ ସମ୍ବୋଧିତ କରିଛନ୍ତି। ଶନିବାର ଢେଙ୍କାନାଳରେ ଏକ ସାଧାରଣ ସଭାରେ ଯୋଗ ଦେଇଛନ୍ତି। 

ଶୁକ୍ରବାର ଜଗତସିଂହପୁରରୁ ଫେରିବା ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଫୁଲନଖରା ଅଞ୍ଚଳରେ ଥିବା ଏକ ଦୋକାନରୁ ଚାହା ପିଇଥିଲେ। ଏନେଇ ଧର୍ମେନ୍ଦ୍ର ନିଜେ ତାଙ୍କ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି। ସେ ତାଙ୍କ ସୋସିଆଲ ମିଡି଼ଆରେ ଲେଖିଛନ୍ତି କି, ଜଗତସିଂହପୁର ଜିଲ୍ଲା ଏରସମାର ଜପା ଅଞ୍ଚଳରୁ ଫେରୁଥିବା ବେଳେ ଫୁଲନଖରା ଛକରେ ଥିବା ଲକ୍ଷେଶ୍ୱର ଚା’ ଦୋକାନ (Tea Stall) ରେ ଚା’ ପିଇଲି। ଏହି ଅବସରରେ ବିଜେପି (BJP) ର କାର୍ଯ୍ୟକର୍ତ୍ତାମାନଙ୍କୁ ସାକ୍ଷାତ୍ କରି ଖୁସି ଲାଗିଲା। ଏହା ସହିତ ଚାହା ପିଇବା ସମୟରେ ଏକ ଫଟୋ ମଧ୍ୟ ସୋସିଆଲ ମିଡ଼ିଆରେ କେନ୍ଦ୍ରମନ୍ତ୍ରୀ ସେୟାର କରିଛନ୍ତି । 

Also Read: ରାଜ୍ୟ ବିଜେପି ନେତୃତ୍ୱ ବନାମ ଭୁବନେଶ୍ୱର ସାଂସଦ

ଧର୍ମେନ୍ଦ୍ରଙ୍କ ସହିତ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ (Prithviraj Harichandan)  ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ଧର୍ମେନ୍ଦ୍ର ଶନିବାର ଢେଙ୍କାନାଳ ଠାରେ ମିନି ଷ୍ଟାଡ଼ିୟମରେ କୃଷକ ସମ୍ମିଳନୀ (Farmer Meeting) ରେ ଉଦବୋଧନ ଦେଇଥିଲେ। ଉଦବୋଧନ ଦେଇ ସେ କହିଛନ୍ତି କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ଚାଷୀଙ୍କୁ ଆତ୍ମନିର୍ଭର କରିବାପାଇଁ ଯୋଜନା ଆରମ୍ଭ କରିଛନ୍ତି। ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। କୃଷିକୁ ବ୍ୟବସାୟର ରୂପ ଦେବା ପାଇଁ ବହୁ ପଦକ୍ଷେପମାନ ଗ୍ରହଣ କରାଯାଇଛି। ନୂଆ କୃଷି ଆଇନ (Farm Law) ଯୋଗୁ ଚାଷୀଙ୍କର ଲାଭ ବଢିବ ବୋଲି ସେ ଜୋର ଦେଇ କହିଛନ୍ତି।

ଜଗତସିଂହପୁର ଜିଲ୍ଲା ଏରସମାର ଜପା ଅଞ୍ଚଳରୁ ଫେରୁଥିବା ବେଳେ ଫୁଲନଖରା ଛକରେ ଥିବା ଲକ୍ଷେଶ୍ୱର ଚା’ ଦୋକାନରେ ଚା’ ପିଇଲି । ଏହି ଅବସରରେ ଆମ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ସାକ୍ଷାତ୍ କରି ଖୁସି ଲାଗିଲା ।

Posted by Dharmendra Pradhan on Friday, 25 December 2020